ସୁନ୍ଦରଗଡ଼ ଜିଲ୍ଲାରେ ମହାପ୍ରୟାଣ ଗାଡ଼ି ପରିଚାଳନା ପାଇଁ ନିୟୋଜିତ ହୋଇଛି ଜିକିତ୍ସା ହେଲଥକେୟାର


ସୁନ୍ଦରଗଡ଼, ୨୧ ଫେବୃଆରୀ ୨୦୨୪: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ (ଜେଡ୍‌ଏଚ୍‌ଏଲ୍‌) ଜରୁରୀକାଳିନ ସ୍ୱାସ୍ଥ୍ୟସେବା ବାହାରେ ଓଡିଶାରେ ନିଜର ସେବାଗୁଡିକୁ ବିସ୍ତାର କରିଛି । ସୁନ୍ଦରଗଡ ଜିଲ୍ଲା ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ (ଡିଏମ୍‌ଏଫ୍‌) ପକ୍ଷରୁ  ମହାପ୍ରୟାଣ ଗାଡି ପ୍ରଦାନ କରିବା ଓ ତାହାର ପରିଚାଳନା କରିବା ପାଇଁ ଜେଡଏଚଏଲକୁ ନିଯୁକ୍ତ କରାଯାଇଛି । ଏହି ସହଭାଗିତା ସୁନ୍ଦରଗଡ ଜିଲ୍ଲାରେ ଆର୍ଥିକ ରୂପେ ଦୁର୍ବଳ ପରିବାରଗୁଡିକ ପାଇଁ ମୃତ ବ୍ୟକ୍ତିଙ୍କ ପରିବହନ ଲାଗି ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

ବିଗତ ଏକ ଦଶନ୍ଧି ହେବ ଜେଡଏଚଏଲ ରାଜ୍ୟରେ ଜରୁରୀକାଳିନ ସ୍ୱାସ୍ଥ୍ୟସେବାର ଆଗଧାଡିରେ ରହିଆସିଛି, ଯାହା ସଫଳତାର ସହ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳନା କରୁଛି । ସମାନ ସେବାଗୁଡିକର ଅନୁଭୂତିକୁ ଜିଲ୍ଲା ମଧ୍ୟରେ ୧୫ଟି ମହାପ୍ରୟାଣ ଗାଡିର ପରିଚାଳନାକୁ ବାଧାମୁକ୍ତ ଭାବେ ସ୍ଥାନାନ୍ତରଣ କରାଯାଇଛି । ମୃତ ବ୍ୟକ୍ତିଙ୍କୁ ସେମାନଙ୍କ ଅଂଚଳକୁ ପରିବହନ କରିବା ପାଇଁ ଉତ୍ସର୍ଗୀକୃତ ଏହି ଯାନଗୁଡିକ ଗତ ଏକ ମାସ ମଧ୍ୟରେ ୧୭୫ଟି ପରିବାର ପାଇଁ ଏହି ମହତ କାର୍ଯ୍ୟ କରିଛନ୍ତି ।

ଅଗଷ୍ଟ ୨୦୧୬ରେ ଆରମ୍ଭ ହୋଇଥିବା ସରକାରଙ୍କ ମହାପ୍ରୟାଣ ଯୋଜନା ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ମାଗଣା ଶବ ପରିବହନ ସେବା ପ୍ରଦାନ କରିବା ଜାରି  ରଖିଛି । ସୁନ୍ଦରଗଡ ଜିଲ୍ଲାର ଡିଷ୍ଟ୍ରିକ୍ଟ  ମିନେରାଲ ଫଣ୍ଡ (ଡିଏମ୍‌ଏଫ୍‌)ର ଜେଡ୍‌ଏଚ୍‌ଏଲ୍ ସହ ଏହି ସହଭାଗିତା ବିଶେଷ କରି ସୁନ୍ଦରଗଡ ଜିଲ୍ଲାରେ ଏହି ସେବାର ଦକ୍ଷତା ଓ ସମ୍ମାନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ବର୍ଷ ବର୍ଷ ଧରି ଜରୁରୀକାଳିନ ସ୍ୱାସ୍ଥ୍ୟସେବା ପରିସ୍ଥିତିଗୁଡିକର ପରିଚାଳନାରୁ ମିଳିଥିବା ଅଭିଜ୍ଞତା ଅତ୍ୟାଧୁନିକ ଭିତିଭୂମି ସହ ଜଡିତ ରହିଛି ଏବଂ  ମୃତ ବ୍ୟକ୍ତିଙ୍କ ସମ୍ମାନଜନକ ପରିବହନ ସୁନିଶ୍ଚିତ କରିବା କ୍ଷେତ୍ରରେ ଏକ ମୂଲ୍ୟବାନ ସହଯୋଗୀ ଭାବେ ଜେଡଏଚଏଲକୁ ଅବସ୍ଥାପିତ କରିଛି ।

ଏହି ସହଭାଗିତା ଉପରେ ନିଜର ସନ୍ତୋଷ ବ୍ୟକ୍ତ କରି ଜେଡଏଚଏଲ ଓଡିଶାର ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, “ଆମେ ଏହି ପ୍ରକଳ୍ପ ପାଇଁ ଓଡିଶା ସରକାରଙ୍କ ସହ ସହଭାଗିତା କରି ଖୁବ୍ ଆନନ୍ଦିତ । ଆମେ ମୃତ ବ୍ୟକ୍ତିଙ୍କ ଶରୀରର ସମ୍ମାନଜନକ ପରିବହନକୁ ଭଲ ଭାବେ ବୁଝିଛୁ ଓ ଗୁରୁତ୍ୱ ଦେଉଛୁ । ଜରୁରୀକାଳିନ ସେବା  ଓ ଅତ୍ୟାଧୁନିକ ଭିତିଭୂମି କ୍ଷେତ୍ରରେ ଆମର ଅଭିଜ୍ଞତା ଆମକୁ ନିଜର ସର୍ବୋତମ ସେବା ପ୍ରଦାନ କରିବା ପାଇଁ ସାହାଯ୍ୟ କରୁଛି ।”

ଏହି ସହଭାଗିତା  ସମୁଦାୟର ସାମଗ୍ରିକ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ପ୍ରତି ଏକ ବିସ୍ତୃତ ପ୍ରତିବଦ୍ଧତାକୁ ସୂଚିତ କରୁଛି, ଯାହା ସେମାନଙ୍କର ଆର୍ଥିକ ସ୍ଥିତି ଯାହାବି ହେଉନା କାହିଁକି ଶେଷ ଯାତ୍ରାରେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସମ୍ମାନକୁ ବଜାୟ ରଖାଯିବା ସୁନିଶ୍ଚିତ କରୁଛି ।


Share It

Comments are closed.