ଏବେ ସୁଦ୍ଧା ଦେଶରେ ୧୮ କୋଟି ଲୋକେ ନେଇ ସାରିଲେଣି ଟିକା

Share It

ଦେଶରେ କୋଭିଡ୍-୧୯ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୧୮ କୋଟିରେ ପହଞ୍ଚିସାରିଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦିନ ଏହି ସୂଚନା ଦେଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ଦିନ ୧୮-୪୪ ବର୍ଷ ବୟସର ୪,୩୭,୧୯୨ ଲୋକଙ୍କୁ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ଦିଆଯାଇଥିଲା । ଏହିଭଳି ଏହି ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭରୁ ଏପର୍ଯ୍ୟନ୍ତ ୩୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ବର୍ଗର ୩୯,୧୪,୬୮୮ ଜଣଙ୍କୁ ଟିକାକରଣ କରାଯାଇସାରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ‘ରାତି ୮ଟା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀ ରିପୋର୍ଟ ଅନୁଯାୟୀ, ଦେଶରେ କୋଭିଡ୍-୧୯ ଟିକାର ୧୭,୯୧,୭୭,୦୨୯ ଡୋଜ୍ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୯୬,୧୬,୬୯୭ ଏଭଳି ସ୍ବାସ୍ଥ୍ୟ କର୍ମୀ ଅଛନ୍ତି ଯେଉଁମାନଙ୍କୁ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ଦିଆଯାଇସାରିଛି । ଏହାସହ ୬୬,୦୨,୫୫୩ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇସାରିଛି । ଆଡଭାନ୍ସ ଫ୍ରଣ୍ଟର ୧,୪୩,୧୪,୫୬୩ କର୍ମୀଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ ସମାନ ବର୍ଗର ୮୧,୧୨,୪୭୬ କର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇସାରିଛି । ଏହା ବ୍ୟତୀତ ୧୮-୪୪ ବର୍ଷ ବୟସର ୩୯,୧୪,୬୮୮ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇସାରିଛି ।

ଟିକାକରଣ ଅଭିଯାନ ସମୟରେ ୪୫ ରୁ ୬୦ ବର୍ଷ ବୟସର ୫,୬୫,୮୨,୪୦୧ ଲୋକଙ୍କୁ ଏବଂ କୋଭିଡ-୧୯ ଟିକା ର ପ୍ରଥମ ଡୋଜ୍ ତଥା ୮୫,୧୪୫୫୨ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇସାରିଛି । ଏହା ବ୍ୟତୀତ ୬୦ ବର୍ଷରୁ ଅଧିକ ୫,୪୨,୩୨,୫୯୮ ଲୋକଙ୍କୁ ପ୍ରଥମ ଡୋଜ୍ ଏବଂ ୧,୭୨,୮୬,୫୦୧ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇସାରିଛି । ଟିକାକରଣ ଅଭିଯାନର ୧୧୮ତମ ଦିନ ଅର୍ଥାତ୍ ମେ’ ୧୩ରେ ୧୯,୭୫,୧୭୬ ଡୋଜ୍ ଦିଆଯାଇଛି । ମନ୍ତ୍ରଣାଳୟ ଅନୁସାରେ ରାତି ୮ଟା ଯାଏଁ ମଧ୍ୟବର୍ତ୍ତୀ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୧୦,୧୦,୮୫୬ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୯,୬୪,୩୨୦ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇସାରିଛି ।


Share It

Comments are closed.