କରୋନା ପରେ ଏବେ ‘ବ୍ୟୁବୋନିକ ପ୍ଲେଗ’ରେ ଆଖି ବୁଜିଲେ ଜଣେ ବ୍ୟକ୍ତି, ରିପୋର୍ଟ ଆସିଲ ସାମନାକୁ

Share It

କରୋନା ସଂକ୍ରମଣ ପରେ ଚୀନରୁ ପୁଣି ବ୍ୟୁବୋନିକ ପ୍ଲେଗ ବ୍ୟାପିବାର ଭୟ ସଞ୍ଚାର ହୋଇଛି । ଚୀନର ମଙ୍ଗୋଲିୟାରୁ ଆରମ୍ଭ ହୋଇଥିବା ବ୍ୟୁବୋନିକ ପ୍ଲେଗ ସଂକ୍ରମଣ ବଢ଼ିବାରେ ଲାଗିଛି । ଖବର ଅନୁଯାୟୀ, ପଶ୍ଚିମ ମଙ୍ଗୋଲିୟାରେ ପ୍ଲେଗରେ ୧୫ ବର୍ଷର ବାଳକର ମୃତ୍ୟୁ ହୋଇଛି । ଏହି ଯୁବକରେ ସମ୍ପର୍କରେ ଆସିଥିବା ୧୫ ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି । ଅପରପକ୍ଷରେ ଆମେରିକା କୋଲୋରାଡୋରେ ଏକ ଗୁଣ୍ଡୁଚି ମୂଷାର ରିପୋର୍ଟ ପଜିଟିଭ ଆସିଛି । ଏହାପରେ ଏହି ଗୁଣ୍ଡୁଚି ମୂଷା ସମ୍ପର୍କରେ ଆସିଥିବା ଜଣେ ବ୍ୟକ୍ତିଙ୍କୁ କ୍ଵାରେଣ୍ଟାଇନ କରାଯାଇଛି । ଡେଲି ମେଲ ରିପୋର୍ଟ ଅନୁଯାୟୀ, ଚୀନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ମନ୍ତ୍ରାଳୟର ପ୍ରବକ୍ତା ନାରେଗେରେଲ କହିଛନ୍ତି ଯେ, ଆଉ ଦୁଇ ଜଣ ବାଳକ ମଧ୍ୟ (ମର୍ମଟ) ମୂଷା ଭଳି ଏକ ଜନ୍ତୁରେ ମାଂସ ଖାଇଥିଲେ । ସେମାନଙ୍କ ଚିକିତ୍ସା ଚାଲିଛି । ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ମାମଲା ସାମ୍ନାକୁ ଆସିବା ପରତେ ଗୋବି-ଅଲତାଇ ଅଞ୍ଚଳର ସମସ୍ତଙ୍କୁ କ୍ଵାରେଣ୍ଟାଇନ କରିବାକୁ ଆଦେଶ ଜାରି କରାଯାଇଛି । ମଙ୍ଗୋଲିୟା ସରକାର ଆଲର୍ଟ ଜାରି କରି ମର୍ମଟ ନ ଖାଇବାକୁ ଅପିଲ କରିଛନ୍ତି । ଚୀନ ନ୍ୟୁଜ ଏଜେନ୍ସି ସିଂହୁଆ ଅନୁଯାୟୀ, ବ୍ୟୁବୋନିକ ପ୍ଲେଗର ଶିକାର ହୋଇଥିବା ଆଉ ଜଣେ ରୋଗୀର ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ଅଛି । ବ୍ୟୁବୋନିକ ପ୍ଲେଗ ବ୍ୟାକ୍ଟେରିଆ ସାଧାରଣତଃ ମୂଷାଙ୍କ ଦ୍ୱାରା ବ୍ୟାପିଥାଏ । ଚୀନରେ ଏହା ଗୁଣ୍ଡୁଚି ମୂଷା ଭଳି ଜୀବ ମର୍ମଟରୁ ବ୍ୟାପିଛି । ଏହି ଜୀବ ସାଧାରଣତଃ ମଙ୍ଗୋଲିୟା ଓ ଉତ୍ତର ଏସିଆରେ ଦେଖିବାକୁ ମିଳେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହା ଏକ ଅତ୍ୟନ୍ତ ସଂକ୍ରମଣ ରୋଗ ଯାହା ୟେରସିନିୟା ପୋଷ୍ଟିଶ ନାମକ ବ୍ୟାକ୍ଟେରିଆରୁ ବ୍ୟାପିଥାଏ । ଏହି ବ୍ୟାକ୍ଟେରିଆ ମୂଷା ଶରୀରରେ ଥିବା ପରଜୀବୀ ପିସ୍ସୁରେ ଥାଏ । ଏହା ଏକ ଭୟଙ୍କର ରୋଗ, ଯେଉଁଥିରେ ଜୀବନ ଚାଲିଯିବାର ଅଧିକ ସମ୍ଭାବନା ଥାଏ । ସାଧାରଣତଃ ପ୍ଲେଗ ଦୁଇ ପ୍ରକାର, ନ୍ୟୁମୋନିକ ଓ ବ୍ୟୁବୋନିକ । ପ୍ରାଥମିକ ସଂକ୍ରମଣକୁ ବ୍ୟୁବୋନିକ ପ୍ଲେଗ କୁହାଯାଉଥିବା ବେଳେ ଗମ୍ଭୀର ସଂକ୍ରମଣ ରୋଗ ନ୍ୟୁମୋନିକ କୁହାଯାଏ । ଯେତେବେଳେ ବ୍ୟାକ୍ଟେରିଆ ଫୁସଫୁସ ଜଏନ ପହଁଚିଯାଇଥାଏ ଅବସ୍ଥା ସାଙ୍ଘାତିକ ହୋଇପଡେ । ମୂଷାଙ୍କ ଶରୀରରେ ଜନ୍ମ ହେଉଥିବା ଜୀବାଣୁ ଯୋଗୁଁ ପ୍ଲେଗ ଭଳି ଭୟଙ୍କର ରୋଗ ହୋଇଥାଏ । ପ୍ଲେଗ ରୋଗୀଙ୍କ ନିଶ୍ୱାସ ଏବଂ ଛେପ ସମ୍ପର୍କରେ ଆସିଥିବା ଲୋକ ମଧ୍ୟ ପ୍ଲେଗ ସଂକ୍ରମଣର ଶିକାର ହୋଇଥାନ୍ତି ।


Share It

Comments are closed.