ରେଳ ଧାରଣାରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ, ୧୬ ମୃତ
ମହାରାଷ୍ଟ୍ରର ଔରଙ୍ଗାବାଦରେ ଆଜି ସକାଳେ ଏକ ଦୃଦୟ ବିଦାରକ ଘଟଣା ଘଟିଛି ।ରେଳ ଧାରଣା ଉପରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ୍ ଚଢିଯିବା ଫଳରେ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଥିବା ସୂଚନା ମିଳିଛି ।
ସୂଚନା ମୁତାବକ ଶୁକ୍ରବାର ଭୋର ୫ ଟା ୧୫ ସମୟରେ ମହାରାଷ୍ଟ୍ରର ଔରଙ୍ଗାବାଦ-ଜଲନା ରେଳ ଧାରଣା ଉପରେ ଏହି ଅଭାବନୀୟ ଘଟଣା ଘଟିଛି। ଲକ୍ ଡାଉନ ଯୋଗୁ ଛତିଶଗଡର ଶ୍ରମିକ ମହାରାଷ୍ଟ୍ରରେ ଫଶି ରହିଥିଲେ । ଘରକୁ ଆସିବା ପାଇଁ କୌଣସି ପରିବହନ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ରେଳ ଧାରଣା ଉପରେ ଚାଲି ଚାଲି ଛିତିଶଗଡ ଫେରୁଥିଲେ । ଚାଲିଚାଲି ଥକି ପଡିବା ଫଳରେ ସେମାନେ ରେଳ ଧାରଣା ଉପରେ ଶୋଇ ପଡିଥିଲେ । ପ୍ରବାସୀ ଶ୍ରମିକମାନେ ଫ୍ଲାଇଓଭର୍ ପାଖରେ ଥିବା ଔରଙ୍ଗାବାଦ-ଜଲ୍ନା ରେଳ ଧାରଣା ଉପରେ ଶୋଇଥିବା ବେଳେ ଗୋଟାଏ ମାଲ୍ବାହୀ ଟ୍ରେନ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି ମୃତଦେହକୁ ଉଦ୍ଧାର କରିବା ସହ ୪ ଜଣ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।
Comments are closed.