ଭିଜିଲାନ୍ସ ହାତରେ ଧରାପଡିଲେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ
କଟକ ସିଡିଏମଓ ରେ କାର୍ଯ୍ୟରତ ଥିବା ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀ ଠାରୁ ଓଡିଶା ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ଚଢାଉ ବେଳେ ୨ଟି ବଙ୍ଗଳା, ୧୯ଟି ଦାମୀକିଆ ପ୍ଲଟ, ୩.୫୦ ଲକ୍ଷ ନଗଟ ଟଙ୍କା , ୧୩୫ ଗ୍ରାମ ସୁନା ଏବଂ ୪୪.୬ ଲକ୍ଷର ବ୍ୟାଙ୍କ ଡିପୋଜିଟ ଠାବ କରିଛି ।
ଭିଜିଲାନ୍ସ ପକ୍ଷରୁ ଚାଲିଥିବା ତଢାଉ ବେଳେ ସାହାଣୀ ଏବଂ ତାଙ୍କ ପରିବାର ବର୍ଗଙ୍କ ନାମ ଏହି ସମସ୍ତ ସମ୍ପତ୍ତି ଥିବାର ଜଣା ପଡିଛି । ସିଟି ହସ୍ପିଟାଲରେ କାର୍ଯ୍ୟରତ ଥିବା ସମୟରେ ସାହାଣୀ ସରକାରୀ ପାଣ୍ଠିର ୧,୨୪,୧୫,୮୫୪ ଟଙ୍କା ହେରଫେର କରିଥିବାର ଅଭିଯୋଗ ହୋଇଛି ।
ଯୋବ୍ରା ନୂଆ ସାହିରେ ୨୫୦୦ ବର୍ଗଫୁଟ ପରିବ୍ୟାପ୍ତ ଥିବା ତିନି ମହଲା କୋଠା ଘର ଥିବାବେଳେ ଚୌଦ୍ୱାରା ପଲାସିଆ / ପଧାଣିଆ ଅଂଚଳରେ ଆନୁମାନିକ ୨.୫ ଏକର ଯାଗାରେ ଏକ କୁକୁଡା ଫାର୍ମ ଏବଂ କୋଠା ଘର ମଧ୍ୟ ରହିଛି । ଠାବ କରାଯାଇଥିବା ସଂପତ୍ତି ଗୁଡିକ ମଧ୍ୟରୁ କ’ଣ ରହିଛି ଆସନ୍ତୁ ଜାଣିବା :
୧. କଟକ ସହରରେ ୧୯ଟି ଦାମୀକିଆ ପ୍ଲଟ
୨. ନଗଦ ୩.୫୦ ଲକ୍ଷ ଟଙ୍କା
୩. ୧୩୫ ଗ୍ରାମର ସୁନା
୪. ୪୪.୪୬ ଲକ୍ଷର ବ୍ୟାଙ୍କ ଜମା ଓ ଇନ୍ସୁରାନ୍ସ ରାଶି । ଏ ସଂପର୍କରେ ଆହୁରୀ ଖାନ ତଲାସି ଚାଲିଛି
୫. ଗୋଟିଏ ଚାରି ଚକିଆ
୬. ୩ଟି ତିନି ଚକିଆ
ଭିଜିଲାନ୍ସ ଟେକ୍ନିକାଲ ୱିଙ୍ଗ ବର୍ତ୍ତମାନ ଏହି ସମ୍ପିତର ପ୍ରକୃତ ମୂଲ୍ୟ କେତେ ରହିଛି ତାହା ଆକଳନ କରୁଛନ୍ତି ।
ପ୍ରକାଶ ଥାଉକି ସାହାଣୀ ରହାବିଲେସନ ସ୍କିମରେ ୭.୦୧.୧୯୯୭ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ମହାଙ୍ଗା ୟୁଜିପିଏଚସିରେ କନିଷ୍ଠ ସହାୟକ ଭାବେ ଯୋଗ ଦେଇଥିଲେ ଏବଂ ସେଠାରେ ୨୪.୦୭.୨୦୦୦ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଏବଂ ୨.୦୮.୨୦୦୦ ମସିହାରେ ବାଙ୍ଗୀ ଏମଓ ଏଲଇୟୁ ଟ୍ରାନ୍ସଫର ହୋଇଥିଲେ ।
ଏହା ପରେ ୧୬.୦୪.୨୦୦୧ ରେ କଟକ ସିଟି ହସ୍ପିଟାଲକୁ ଟ୍ରାନ୍ସଫର ହୋଇ ଆସିଥିଲେ ଏବଂ ସେଠାରେ ୧୮.୦୪.୨୦୧୬ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଏହା ପରେ ୦୧.୧୨.୨୦୧୬ ସେ ସିନିୟର ଆସିସଷ୍ଟାଣ୍ଟକୁ ପ୍ରମୋସନ ପାଇ କଟକ ସିଡିଏମ ଓ ପିଏଚଓରେ ଯୋଗ ଦେଇଥିଲେ । ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସିଟି ହସ୍ପିଟାଲରେ କାର୍ଯ୍ୟରତ ଥିଲେ ।
Comments are closed.