ରୋଗୀକୁ ଷ୍ଟ୍ରେଚରରେ ୧କି.ମି ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

Share It

ଭୁବନେଶ୍ୱର: ବିଭିନ୍ନ ସମୟରେ ଦେଖାଯାଇଛିଯେ, ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଅନେକ ରୋଗୀ ତଥା ସାଧାରଣ ଲୋକଙ୍କୁ ନିଜର କର୍ତବ୍ୟ ପରିସରରୁ ବାହାରି ସାହାଯ୍ୟର ହାତବଢାଇ ଦେଇଛନ୍ତି ମାନବିକତାର ପରିଚୟ । ସେହିପରି କନ୍ଧମାଳ ଜିଲ୍ଲା ଫୁଲବାଣି ବ୍ଲକ ପିଶୁପଦରା ଗାଁରେ ଏକ ଗୁରୁତର ଅସୁସ୍ଥ ରୋଗୀକୁ ଖଟିଆରେ ବୋହି ଦେଇଛନ୍ତି ମହାନତାର ଆଉ ଏକ ଉଦାହରଣ । ଖବର ଅନୁଯାୟୀ ମିନିଆ ଗ୍ରାମପଂଚାୟତ ଅଧିନରେ ଆସୁଥିବା ପିଶୁପଦରା ଗାଁରେ ୨୧ ବର୍ଷିୟ ଉତମ ବାଗାର୍ତି ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ଏଥି ପାଇଁ ତାଙ୍କ ଘର ଲୋକ ୧୦୮ ଆମ୍ବୁଲାନ୍ସକୁ କଲ୍ କରିଥିଲେ ଏବଂ ଆମ୍ବୁଲାନ୍ସ ସଠିକ୍ ସମୟରେ ପଂହଚିଥିଲେ ମଧ୍ୟ ଖରାପ ରାସ୍ତା କାରଣରୁ ୧ କି.ମି ଦୁରରେ ଅଟକି ରହିଥିଲା । ରୋଗୀର ଗାଁରେ ମୋବାଇଲ ନେଟୱାର୍କ ଅସୁବିଧା ଥିବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କ ସମ୍ପର୍କିୟଙ୍କୁ ମଧ୍ୟ ଯୋଗାଯୋଗ କରିପାରିନଥିଲେ ।
ଏହାପରେ ଆମ୍ବୁଲାନ୍ସ ପାଇଲଟ ରଂଜିତ କୁମାର ମୁଖି, ଇଏମଟି ଅକ୍ଷୟ କୁମାର ବାଗ ଏବଂ ହେଲପର ବାଲୁଙ୍କେଶ୍ୱର ମୁଖି ଗାଁକୁ ଷ୍ଟ୍ରେଚର ନେଇ ପଂହଚିଥିଲେ । ଏହାପରେ ଘର ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀମାନେ ଦିର୍ଘ ୧କି.ମି ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହି ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟରେ ପହଂଚାଇଥିଲେ । ଶେଷରେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀକୁ ମଧ୍ୟାହ୍ନ ୧୧.୩୯ରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।


Share It

Comments are closed.