ଅଜଣା ବ୍ୟକ୍ତିଙ୍କ ଟଙ୍କା ଓ ମୂଲ୍ୟବାନ ଜିନିଷ ଫେରାଇ ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସହାୟତା କରିବାର ଅନେକ ଉଦାହରଣ ଆମ ଆଖି ସାମ୍ନାକୁ ଆସିଛି । ଯେଉଁଥିପାଇଁ ସେମାନେ ସର୍ବସାଧାରଣରେ ବେଶ ପ୍ରଶଂସିତ ମଧ୍ୟ ହୋଇଛନ୍ତି । ବର୍ତମାନ ସମାନ ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଘଟଣାନୁଯାୟୀ କନ୍ଧମାଳ ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ଚାଳକ ଶୁଭକାନ୍ତ ନାୟକ ଜଣେ ଗର୍ଭବତୀଙ୍କୁ ନେଇ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ଯାଉଥିଲେ । ଏହି ସମୟରେ ସେ ରାସ୍ତାରେ ଏକ ବ୍ୟାଗ ପଡ଼ିଥିବାର ଦେଖିବାକୁ ପାଇଥିଲେ ଯେଉଁଥିରେ ୧୫,୫୦୦ଟଙ୍କା, ସୁନା ଅଳଙ୍କାର ସହ କିଛି ମୂଲ୍ୟବାନ କାଗଜପତ୍ର ମଧ୍ୟ ରହିଥିଲା । କିନ୍ତୁ ସେଠାରେ ପାଖରେ କେହି ମଧ୍ୟ ଉପସ୍ଥିତ ନଥିବାରୁ ଆମ୍ବୁଲାନ୍ସ ଚାଳକ ବ୍ୟାଗରୁ ମିଳିଥିବା ଆଧାରକାର୍ଡକୁ କେନ୍ଦ୍ର କରି ଗୁଗୁରୁମାହା ଗାଁ ର କମଳା ବିନ୍ଧାଣିଙ୍କ ନୀକଟରେ ପହଂଚି ତାଙ୍କୁ ସମସ୍ତ ଜିନିଷ ଫେରାଇ ନିଜର ସଚ୍ଚୋଟପଣିଆ ଏବଂ ମାନବିକତାର ପରିଚୟ ଦେଇଛନ୍ତି । ବାସ୍ତବରେ ଆମ୍ବୁଲାନ୍ସ ଚାଳକଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।
Comments are closed.