ଜୋମାଟୋ ପକ୍ଷରୁ ଭୁବନେଶ୍ୱରରେ ‘ଡେଲିଭରୀ ପାର୍ଟନର୍ସ ଡେ’ ପାଳନ


ଭୁବନେଶ୍ୱର: ଭାରତର ଫୁଡ୍ ଅର୍ଡରିଙ୍ଗ ଓ ଡେଲିଭରି ପ୍ଲାଟ୍‌ଫର୍ମ, ଜୋମାଟୋ ପକ୍ଷରୁ ନିକଟରେ ଭୁବନେଶ୍ୱରର ହୋଟେଲ ଶୁଭମ ଗ୍ରାଣ୍ଡ୍‌ଠାରେ ଏହାର ‘ଡେଲିଭରୀ ପାର୍ଟନର୍ସ ଡେ’ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସିପି ରମେଶ ଚନ୍ଦ୍ର ବିଶ୍ନୋଇ ଯୋଗ ଦେଇଥିଲେ । ‘ଡେଲିଭରୀ ପାର୍ଟନର୍ସ ଡେଜ୍‌’ ସେଲିବ୍ରେଶନ ସମୟରେ ୬ଟି ଭିନ୍ନ ଭିନ୍ନ ବର୍ଗରେ ଡେଲିଭରୀ ପାର୍ଟନରଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରତ୍ୟେକ ସମ୍ମାନ ଜୋମାଟୋର ଉତ୍ସର୍ଗୀକୃତ ଡେଲିଭରି ପାର୍ଟନରମାନଙ୍କର ଚମତ୍କାର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରୁଛି ।
ଏସମ୍ପର୍କରେ ଜୋମାଟୋର ଫୁଡ୍ ଅର୍ଡରିଙ୍ଗ ଆଣ୍ଡ ଡେଲିଭରି ବିଭାଗର ସିଇଓ, ରାକେଶ ରଞ୍ଜନ କହିଛନ୍ତି, “ ଡେଲିଭରୀ ପାର୍ଟନରମାନେ ଆମ ସଂସ୍ଥାର ପ୍ରକୃତ ମେରୁଦଣ୍ଡ ଅଟନ୍ତି । ଆମେ ପ୍ରାୟତଃ ଆମର ଉତ୍ସର୍ଗୀକୃତ ଡେଲିଭରୀ ପାର୍ଟନରମାନଙ୍କର ଅନେକ ହୃଦୟସ୍ପର୍ଶୀ କାହାଣୀଗୁଡିକର ସାମ୍‌ନା କରିଥାଉ, ଯିଏ ବିଶେଷକରି ଆହ୍ୱାନପୂର୍ଣ୍ଣ ସ୍ଥିତିରେ ସମାଜର ସେବା କରିବା ପାଇଁ ନିଜ କର୍ତବ୍ୟଠାରୁ ଆଗକୁ ବଢି ଅଧିକ କିଛି କରିଥାନ୍ତି । ଏହି ସମ୍ମାନଗୁଡିକ ସେମାନଙ୍କର ନିଃସ୍ୱାର୍ଥପରତାର ଉତ୍ସାହ ଓ ସେମାନଙ୍କର ଚମତ୍କାର ସେବାକୁ ସମ୍ମାନିତ କରିବା ଆମର ମାଧ୍ୟମ ଅଟେ ।”
ଏହି ସମ୍ବର୍ନ୍ଧନା ବ୍ୟତୀତ ଜୋମାଟୋ ପକ୍ଷରୁ ଭୁବନେଶ୍ୱରରେ ଗତ ଜୁଲାଇ ୨୬ ତାରିଖରେ ଡେଲିଭରୀ ପାର୍ଟନରମାନଙ୍କ ପାଇଁ ଏକ ଫାର୍ଷ୍ଟ-ରେସ୍‌ପଣ୍ଡର ଟ୍ରେନିଂ ପ୍ରୋଗ୍ରାମର ଆୟୋଜନ କରାଯାଇଥିଲା । ନିକଟରେ ଲଂଚ୍ ହୋଇଥିବା ଏହି ପ୍ରୋଗ୍ରାମ ଡେଲିଭରୀ ପାର୍ଟନରମାନଙ୍କୁ ପ୍ରଫେସନାଲ ଓ ସାର୍ଟିଫାଏଡ ଟ୍ରେନିଂ ମଡ୍ୟୁଲ ମାଧ୍ୟମରେ ମେଡିକାଲ ଫାର୍ଷ୍ଟ-ଏଡ୍ ଓ ସିପିଆର (କାର୍ଡିଓପଲ୍‌ମୋନାରୀ ରେସ୍ୟୁସାଇଟେଶନ)ର ପ୍ରୟୋଗଗୁଡିକୁ ଶିଖିବା ପାଇଁ ସକ୍ଷମ କରିବା ଲାଗି ଲକ୍ଷ୍ୟ ରଖିଛି ।
‘ଟପ୍ ପର୍‌ଫର୍ମର୍‌ସ’ ପ୍ରତ୍ୟେକ ଜୋନ୍‌ରେ ଶୀର୍ଷ ୧୦ ଜଣ ଡେଲିଭରୀ ପାର୍ଟନରଙ୍କୁ ସମ୍ମାନ ଜଣାଇଛି, ସର୍ବାଧିକ ସଂଖ୍ୟକ ଅର୍ଡର ଡେଲିଭରୀ କରିବା କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଦକ୍ଷତାକୁ ମାନ୍ୟତା ପ୍ରଦାନ କରିଛି । ‘ଏଭ୍ରିଡେ ହିରୋସ୍‌’ ନିଜର ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ସମସ୍ୟାର ସମ୍ମୁଖୀନ ହେବା ସତ୍ୱେ ନିଜ କାର୍ଯ୍ୟରେ ଉତ୍କର୍ଷତା ହାସଲ କରିଥିବା ଡେଲିଭରୀ ପାର୍ଟନରମାନଙ୍କୁ ସମ୍ମାନିତ କରିଛି । ଏହି ସମ୍ମାନ ସ୍ଥିରତା ଓ ଉତ୍ସର୍ଗୀକୃତତାର ଉଦାହରଣ ସୃଷ୍ଟି କରୁଛି । ‘ମେଡ୍ ଏ ଡିଫରେନ୍ସ’ ଉକ୍ତ ଡେଲିଭରୀ ପାର୍ଟନରଙ୍କୁ ସମ୍ମାନିତ କରିଛି ଯିଏ ସକାରାତ୍ମକ ଭାବେ ଗ୍ରାହକଙ୍କ ଜୀବନକୁ ପ୍ରଭାବିତ କରିଛନ୍ତି କିମ୍ବା ଆବଶ୍ୟକ ସମୟରେ ନିଜର ସାଥୀ ଡେଲିଭରୀ ପାର୍ଟନରଙ୍କୁ ସହଯୋଗର ହାତ ବଢାଇଛନ୍ତି, ଏହି ସମ୍ମାନ ସେମାନଙ୍କର ଆଗ୍ରହ ଓ ସହଯୋଗକୁ ହାଇଲାଇଟ୍ କରୁଛି । ‘ଇଲେକ୍‌ଟ୍ରିଫାୟିଙ୍ଗ ପାର୍ଟନର୍‌’ ବର୍ଗ ସହ ଜୋମାଟୋ ଡେଲିଭରି ପାଇଁ ଇଲେକ୍‌ଟ୍ରିକ ଯାନଗୁଡିକର ବ୍ୟବହାର କରି ଅଧିକ ଦୂରତା କଭର କରୁଥିବା ଡେଲିଭରୀ ପାର୍ଟନରମାନଙ୍କୁ ସେଲିବ୍ରେଟ କରିଛି, ଏହା ସ୍ଥାୟି ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରୁଛି । ‘ଆଇରନ ଲେଡିସ୍‌’ ମହିଳା ଡେଲିଭରୀ ପାର୍ଟନରମାତ୍ର ସମର୍ପଣଭାବକୁ ସ୍ୱୀକୃତି ପ୍ରଦାନ କରିଛି ଯିଏ ଖୁସି ବାଂଟିବା, ପ୍ରତିବନ୍ଧକକୁ ଭାଙ୍ଗିବା ଓ ଅନ୍ୟମାନଙ୍କୁ ପ୍ରେରିତ କରିବା ପାଇଁ ସାମାଜିକ ନିୟମକୁ ପ୍ରତିରୋଧ କରିଛନ୍ତି । ‘ଏଜ୍‌ଲେସ ଆଚିଭର୍ସ’ ୫୦ ବର୍ଷରୁ ଅଧିକ ବୟସର ଡେଲିଭରୀ ପାର୍ଟନରମାନଙ୍କୁ ସମ୍ମାନିତ କରିଛି ଯିଏ ନିଜର ଦୃଢ ଇଚ୍ଛାଶକ୍ତି ଓ ଉତ୍ସାହ ସହିତ ବୟସକୁ ନେଇ ରହିଥିବା ପରମ୍ପରାଗତ ଧାରଣାକୁ ପ୍ରତିରୋଧ କରିଛନ୍ତି, ସେମାନେ ସେବା ପ୍ରଦାନ କରିବା ପାଇଁ ନିଜର ଆଗ୍ରହର ଏକ ପ୍ରମାଣ ଭାବେ କାର୍ଯ୍ୟ କରିଛନ୍ତି । କମ୍ପ୍ଲିଆନ୍ସ ହିରୋସ୍‌: କମ୍ପାନୀର ସମ୍ପତିଗୁଡିକୁ ନେଇ ରହିଥିବା ନିୟମର ଅନୁପାଳନ କରୁଥିବା ଡେଲିଭରୀ ପାର୍ଟନରମାନଙ୍କୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ ।


Share It

Comments are closed.