ଜିକିତ୍ସା ହେଲଥ କେୟାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ଫନି ପରବର୍ତ୍ତି ସମୟରେ ବୃକ୍ଷର ଗୁରୁତ୍ୱକୁ ହୃଦୟଙ୍ଗମ କରି ତଥା ଲୋକ ମାନଙ୍କୁ ଏଥି ସମ୍ପର୍କରେ ସଚେତନତା ବାର୍ତ୍ତ ଦେବା ପାଇଁ ଉଦ୍ୟମ କରିଛି ଜିକିତ୍ସା ହେଲଥ କେୟାର ଲିମିଟେଡ଼୍ । ସରକାରଙ୍କ ପକ୍ଷରୁ ନିୟୋଜିତ ଜରୁରୀକାଳୀନ ସେବା ଯୋଗାଇ ଆସୁଥିବା ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ପରିଚାଳନା କରୁଥିବା ଜିକିତ୍ସା ହେଲଥ କେୟାର ଲିମିଟେଡ଼୍ ପକ୍ଷରୁ ଆଜି ଏକ ବିଶାଳ ସାଇକେଲ ରାଲି ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ହୋଇଥିବା ଉକ୍ତ ସାଇକେଲ ରାଲିଟି ରୂପାଲି ଛକରୁ ଆରମ୍ଭହୋଇ ଆମ୍ବୁଲାନ୍ସ ଥିବା ସ୍ଥାନ ପର୍ଯ୍ୟନ୍ତ ଯାଇଥିଲା, ଯାହାକି ସକାଳ ୭ ରୁ ଆରମ୍ଭହୋଇ ୧୦ରେ ସମାପ୍ତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଡ଼ିସିପି ପଦ୍ମିନୀ ସାହୂ, ଆଇପିଏସ୍ ଯୋଗଦେଇ ପତକା ଦେଖାଇ ଉକ୍ତ ରାଲିର ଶୁଭାରମ୍ଭ କରିଛନ୍ତି । ଉକ୍ତ ସାଇକେଲ ରାଲିଟି ଦିର୍ଘ ୩ କି.ମି ଅତିକ୍ରମ କରିଥିବାବେଳେ ଏଥିରେ ୭୦ଜଣ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି । ସାଇକେଲ ରାଲିଟି ଅତିକ୍ରମ କରିଥିବା ବିଭିନ୍ନ ପ୍ରମୁଖ ସ୍ଥାନ ଯେପରିକି ରାମ ମନ୍ଦିର ଛକ, ରାଜ୍ୟ ହାଉସିଂ ବୋର୍ଡ଼ ଛକ, ରେଡ଼ କ୍ରସ ଭବନ ଇତ୍ୟାଦି ସ୍ଥାନ ମାନଙ୍କରେ ଅଂଶଗ୍ରହଣକାରୀମାନେ ବୃକ୍ଷ ବଞ୍ଚାଇବା ବାର୍ତ୍ତା ସହିତ ବିଭିନ୍ନ ପ୍ଲାକାର୍ଡ଼ମାନ ଧରି ଛିଡ଼ାହୋଇଥିଲେ ।
ବୃକ୍ଷ ବଞ୍ଚାଅ ଅଭିଯାନର ଦ୍ୱିତୀୟ ସୋପାନରେ ସାଇକେଲ ରାଲି ୧୦ଟି ଆମ୍ବୁଲାନ୍ସ ଥିବା ସ୍ଥାନରେ ପହଞ୍ଚିବା ପରେ ପ୍ରତ୍ୟେକ ବେସ ଲୋକେସନରେ ୧୦ଟି ଲେଖାଏଁ ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା, କୁମାରୀ ସାଲିନୀ ପଣ୍ଡିତ୍ ଉପସ୍ଥିତ ରହିଥିଲେ । ଆହୁରୀ ମଧ୍ୟ ଏହି ଅବସରରେ ଜିକିତ୍ସା ହେଲଥ କେୟାର ଲିମିଟେଡର ଓଡିଶା ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଏବଂ ଜିକିତ୍ସାର କର୍ମଚାରୀମାନେ ଲୋକ ମାନଙ୍କୁ ବୃକ୍ଷ ଚାରାମାନ ବାଣ୍ଟିଥିଲେ । ପରବର୍ତ୍ତି ସମୟରେ ଏହିପରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିବ ବୋଲି କମ୍ପାନୀ ସୂତ୍ରରୁ ପ୍ରକାଶ ।


Share It

Comments are closed.