ବିଶାଖାପଟଣା ଗ୍ୟାସ ଲିକ ମାମଲା, ମୃତକଙ୍କ ପରିବାରକୁ ୧ କୋଟି କ୍ଷତି ପୂରଣ ଦିଆଯିବ
ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ହୀ ବିଶାଖାପାଟଣାରେ ଏକ ଫାର୍ମା କମ୍ପାନୀର ଗ୍ୟାସ୍ ଳିକ୍ ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୧ କୋଟି ଟଙ୍କାର କ୍ଷତିପୂରର ଦେବାର ଘୋଷଣା କରିଛନ୍ତି। ଏହାଛଡା ଯେଉଁମାନେ ଭେଣ୍ଟିଲେଟରରେ ଅଛନ୍ତି, ତାଙ୍କୁ ୧୦ ଲକ୍ଷ ଟଙ୍କାର ସାହାଯ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଘଟଣା ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ କିଙ୍ଗ ଜର୍ଜ ହସ୍ପିଟାଲ ଗସ୍ତ କରିଥିଲେ ଓ ଯେଉଁମାନଙ୍କର ଚିକିତ୍ସା ଚାଲିଛି ତାଙ୍କୁ ସାକ୍ଷାତ କରିଥିଲେ। ଘଟଣାକୁ ନେଇ ଏକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଆଯିବ। ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଗୁରୁବାର ସକାଳେ ଏକ ଫାର୍ମା କମ୍ପାନୀରେ ଗ୍ୟାସ୍ ଲିକ୍ ମାମଳାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଦକ୍ଷିଣ କୋରିଆର ଏହି କମ୍ପାନୀରେ ଯେତେବେଳେ ଗ୍ୟାସ୍ ଲିକ୍ ହୋଇଥିଲା ଆଲାର୍ମର ଘଣ୍ଟି ବାଜିନଥିଲା। ସ୍ଥାନୀୟ ପ୍ରଶାସନ ଓ ନେଭି ଫ୍ୟାକ୍ଯ୍ରିର ଆଖପାଖରେ ଥିବା ଗାଁ ଲୋକଙ୍କୁ ଖାଲି କରିଦେଇଛି।
Comments are closed.