ଅମିତାଭ ଜୟପୁରିଆ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡର ନୂଆ ସିଇଓ ଭାବେ ନିଯୁକ୍ତ


ଭୁବନେଶ୍ୱର: ଶ୍ରୀ ଅମିତାଭ ଜୟପୁରିଆ ଭାରତରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅଗ୍ରଣୀ ସଂସ୍ଥା, ଜିକିତ୍ସା ହେଲଥ୍‌କେୟାର ଲିମିଟେଡ(ଜେଡଏଚଏଲ)ର ନୂଆ ଏମଡି ତଥା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି । ଅମିତାଭଙ୍କର ରିଲାଏନ୍ସ ଜିଓ, ମୋନସେଂଟୋ, ପେପ୍ସିକୋ, ଜିଇ, କ୍ୱେଜ, ଫର୍ଷ୍ଟ ମେରିଡିଆନ ଏବଂ ଭିଆଇପି ଇଂଣ୍ଡଷ୍ଟ୍ରିଜ ଭଳି ଭାରତର ଅଗ୍ରଣୀ କର୍ପୋରେଟ ଗୁଡ଼ିକରେ ୩୦ ବର୍ଷର ସମୃଦ୍ଧ ଅଭିଜ୍ଞତା ରହିଛି । ଜେଡ୍‌ଏଚ୍‌ଏଲ୍‌ରେ ଯୋଗଦେବା ପୂର୍ବରୁ ସେ ମୋନସେଂଟୋରେ ଏମଡି, ରିଲାଏନ୍ସ ଜିଓ ମୋବିଲିଟିର ଅଧ୍ୟକ୍ଷ, ଫର୍ଷ୍ଟ ମେରିଡିଆନ ଷ୍ଟାଫିଙ୍ଗ ଅଧ୍ୟକ୍ଷ, କ୍ୱେସ୍‌ରେ ଗ୍ଲୋବାଲ ବିଜନେସ ସର୍ଭିସର ଅଧ୍ୟକ୍ଷ ଏବଂ ସିଇଓ ଏବଂ ପେପ୍ସିକୋରେ ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟୀତ୍ୱ ତୂଲାଇଛନ୍ତି । ବିଭିନ୍ନ ଅର୍ଥନୈତିକ ଏବଂ ବ୍ୟବସାୟୀକ କ୍ଷେତ୍ର ଯଥା ଉପଭୋକ୍ତା ଉତ୍ପାଦ, ବାଣିଜ୍ୟିକ ଉତ୍ପାଦ, ଏଫଏମସିଜି, ମିଳିତ ବ୍ୟାଙ୍କିଙ୍ଗ ସେବା, ଟେଲିକମ ସେବା, ଷ୍ଟାଫିଙ୍ଗ, ସୁରକ୍ଷା, ଫାସିଲିଟି ମ୍ୟାନେଜମେଂଟ ସମେତ ଏଗ୍ରିକଲ୍‌ଚରାଲ୍ ଇନ୍‌ପୁଟ ଏବଂ ସେବା କ୍ଷେତ୍ରରେ ବିବିଧ ଅଭିଜ୍ଞତା ସହିତ ଶ୍ରୀ ଜୟପୁରିଆ ଜଣେ ବହୁମୂଖୀ ନେତୃତ୍ୱ ଅଟନ୍ତି ।
ଏହା ସମ୍ପର୍କରେ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡର ନବ ନିଯୁକ୍ତ ଏମ୍‌ଡି ତଥା ସିଇଓ ଶ୍ରୀ ଅଭିତାଭ ଜୟପୁରିଆ କହିଛନ୍ତି ଯେ, “ ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଜେଡ୍‌ଏଚ୍‌ଏଲ୍ ଅଗ୍ରଣୀ ଅଟେ ଏବଂ ଦେଶବାସୀଙ୍କୁ ଗୁଣବତାଯୁକ୍ତ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସାହାଯ୍ୟ କରିବା ଲାଗି ଜିକିତ୍ସା ପରିବାରରେ ସାମିଲ ହୋଇଥିବାରୁ ମୁୁଁ ବେଶ କୃତଜ୍ଞ । କୋଭିଡ ମହାମାରୀ ଏହି କ୍ଷେତ୍ରକୁ ସମସ୍ତଙ୍କ ନଜର ସାମ୍ନାକୁ ଆଣିଛି ଏବଂ ଗତ କିଛି ମାସ ମଧ୍ୟରେ ଜେଡ୍‌ଏଚ୍‌ଏଲ୍‌ର ୧୦,୦୦୦ ଦୃଢ଼ କର୍ମଜୀବୀ ଆବଶ୍ୟକ କରୁଥିବା ସମସ୍ତଙ୍କୁ ନିସ୍ୱାର୍ଥପର ସେବା ଯୋଗାଇଛନ୍ତି ଏବଂ ଅନେକ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛନ୍ତି । ଭବିଷ୍ୟତରେ ମଧ୍ୟ ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଜେଡ୍‌ଏଚ୍‌ଏଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୂଲାଇବା ଜାରି ରଖିବ ।”
ଏହା ସମ୍ପର୍କରେ ଜେଡ୍‌ଏଚ୍‌ଏଲ୍‌ର ପୂର୍ବତନ ଏମଡି ତଥା ସିଇଓ ଶ୍ରୀ ନରେଶ ଜୈନ କହିଛନ୍ତି ଯେ, “ମୋର ଦୃଢ଼ ଆତ୍ମବିଶ୍ୱାସ ଯେ ଜିକିତ୍ସାକୁ ଏକ ଉର୍ଣ୍ଣୀତ ପର୍ଯ୍ୟାୟ ଆଡ଼କୁ ଅଗ୍ରସର କରାଇବାରେ ଅମିତାଭ ହେଉଛନ୍ତି ଉପଯୁକ୍ତ ନେତୃତ୍ୱ । ଅନେକ ଉଦ୍ୟୋଗୁଡ଼ିକରେ ତାଙ୍କର ୩୦ବର୍ଷର ଅଭିଜ୍ଞତା ସହିତ ସେ ଅନେକ ବୃହତ ଏବଂ ଜଟିଳ ଭୂମିକା ତୂଲାଇବା ସହ ଏକାଧିକ ସଂଗଠନଗୁଡ଼ିକ ପାଇଁ ବିକାଶ ଏବଂ ଲାଭ ନେଇଆସିଛନ୍ତି । ଜିକିତ୍ସା ପରିବାରରେ ଅମିତାଭଙ୍କୁ ସ୍ୱାଗତ କରିବାକୁ ମୁଁ ବେଶ ଉତ୍ସାହିତ ।”


Share It

Comments are closed.