ଦୁଇଦିନିଆ ଭାରତ ଗସ୍ତରେ ଜାପାନ୍‍ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା

Share It

ଭାରତ-ଜାପାନ୍‍ ଚତୁର୍ଦ୍ଦଶ ଶିଖର ବୈଠକ ଶନିବାର (ଆସନ୍ତାକାଲି) ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଜାପାନ୍‍ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହି ଶୀର୍ଷ ବୈଠକରେ ଯୋଗଦେବା ଲାଗି ଆସନ୍ତାକାଲିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି।
ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍‍ଚି କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଶୀର୍ଷ ବୈଠକ ହେବ । ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଭାଗିଦାରୀ ଓ ବିଶ୍ୱ ଭାଗିଦାରୀତା ସମ୍ପର୍କ ପରିସର ମଧ୍ୟରେ ବିବିଧ କ୍ଷେତ୍ରରେ ସହଯୋଗ ରହିଛି ବୋଲି ଶ୍ରୀ ବାଗ୍‍ଚି କହିଛନ୍ତି । ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗକୁ ମଜବୁତ କରିବା ତଥା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଗୁଡ଼ିକରେ ମତବିନିମୟ କରିବା ଲାଗି ଏହି ଶିଖର ବୈଠକ ସୁଯୋଗ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସ୍ଥାପନ ଲାଗି ଭାଗିଦାରୀ ସମ୍ପର୍କକୁ ମଧ୍ୟ ଏହି ଶୀର୍ଷ ବୈଠକ ମାଧ୍ୟମରେ ଆଗେଇ ନିଆଯାଇ ପାରିବ ବୋଲି ଶ୍ରୀ ବାଗ୍‍ଚି ଆଶାବ୍ୟକ୍ତ କରିଛନ୍ତି।


Share It

Comments are closed.