ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ୧୧୫ ତମ ଜନ୍ମ ଜୟନ୍ତୀ

Share It

ଭୁବନେଶ୍ୱର,୩୧/୦୩:ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ଅବସରରେ 120 ବଟାଲିଆନ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମହାରାଜ ରାଜେନ୍ଦ୍ର ନାରାୟଣ ସିଂ ଦେଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ସମୟରେ ଦଳିତ ମାନଙ୍କ ମନ୍ଦୀର ପ୍ରଦେଶ ସଂସ୍କାର ସହ ରାଜ୍ୟରେ ବିକାଶ ଗୁରୁତ୍ଵ ମିଳିଥିଲା। ଗଡ଼ଜାତ ମିଶ୍ରଣ ଠାରୁ ଆରମ୍ଭ କରି ରାଜ୍ୟ ସ୍ଵତନ୍ତ୍ର ପ୍ରଦେଶ ଗଠନରେ ବଡ ଭୂମିକା ରହିଥିଲା।

ଏହି ଅବସରରେ ଉପସ୍ଥିତ ଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ , ବାଚସ୍ପତି ସୁରମା ପାଢ଼ୀ, ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପୁଅ ଅନଙ୍ଗ ଉଦୟ ସିଂ ଦେଓ, ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଅରବିନ୍ଦ ମହାପାତ୍ର , ବିଧାୟକ କଳିକେଶ ସିଂ ଦେଓ। କାର୍ଯ୍ୟକ୍ରମ ରେ ସମସ୍ତେ ସାମିଲ ହୋଇ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି ।


Share It

Comments are closed.