ଜିକିତ୍ସା ହେଲଥକେୟାର ଲିଃ. ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ


ଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳିନ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା, ଜିକିତ୍ସା ହେଲଥକେୟାର ଲିଃ. ପକ୍ଷରୁ ଏହାର ଭୁବନେଶ୍ୱରରେ ଇଡ଼କୋ ଟାୱାରସ୍ଥିତ କାର୍ଯ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ଯେଉଁଥିରେ ଏହାର ଶହେରୁ ଅଧିକ ସଦସ୍ୟ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନେ ଖୁବ ଉତ୍ସାହର ସହିତ ଏହି ମହାନ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ବାଲୁକା ଶିଳ୍ପୀ ତଥା ରାଜ୍ୟ ସଭା ସାଂସଦ, ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ଯୋଗଦେଇଛନ୍ତି । ଏହା ସହିତ ଶାଲିନୀ ପଣ୍ଡିତ, ନିର୍ଦ୍ଦେଶିକା, ଏନଏଚଏମ ଓଡ଼ିଶା ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇଛନ୍ତି ।
ରାଜ୍ୟରେ ମାର୍ଚ୍ଚ ୨୦୧୩ ଠାରୁ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ପରେ ବିଗତ ବର୍ଷ ମାନଙ୍କରେ ଏହା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଏହି ସେବା ରାଜ୍ୟର ଉଭୟ ସହରାଂଚଳ ସହିତ ଗ୍ରାମାଂଚଳର ରୋଗୀଙ୍କ ପାଇଁ ଜରୁରୀ ପରିସ୍ଥିତିରେ ଡ଼ାକ୍ତରଖାନାକୁ ଜିବାର ମୁଖ୍ୟ ମାଧ୍ୟମ ହୋଇପାରିଛି ।
ଏହି ପରିପ୍ରେକ୍ଷୀରେ ଜିକିତ୍ସା ହେଲଥ କେୟାର ଲିଃ.ର ରାଜ୍ୟ ମୁଖ୍ୟ, ଶ୍ରୀ ସବ୍ୟସାଚ୍ଚୀ ବିଶ୍ୱାଳ କହିଛନ୍ତି ଯେ, “ଆମ୍ଭେମାନେ ରାଜ୍ୟରେ ୮ବର୍ଷରୁ ଅଧିକ ସମୟଧରି ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛୁ ଏବଂ ଏହା ରାଜ୍ୟରେ ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ଏକ ବୃହତ ପରିବର୍ତନ ଆଣିପାରିଛି । ଲୋକ ମାନଙ୍କ ସେବାରେ ଆମ ପ୍ରତ୍ୟେକ କର୍ମଚାରୀ ନିଜକୁ ସର୍ବଦା ସମର୍ପିତ ରଖିଛନ୍ତି । ଆଜିର ଏହି ରକ୍ତ ଦାନ ଶିବିର ଆମର ଲୋକ ମାନଙ୍କ ସେବାରେଥିବା ପ୍ରତିବଦ୍ଧତାକୁ ଆହୁରି ଦୃଢିଭୁତ କରିପାରିଛି ।
ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ୨୦୧୩ରେ ଓଡିଶାର ୩୦ଟି ଜିଲ୍ଲାରେ ସମୁଦାୟ ୪୨୦ଟି ୧୦୮ ଆମ୍ବୁଲାନ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ସେବା ବର୍ତମାନ ସୁଦ୍ଧା ୭୨ ଲକ୍ଷରୁ ଅଧିକ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ପାରିଛି । ଉକ୍ତ ଆମ୍ବୁଲାନ୍ସ ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇ ବର୍ତମାନ ୬୨୪ରେ ପହଂଚିିଛି । ଏହାଛଡ଼ା ୫୦୦ଟି ଜନନୀ ଆମ୍ବୁଲାନ୍ସ ସହି ୬ଟି ବୋଟ ଆମ୍ବୁଲାନ୍ସ ମଧ୍ୟ ସରକାରଙ୍କ ଦ୍ୱାରା ଯୋଗାଇଦିଆଯାଇଛି । କେବଳ ଆମ୍ବୁଲାନ୍ସ ନୁହେଁ ଏହାର କର୍ମଚାରୀମାନେ ମଧ୍ୟ ଅନେକ ଥର ନିଜ କର୍ତବ୍ୟ ପରିସର ବାହାରକୁୁ ଯାଇ ରୋଗୀଙ୍କୁ ସାହାଯ୍ୟ କରିଛନ୍ତି । କେତେବେଳେ ରୋଗୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଛନ୍ତି ତ ପୁଣି କେତେବେଳେ ଗୁରୁତର ରୋଗୀଙ୍କୁ ରକ୍ତ ଦେଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରି ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣରେ ବହୁ ପ୍ରଶଂସା ସାଉଁଟିଛନ୍ତି । କରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ଜାରି ରହିଥିବା ସତ୍ୱେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମାଗଣା ଆମ୍ବୁଲାନ୍ସ ସେବା ରୋଗୀଙ୍କୁ ନିରନ୍ତର ସେବା ଯୋଗାଇବା ଜାରି ରଖିଆସିଛି । ୧୦୮ ଆମ୍ବୁଲାନ୍ସ ସେବା ଭୁବନେଶ୍ୱରସ୍ଥିତ ଅତ୍ୟାଧୁନିକ କେନ୍ଦ୍ରରୁ ପରିଚାଳିତ ହେଉଛି ।


Share It

Comments are closed.