୨୦୨୭ ମସିହା ନଭେମ୍ବର ମାସ ସୁଦ୍ଧା ବଲାଙ୍ଗୀର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ ଶେଷ ହେବ
ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାର ଜଳସେଚନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ଵିଶେଷ କରି ଉପର ଲାନ୍ଥ ଜଳସେଚନ ପ୍ରୋଜେକ୍ଟର ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପର ଶିଳାନ୍ୟାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ସମୟରେ ହୋଇଥିଲା । ଏହି ପ୍ରକଳ୍ପ ହେବା ଦ୍ୱାରା ସଂପୃକ୍ତ ଅଂଚଳରେ ଜଳସେଚନର ଅସୁବିଧା ରହିବ ନାହିଁ ଏବଂ ଏହାର ସର୍ବୋଚ୍ଚ ସୁଫଳ ଚାଷୀ ଭାଇ ଭଉଣୀ ପାଇବେ । ୨୦୨୭ ମସିହା ନଭେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ଆକଳନ କରାଯାଇଛି । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ଯୋଗଦେଇଥିଲେ ।
ଜମି ଅଧିଗ୍ରହଣ, ଡ୍ୟାମ ତିଆରି, ଅଫିସ କାର୍ଯ୍ୟାଳୟ ଇତ୍ୟାଦିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ଏହି ପ୍ରକଳ୍ପର ଭୌଗଳିକ ରୂପରେଖ ନେଇ ବହୁ ଉପାଦେୟ ପରାମର୍ଶ ମଧ୍ୟ ପ୍ରଦାନ କରିବା ସହ ବିଶେଷକରି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସଫଳ ରୂପାୟନରେ ବାଧକ ସାଜୁଥିବା ଯେକୋୖଣସି ସମସ୍ୟା ଆପଣ ମାନେ ସିଧାସଳଖ ମୋ ସହ ଆଲୋଚନା କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।
ଏହି ସମୀକ୍ଷା ବୈଠକରେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ପାଢ଼ୀ, ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜି ଇଶଲୱର, ଓଏଲଆଇସି ଏମଡି ଶ୍ରୀ ଆଲୋକ କର ଓ ଜଳସମ୍ପଦ ବିଭାଗ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।
Comments are closed.