କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଜାରରେ ଉପଲବ୍ଧ ଥିବା ୨୦୦ ଏମବିପିଏସ ପ୍ଲାନ
ଭୁବନେଶ୍ୱର: ଦେଶରେ ଛୋଟ ବ୍ୟବସାୟ କିମ୍ବା ନୂଆ ଷ୍ଟାର୍ଟଅପଗୁଡ଼ିକ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଏକ ଛୋଟ ଦଳ ସହିତ କାର୍ଯ୍ୟ କରିବା ପାଇଁ ଏକ ସ୍ଥିର ଏବଂ ବାଧାହୀନ ଇଂଟରନେଟ କନେକ୍ସନର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ଥିବା ଇଂଟରନେଟ ସେବା ପ୍ରଦାନକାରୀମାନେ (ଆଇଏସପି) ଭିନ୍ନ ଭିନ୍ନ ସ୍ପିଡ ପ୍ଲାନ ପ୍ରଦାନ କରୁଛନ୍ତି ଏବଂ ୨୦୦ ଏମବିପିଏସ ଅନଲିମିଟେଡ ଡାଟା ପ୍ଲାନଗୁଡ଼ିକ ଏହି ଛୋଟ କାର୍ଯ୍ୟ କ୍ଷେତ୍ର ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ହୋଇପାରେ ଏବଂ ତୁଳନାତ୍ମକ ଭାବେ ସୁଲଭ ମଧ୍ୟ ହୋଇଥାଏ । ୨୦୦ ଏମବିପିଏସ ପ୍ଲାନ ଯୋଗାଉଥିବା ଭାରତର କିଛି ପ୍ରମୁଖ ଆଇଏସପି ଗୁଡ଼ିକ ମଧ୍ୟରୁ ଏୟାରଟେଲ ହେଉଛି ଅନ୍ୟତମ । ବ୍ରଡବ୍ୟାଣ୍ଡ ସେବା ଯୋଗାଇବା କ୍ଷେତ୍ରରେ ଏୟାରଟେଲ ବଜାରର ଅନ୍ୟତମ ପ୍ରମୁଖ ଖେଳାଳୀ ଅଟେ । ଏୟାରଟେଲ ଦ୍ୱାରା ପ୍ରଦତ ଏୟାରଟେଲ ଏକ୍ସଟ୍ରିମ ଫାଇବର ଉପଭୋକ୍ତାମାନଙ୍କୁ ସର୍ବଶ୍ରେଷ୍ଠ, ଉନ୍ନତ ଏବଂ ଦ୍ରୁତ ଦୈନିକ ବ୍ରଡବ୍ୟାଣ୍ଡ କନେକ୍ସନ ଅନୁଭୂତି ପ୍ରଦାନ କରିଥାଏ କାରଣ ଏହା ଏକ ଫାଇବର ଅପ୍ଟିକ ଇଂଟରନେଟ କନେକ୍ସନ ଯୋଗାଇଥାଏ । ଏୟାରଟେଲ ଦ୍ରୁତତମ ବ୍ରଡବ୍ୟାଣ୍ଡ କନେକ୍ସନ ପାଇଁ ଅନୁମତି ଦେଇଥାଏ ଏବଂ ଉପଭୋକ୍ତାମାନେ ‘ମନୋରଞ୍ଜନ’ ପ୍ୟାକ ପାଇପାରିବେ ଯାହାକି ମାସକୁ ୯୯୯ଟଙ୍କା (ଟ୍ୟାକ୍ସ ରହିତ)ରେ ୨୦୦ଏମବିପିଏସ ର ଇଂଟରନେଟ ସ୍ପିଡ ଯୋଗାଇଥାଏ ।
ଏହି ପ୍ଲାନ ସହିତ ଉପଭୋକ୍ତାମାନେ ୩.୩ଟିବି କିମ୍ବା ୩୩୦୦ ଜିବିର ମାସିକ ଫେୟାର-ୟୁଜେସ-ପଲିସି (ଏଫୟୁପି) ଡାଟା ପାଇଥାନ୍ତି । ଏୟାରଟେଲ ଏହାର ବ୍ରଡବ୍ୟାଣ୍ଡ ଯୋଜନାଗୁଡ଼ିକ ସହିତ ‘ଏୟାରଟେଲ ଥ୍ୟାଙ୍କ୍ସ ଲାଭ’ ପ୍ରଦାନ କରୁଛି ଯାହାକି ଏହି କ୍ଷେତ୍ରରେ ୱିଙ୍କ ମ୍ୟୁଜିକ ସମେତ ଆମାଜନ.ପ୍ରାଇମ ଏବଂ ଡିଜ୍ନି+ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମର ସବସ୍କ୍ରିପ୍ସନ ସାମିଲ କରିଛି । ଏହା ମଧ୍ୟ ଏୟାରଟେଲର ସର୍ବୋତମ ବିକ୍ରୟ ପ୍ଲାନ ଅଟେ ।
ସେହିଭଳି ଭାରତର ବିକଶିତ ବ୍ରାଣ୍ଡଗୁଡ଼ିକ ମଧ୍ୟରୁ ଅନ୍ୟତମ ଏକ୍ସିଟେଲ ବାଧାହୀନ ଏବଂ ସ୍ଥାୟୀ ପ୍ରଦର୍ଶନ ଯୋଗାଇବା ଲାଗି ୟୁରୋପିଆନ ଟେକ୍ନୋଲୋଜିର ବ୍ୟବହାର କରିଥାଏ । ଉପଭୋକ୍ତାମାନଙ୍କ ସୁବିଧା ଅନୁଯାୟୀ ଏକ୍ସିଟେଲର ୨୦୦ ଏମବିପିଏସ ପ୍ଲାନ ଭିନ୍ନ ଭିନ୍ନ ମୂଲ୍ୟରେ ଆସିଥାଏ । ଏକ୍ସିଟେଲର ଫାଇବର ଫାଷ୍ଟ ଉପଭୋକ୍ତାମାନଙ୍କୁ ୭୯୯ଟଙ୍କା ମୂଲ୍ୟରେ ଗୋଟିଏ ମାସ ପାଇଁ ୨୦୦ ଏମବିପିଏସ ପ୍ଲାନ ଯୋଗାଇଥାଏ । ଭାରତର ସାର୍ବଜନୀନ ଟେଲିକମ୍ୟୁନିକେସନ କମ୍ପାନୀ ବିଏସଏନଏଲ ଭାରତ ଫାଇବର ବ୍ରଡବ୍ୟାଣ୍ଡ ଅଧିନରେ ୨୦୦ ଏମବିପିଏସ ର ଇଂଟରନେଟ ସ୍ପିଡ ସନ୍ଧାନରେ ଥିବା ଉପଭୋକ୍ତାମାନଙ୍କ ପାଇଁ ଆକର୍ଷଣୀୟ ଯୋଜନା ପ୍ରଦାନ କରିଥାଏ । ବିଏସଏନଏଲ ଦ୍ୱାରା ପ୍ରଦାନ କରାଯାଉଥିବା ଦୁଇଟି ୨୦୦ ଏମବିପିଏସ ବ୍ରଡବ୍ୟାଣ୍ଡ ଯୋଜନା ଯଥା ଫାଇବର ପ୍ରିମିୟମ ମାସକୁ ୯୯୯ଟଙ୍କା ମୂଲ୍ୟରେ ଆସିଥାଏ ଯେବେକି ଫାଇବର ପ୍ରିମିୟମ ପ୍ଲସ ମାସକୁ ୧୨୭୭ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି । ଉଭୟ ମୂଲ୍ୟ ଜିଏସଟି ରହିତ ଅଟେ ଏବଂ ଉଭୟ ପ୍ଲାନ ୩୩୦୦ଜିବି କିମ୍ବା ୩.୩ଟିବିର ଏଫୟୁପି ଲିମିଟ ସହିତ ଆସିଥାଏ ।
Comments are closed.