ଆଦାନୀ ଭିଜିଞ୍ଜାମ ପୋର୍ଟରେ ବିଶ୍ୱର ବୃହତମ ପରିବେଶ ଅନୁକୂଳ ଜାହାଜ
ଦେଶର ବୃହତ୍ତମ ପରିବେଶ ଅନୁକୂଳ ଜାହାଜ ଏମଏସସି ଟି ରେକିୟେ ବୁଧବାର କେରଳସ୍ଥିତ ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ୍ ଦ୍ୱାରା ପରିଚାଳିତ ଭିଜିଞ୍ଜାମ ଅର୍ନ୍ତଜାତୀୟ ବନ୍ଦରରେ ପହଞ୍ଚତ୍ଛି। ଭାରତୀୟ ବନ୍ଦରରେ ପ୍ରଥମଥର ପାଇଁ ଏହିପରି ବିଶାଳ ଜାହାଜ ପହଞ୍ଚତ୍ଛି। ଭାରତର ସାମୁଦ୍ରିକ ଇତିହାସରେ ଏକ
ଉଲ୍ଲେଖନୀୟ ଘଟଣା ହୋଇଥିବାବେଳେ ଏହି ବନ୍ଦରର ବିଶ୍ୱବ୍ୟାପୀ ଗମନାଗମନ ହବ ଭାବରେ ପ୍ରତିଷ୍ଠା ଲାଭ କରିଛି। ଏହା ସମଗ୍ର ବିଶ୍ୱରୁ ଅଲ୍ଟ୍ରା-ଲାର୍ଜ କଣ୍ଟେନର ଜାହାଜ (ୟୁଏଲଭିସି)କୁ ଆକର୍ଷିତ କରିବ। ମେଡିଟେରାନିୟନ୍ ସିପିଙ୍ଗ କମ୍ପାନି(ଏମଏସସି) ଦ୍ୱାରା ପରିଚାଳିତ ଜାହାଜ ଏମଏସସି ଟି ରେକିୟେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ। ୩୯୯.୦ ମିଟର ଦୀର୍ଘ ୬୧.୩ ମିଟର ପ୍ରଶସ୍ତ ଏବଂ ୩୩.୫ ମିଟର ଗଭୀରତାଯୁକ୍ତ ଏହି ଜାହାଜଟି ପ୍ରାୟ ୨୪,୩୪୬ କୋଡ଼ିଏ ଫୁଟିଆ ସମାନ ୟୁନିଟ୍ ବହନ କରିପାରିବ। ତେବେ ଏହି ଜାହାଜର ବିଶେଷତା ହେଉଛି ଏହା ଖୁବ୍ କମ୍ ପରିମାଣର କାର୍ବନ ନିର୍ଗମନ କରିଥାଏ ଫଳରେ ଏହାକୁ ପରିବେଶ ଅନୁକୂଳ ଜାହାଜ ଭାବେ ବିବେଚନା କରାଯାଇଥାଏ। ୨୦୧୫ରେ ଭିଜିଞ୍ଜାମ ବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଗତ ବର୍ଷ କାର୍ଯ୍ୟକ୍ଷମ ହୋଇଛି। ସାମୁଦ୍ରିକ ପରିବହନ କ୍ଷେତ୍ରରେ ଏହା ବିଶ୍ୱସ୍ତରୀୟ ପ୍ରତିଷ୍ଠା ଲାଭ କରିଛି। ଭିଜିଞ୍ଜାମ ବନ୍ଦରର ବିକାଶ ତଥା ପରିଚାଳନା ପାଇଁ ଆଦାନୀ ଗ୍ରୁପ କେରଳ ସରକାରଙ୍କ ସହ ୪୦ ବର୍ଷିଆ ଚୁକ୍ତିନାମା ସ୍ବାକ୍ଷର କରିଛି ଏବଂ ସମସ୍ତ ପର୍ଯ୍ୟାୟ ୨୦୨୮ ସୁଦ୍ଧା ଶେଷ ହେବାର ଯୋଜନା ରହିଛି। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହା ଭାରତର ୫୦% କଣ୍ଟେନର ଟ୍ରାନ୍ସମିସନ ଆବଶ୍ୟକତା ପରିଚାଳନା କରିପାରିବ ଯାହା ଦୁବାଇ, କଲମ୍ବୋ ଏବଂ ସିଙ୍ଗାପୁର ଭଳି ଅନ୍ୟ ପ୍ରମୁଖ ଏସୀୟ ସମୁଦ୍ର ବନ୍ଦର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ।
Comments are closed.