ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣି ପୁଣି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
କୋରାପୁଟ: ଆଜି ପୁଣି ଜଣେ ଗର୍ଭବତୀଙ୍କୁ ନିଜ କାନ୍ଧରେ ବୋହି ଆଣି ମାନବିକତାର ପରିଚୟ
ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଆଉ ଜଣେ କର୍ମଚାରୀ । ଘଟଣା ଅନୁଯାୟୀ କୋରାପୁଟ ଜିଲ୍ଲା
ପଟାଙ୍ଗି ବ୍ଲକ ଅଧିନସ୍ଥ ପେତ୍ରୁ ପଂଚାୟତ ଅନ୍ତର୍ଗତ ଜିଲ୍ଲାଗୁଂଠା ଗ୍ରାମର ନବୀନ
ଖରାଙ୍କ ସ୍ତ୍ରୀ ଅନିତା ଖରା ନାମକ ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮
ଆମ୍ବୁଲାନ୍ସ ନୀକଟକୁ ଏକ ଫୋନକଲ ଆସିଥିଲା । ଖବର ପାଇବା ପରେ ପଟାଙ୍ଗି
ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଗର୍ଭବତୀଙ୍କ ଘର ଅଭିମୁଖେ
ବାହାରିଯାଇଥିଲା । ମାତ୍ର ରୋଗୀଙ୍କ ଗାାଁକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ
ଖରାପ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୧ କି.ମି ଦୂରରେ ଅଟକି
ରହିଥିବା । ଏହା ସହିତ ଏହା ପାହାଡ଼ିଆ ଅଂଚଳ ହେବା ସହିତ ଏଠାରେ ମୋବାଇଲ ନେଟୱର୍କ
ମଧ୍ୟ ଉପଲବ୍ଧ ନଥିଲା । ତେଣୁ ଆମ୍ବୁଲାନ୍ସ ଚାଳକ ପ୍ରତାପ ନିଜେ ଚାଲି ଚାଲି ଯାଇ
ଲୋକଙ୍କୁ ପଚାରି ପଚାରି ରୋଗୀଙ୍କ ଘର ନୀକଟରେ ପହଂଚିଥିଲେ ଏବଂ ସେଠାରୁ ପରିବାର
ଲୋକଙ୍କ ସହାୟତାରେ ରୋଗୀଙ୍କୁ ପାହାଡ଼ିଆ ରାସ୍ତାରେ ଏକ ଖଟିଆରେ ଆମ୍ବୁଲାନ୍ସ ନୀକଟକୁ
ବୋହିଆଣିଲେ । ଏହାପରେ ଗର୍ଭବତୀ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ପଟାଙ୍ଗି
ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଅସୁବିଧା ସମୟରେ ୧୦୮ ଆମ୍ବୁଲାନ୍ସ
କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସର୍ବସାଧାରଣରେ ସେ ବେଶ ପ୍ରଶଂସିତ ହୋଇଛନ୍ତି ।
Comments are closed.