ମେ’ ୧ ଯାଏଁ ବର୍ଷା

Share It

ରାଜ୍ୟର ବିଭିନ୍ନ ଜିଲାରେ ମେ’ ୧ ତାରିଖ ଯାଏଁ ଘଡ଼ଘଡ଼ି ଓ ବିଜୁଳି ସହ କୁଆପଥର ବର୍ଷା ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ରବିବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୨-୪ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୪ ଡିଗ୍ରୀ ସେଲସିୟସ ଅଧିକ ଥିଲା, ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସ୍ବାଭାବିକଠାରୁ ପ୍ରାୟ ୨-୩ ଡିଗ୍ରୀ ସେଲସିୟସ ଅଧିକ ଥିଲା, ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ ଓଡ଼ିଶାର ଅନ୍ୟ କୌଣସି ଜିଲ୍ଲାରେ ସ୍ବାଭାବିକ ଥିଲା। ଓଡ଼ିଶାର ଝାରସୁଗୁଡାରେ ସର୍ବୋଚ୍ଚ ସର୍ବାଧିକ ତାପମାତ୍ରା ୪୪.୮ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା I ସେହିପରି କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲାର ଜୟପାଟନାରେ ୮ ସେମି, ନୂଆପଡ଼ାରେ ୭, ନବରଙ୍ଗପୁର ଜିଲାର ରାଇଗଡ଼ ୫ ସେମି, ମୟୁରଭଞ୍ଜର ମୁରୁଡାରେ ୫ ସେମି ଓ ବେତନଟିରେ ୫ ସେମି, ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡିରେ ୫ ସେମି ବର୍ଷା ରେକର୍ଡ ହୋଇଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗୀର ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ରାତ୍ରି ଅନୁଭୂତ ହୋଇଥିଲା I
ସୋମବାର ଅପରାହ୍ନରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଆଦି ଜିଲାରେ ଘଣ୍ଟା ପ୍ରତି ୫୦ର ୬୦ କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ଓ ବିଜୁଳି ସହ କୁଆପଥର ବର୍ଷା ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଆଦି ଜିଲାରେ ଅପରାହ୍ନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହିସବୁ ଜିଲଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ରହିଛି। ଏହି ସବୁ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Share It

Comments are closed.