ଆଜିର ଦିନରେ ଭାରତ ଜିତିଥିଲା ତାହାର ପ୍ରଥମ ବିଶ୍ୱକପ୍
ଆଜକୁ ଠିକ୍ ୩୭ ବର୍ଷ ପୂର୍ବେ ଆଜି, ୨୫ ଜୁନ୍ ୧୯୮୩ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜିର ଦିନରେ ଦୁଇଥର ଚାମ୍ପିଆନ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ଟିମକୁ ଫାଇନାଲରେ ପରାସ୍ତ କରିଥିଲା।
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ କେ ଶ୍ରୀକାନ୍ତ କହିଛନ୍ତି ଯେ, ୧୯୮୩ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ପାଖରେ ଜିତିବାର କୌଣସି ସୁଯୋଗ ନଥିଲା। କାରଣ ସମଗ୍ର ଦଳ ମାତ୍ର ୧୮୩ ରନ କରିବାରେ ସକ୍ଷମ ହୋଇଥିଲା। ମାତ୍ର ଅଧିନାୟକ କପିଲ ଦେବଙ୍କ ପ୍ରେରଣାଦାୟକ ଅଧିନାୟକତ୍ବ ଦଳକୁ ଟ୍ରଫି ପାଇବାରେ ସଫଳ କରାଇଥିଲା।
ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ୧୯୮୩ ବିଶ୍ୱକପ ଫାଇନାଲରେ ଭାରତ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଦଳକୁ ୪୩ ରନରେ ପରାସ୍ତ କରିଥିଲା। ଏହି ସ୍ମରଣୀୟ ବିଜୟରେ ଶ୍ରୀକାନ୍ତ ସେହି ଚମତ୍କାର ଇନିଂସ ଖେଳିଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ରଖାଯାଇଥିବା ସ୍ୱଳ୍ପ ସ୍କୋରର ମ୍ୟାଚରେ ଶ୍ରୀକାନ୍ତ ସର୍ବାଧିକ ରନ କରିଥିଲେ।
Comments are closed.