ରାଜ୍ୟରେ ୧୩୬ ନୂଆ ମାମଲା, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୮୬କୁ ବୃଦ୍ଧି
ରାଜ୍ୟରେ ସାଂଘାତିକ ହେଉଛି ସ୍ଥିତି । କରୋନା ହୁ ହୁ ହୋଇ ମାଡ଼ି ଚାଲିଛି । ଆଜି ରାଜ୍ୟରେ ୧୪ଟି ଜିଲ୍ଲାରୁ ଆଉ ୧୩୬ ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୬କୁ ପହଞ୍ଚିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଆମ୍ଫାନ ଉଦ୍ଧାର କାର୍ଯ୍ୟ ସାରି ଫେରିଥିବା NDRF ,ODRAF ଓ ଅଗ୍ନିଶମ ବାହିନୀର ୫୪ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ରାଜ୍ୟରେ ଆଉ ୧୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ NDRF ,ODRAF ଓ ଅଗ୍ନିଶମ ବାହିନୀର ୫୪ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ଜଣ ଆକ୍ରାନ୍ତ ଥିବା ବେଳେ କନ୍ଧମାଳରୁ ୧୫ଜଣ, ମୟୂରଭଞ୍ଜରୁ ୯ଜଣ,କେନ୍ଦୁଝରରୁ ୮ଜଣ, କଟକ ଓ ଗଜପତି ଜିଲ୍ଲାରୁ ୭ଜଣ ଲେଖାଏଁ, ଝାରସୁଗୁଡା ଜିଲ୍ଲାରୁ ୪ଜଣ, ଢ଼େଙ୍କାନାଳ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୩ଜଣ ଲୋଖାଏଁ, ନୂଆପଡ଼ା ଜିଲ୍ଲାରୁ ୨ଜଣ ଏବଂ କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୯୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୨୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।
Comments are closed.