ZELIO Ebikes ପ୍ରସ୍ତୁତ କରୁଛି Gracy ସିରିଜ୍‌ କମ-ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର, ଟ. 59,273ରୁ ଟ. 83,073 ରେଞ୍ଜ ଭିତରେ ଏକ୍ସ-ଶୋ ରୁମ୍


ଭୁବନେଶ୍ବର: Zelio Ebikes ହେଉଛି ଏକ ଅଗ୍ରଣୀ ଇଭି ଦୁଇ-ଚକିଆ ଷ୍ଟାର୍ଟଅପ୍, ଏହାର GRACY ସିରିଜ୍‌ ଉନ୍ମୋଚନ କରିଛି, ଯେଉଁଥିରେ କମ ସ୍ପିଡର ଇଭି ଦୁଇଚକିଆ ଗାଡ଼ି ରହିଛି । ଟ.  59,273ରୁ ଟ. 83,073 ଏକ୍ସ-ଶୋ’ରୁମ୍ ମୂଲ୍ୟ ସହିତ, GRACY ସିରିଜରେ GRACYi, GRACY Pro, ଏବଂ GRACY + ମଡେଲ୍ ଅନ୍ତର୍ଭୁକ୍ତ । ହରିୟାନାର ଲଡୱା, ହିସାର ଠାରେ Zelioର ନୂତନ ଉତ୍ପାଦନ ୟୁନିଟର ଉଦଘାଟନ ପରେ ଏହି ଘୋଷଣା କରାଯାଇଛି, ଯାହା ବାର୍ଷିକ 1,50,000 ଗାଡ଼ି ଉତ୍ପାଦନ କରିବାର କ୍ଷମତା ରଖିଛି ।
ସମସ୍ତ ଲିଙ୍ଗର ସହରାଞ୍ଚଳ ଚାଳକମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି, ନୂଆ ଚାଳକଙ୍କ ଠାରୁ ଆରମ୍ଭ କରି ଅଭିଜ୍ଞ ଚାଳକମାନଙ୍କ ଯାତ୍ରୀଙ୍କ ପର୍ଯ୍ୟନ୍ତ, କଲେଜ ପିଲା, ପେସାଦାର ବ୍ୟକ୍ତି, ଏବଂ ଗିଗ୍ କର୍ମଚାରୀ ମିଶାଇ ସମସ୍ତଙ୍କ ପାଇଁ ପ୍ରସ୍ତୁତ ହୋଇଛି, Zelio Ebikeର ସର୍ବଶେଷ ଗାଡ଼ିଗୁଡ଼ିକ ସ୍ୱତନ୍ତ୍ର କାର୍ଯ୍ୟଦକ୍ଷତା, ଷ୍ଟାଇଲ, ସ୍ଥାୟୀତ୍ୱ ଏବଂ ସ୍ଥିରତାକୁ ଏକତ୍ର କରିଥାଏ ।
GRACYi
GRACYiରେ 60/72Vର ଏକ ଡାଇନାମିକ ବିଏଲଡିସି ମୋଟର ରହିଛି ଯାହା ଏକ ସୁଗମ ଏବଂ ଦକ୍ଷ ଯାତ୍ରାକୁ ନିଶ୍ଚିତ କରେ । ମୋଟ 60 kg ଓଜନ ଏବଂ 150 kgର ଲୋଡିଂ କ୍ଷମତା, ଏହା ରାସ୍ତାରେ ଉଭୟ ସ୍ଥିରତା ଏବଂ ସକ୍ରିୟତା ପ୍ରଦାନ କରେ । ଉନ୍ନତ ସୁରକ୍ଷା ପାଇଁ ସ୍କୁଟରରେ ଫ୍ରଣ୍ଟ ଡିସ୍କ ବ୍ରେକ୍ ଏବଂ ପଛ ଡ୍ରମ୍ ବ୍ରେକ୍ ରହିଛି । ଏହା ପାଞ୍ଚଟି ପ୍ରକାରରେ ଉପଲବ୍ଧ:
60V/32AH ଲେଡ୍ ଏସିଡ୍: ଟ. 59,273; 55-60 KM ରେଞ୍ଜ; 7-8 HRS ଚାର୍ଜିଂ ସମୟ
72V/32AH ଲେଡ୍ ଏସିଡ୍: ଟ. 61,773; 70-80 KM ରେଞ୍ଜ; 7-8 HRS ଚାର୍ଜିଂ ସମୟ
60V/38AH ଲେଡ୍ ଏସିଡ୍: ଟ. 65,073; 80-90 KM ରେଞ୍ଜ; 8-9 HRS ଚାର୍ଜିଂ ସମୟ
72V/38AH ଲେଡ୍ ଏସିଡ୍: ଟ. 68,773; 120 KM ରେଞ୍ଜ; 9-10 HRS ଚାର୍ଜିଂ ସମୟ
60V/30AH ଏଲଆଇ-ଆୟନ: ଟ. 82,273; 80 KM ରେଞ୍ଜ; 4 HRS ଚାର୍ଜିଂ ସମୟ
ରଙ୍ଗ ଉପଲବ୍ଧ: Yellow/Black; White/Black; Red/Black; GREY
GRACY PRO
GRACY Proରେ 60/72Vର ଏକ ମଜବୁତ ବିଏଲଡିସି ମୋଟର ରହିଛି ଯାହା ସ୍ୱତନ୍ତ୍ର କାର୍ଯ୍ୟଦକ୍ଷତା ଏବଂ ନିର୍ଭରଯୋଗ୍ୟତା ପ୍ରଦାନ କରେ । ମୋଟ 70 kg ଓଜନ ଏବଂ 150 kgର ଲୋଡିଂ କ୍ଷମତା ସହିତ ଏହା ସହରାଞ୍ଚଳ ଲୋକମାନଙ୍କୁ ଏକ ସ୍ଥିର ଏବଂ ଆରାମଦାୟକ ଚାଳନା ପ୍ରଦାନ କରେ । ଏଥିରେ ଫ୍ରଣ୍ଟ ଡିସ୍କ ବ୍ରେକ୍ ଏବଂ ପଛ ଡ୍ରମ୍ ବ୍ରେକ୍ ରହିଛି, ପ୍ରତ୍ୟେକ ଯାତ୍ରାରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇଛି । ଏହା ଚାରିଟି ପ୍ରକାରରେ ଉପଲବ୍ଧ:
72V/42AH ଲେଡ୍ ଏସିଡ୍:  ଟ. 79,999; 120 KM ରେଞ୍ଜ; 7-9 HRS ଚାର୍ଜିଂ ସମୟ
60V/30AH ଏଲଆଇ-ଆୟନ: ଟ. 79,999 ; 80 KM ରେଞ୍ଜ ; 4 Hrs ଚାର୍ଜିଂ ସମୟ
ରଙ୍ଗ ଉପଲବ୍ଧ: Aqua Blue, Matty Grey, Pearl White , Glossy Black
GRACY+
GRACY+ 60/72Vର ଏକ ଶକ୍ତିଶାଳୀ ବିଏଲଡିସି ମୋଟର ସହିତ ଆସେ ଯାହା ରୋଡ଼ରେ ଉନ୍ନତ ଗତି ଏବଂ କାର୍ଯ୍ୟଦକ୍ଷତା ପ୍ରଦାନ କରେ । ମୋଟ 60 kg ଓଜନ ଏବଂ 150 kgର ଲୋଡିଂ କ୍ଷମତା ସହିତ ଏହା ସହରାଞ୍ଚଳରେ ଯାତାୟାତ କରିବା ପାଇଁ ଏକ ବହୁମୁଖୀ ଏବଂ ସକ୍ରିୟ ଚାଳନା ପ୍ରଦାନ କରେ । ଏଥିରେ ଫ୍ରଣ୍ଟ ଡିସ୍କ ବ୍ରେକ୍ ଏବଂ ପଛ ଡ୍ରମ୍ ବ୍ରେକ୍ ରହିଛି, ସବୁ ସମୟରେ ନିରାପତ୍ତାକୁ ନିଶ୍ଚିତ କରାଯାଇଛି । ଏହା ପାଞ୍ଚଟି ପ୍ରକାରରେ ଉପଲବ୍ଧ:
60V/30AH ଲେଡ୍ ଏସିଡ୍:  ଟ. 60,073; 55-60 KM 7-8 HRS ଚାର୍ଜିଂ ସମୟ
72V/30AH ଲେଡ୍ ଏସିଡ୍: ଟ. 62,573; 70KM; 7-9 HRS ଚାର୍ଜିଂ ସମୟ
60V/38AH ଲେଡ୍ ଏସିଡ୍: ଟ. 65,873; 70-75 KM; 8-9 HRS ଚାର୍ଜିଂ ସମୟ
72V/38AH ଲେଡ୍ ଏସିଡ୍: ଟ. 69,573; 100KM; 9-10 HRS ଚାର୍ଜିଂ ସମୟ
60V/30AH ଏଲଆଇ-ଆୟନ:  ଟ. 83,073; 80KM; 4 HRS ଚାର୍ଜିଂ ସମୟ
ରଙ୍ଗ ଉପଲବ୍ଧ: Black, White, Grey, SeaGreen
ଏହି ଚିତ୍ତାକର୍ଷକ ବୈଶିଷ୍ଟ୍ୟଗୁଡ଼ିକ ସହିତ, Zelio Ebikeର ନୂତନ ଇଭି ସ୍କୁଟରଗୁଡ଼ିକ ଆଣ୍ଟି-ଥେପ୍ଟ ଆଲାର୍ମ, ରିଭର୍ସ ଗିୟର ବୈଶିଷ୍ଟ୍ୟ, ଅଟୋ ରିପେୟାର୍‌ ସୁଇଚ୍, ଡିଜିଟାଲ୍ ଡିସପ୍ଲେ ଏବଂ ପ୍ରଶସ୍ତ ବୁଟ୍ ସ୍ପେସ୍ ସହିତ ସଜ୍ଜିତ । ଉଲ୍ଲେଖଯୋଗ୍ୟ କଥା ହେଉଛି ବିଭିନ୍ନ ଭାରିଆଣ୍ଟରେ ବ୍ୟବହୃତ ଉଭୟ ଲେଡ୍ ଏସିଡ୍ ଏବଂ ଏଲଆଇ-ଆୟନ ବ୍ୟାଟେରୀଗୁଡ଼ିକରେ 2 ବର୍ଷର ଏକ ସ୍ୱତନ୍ତ୍ର ୱାରେଣ୍ଟି ରହୁଛି କିମ୍ବା ମୋଟର, କଣ୍ଟ୍ରୋଲର, ଏବଂ ଫ୍ରେମ୍ ପାଇଁ ଅସୀମିତ କିଲୋମିଟର ଦ୍ୱାରା ସମର୍ଥିତ । ବିଶ୍ୱସନୀୟତା, ସୁବିଧା ଏବଂ ମାନସିକ ଶାନ୍ତି ଖୋଜୁଥିବା ସହରୀ ଯାତ୍ରୀମାନଙ୍କ ପାଇଁ ଏହି ଉନ୍ନତ ବୈଶିଷ୍ଟ୍ୟଗୁଡ଼ିକ Zelio Ebikesକୁ ସେମାନଙ୍କର ଯଥାର୍ଥ ପସନ୍ଦ କରିଥାଏ ।
ନୂତନ ଇଲେକ୍ଟ୍ରିକ୍ ସ୍କୁଟରର ଶୁଭାରମ୍ଭ ବିଷୟରେ ମନ୍ତବ୍ୟ ଦେଇ Zelio Ebikesର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ କୁନାଲ ଆର୍ଯ୍ୟ କହିଛନ୍ତି ଯେ “EV ବଜାରରେ ଆମର ନୂତନ ଯୋଗଦାନକୁ ଉପସ୍ଥାପନ କରି ଆମେ ଆନନ୍ଦିତ, ଯେଉଁଠାରେ କମ ସ୍ପିଡର ଇଲେକ୍ଟ୍ରିକ ସ୍କୁଟରଗୁଡ଼ିକ ସେମାନଙ୍କର ବ୍ୟବହାରିକତା, ସୁଲଭତା ଏବଂ ପରିବେଶଗତ ସୁବିଧା ପାଇଁ ପ୍ରାଧାନ୍ୟ ବିସ୍ତାର କରନ୍ତି। ସହରାଞ୍ଚଳ ଯାତ୍ରୀମାନେ ଅଧିକ ମାତ୍ରାରେ କମ ଖର୍ଚ୍ଚଯୁକ୍ତ ଦୀର୍ଘସ୍ଥାୟୀ ପରିବହନ ବିକଳ୍ପଗୁଡ଼ିକ ଖୋଜୁଛନ୍ତି ଏବଂ କମ ସ୍ପିଡର EVs ସେମାନଙ୍କର ସହଜ ପରିଚାଳନା, ସ୍ୱଳ୍ପ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଶୂନ ନିର୍ଗମନ ବା ଏମିସନ ସହିତ ଏକ ଆଦର୍ଶ ସମାଧାନ ପ୍ରଦାନ କରିଥାଏ ।”
“ଆମର GRACY ସିରିଜ୍ ହେଉଛି କଠୋର ଅନୁସନ୍ଧାନ ଏବଂ ବିକାଶର ସମାପ୍ତି, ସହରୀ ଚାଳକଙ୍କ ବିବିଧ ଆବଶ୍ୟକତା ପୂରଣ ପାଇଁ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି । କାର୍ଯ୍ୟଦକ୍ଷତା, ନିରାପତ୍ତା, ସ୍ଥାୟୀତ୍ୱ ଏବଂ ଷ୍ଟାଇଲ ପରି ବିଭିନ୍ନ କାରଣକୁ ଆମେ ଦୃଷ୍ଟିରେ ରଖିଛୁ । ଡାଇନାମିକ ବିଏଲଡିସି ମୋଟର ଠାରୁ ଆରମ୍ଭ କରି ଉନ୍ନତ ବ୍ରେକିଂ ସିଷ୍ଟମ ପର୍ଯ୍ୟନ୍ତ ଆମର ସ୍କୁଟରଗୁଡ଼ିକର ପ୍ରତ୍ୟେକ ଉପାଦାନକୁ ସର୍ବୋଚ୍ଚ କ୍ୱାଲିଟି ଏବଂ ନିର୍ଭରଯୋଗ୍ୟତା ନିଶ୍ଚିତ କରିବା ପାଇଁ ଯତ୍ନର ସହ ଚୟନ କରାଯାଇଛି ଏବଂ ପରୀକ୍ଷଣ କରାଯାଇଛି । ଆମେ ନିଶ୍ଚିତ ଯେ ଆମର ଗ୍ରାହକମାନେ ଆମର ନୂତନ ସ୍କୁଟରର ଉନ୍ନତ ଇଞ୍ଜିନିୟରିଂ ଏବଂ ସୁଚିନ୍ତିତ ଡିଜାଇନକୁ ପ୍ରଶଂସା କରିବେ” ବୋଲି ସେ କହିଛନ୍ତି ।
2021 ମସିହାରେ ପ୍ରତିଷ୍ଠିତ Zelio Auto Private Limited ଶୀଘ୍ର ଭାରତୀୟ ଇଲେକ୍ଟ୍ରିକ ଦୁଇ-ଚକିଆ ଗାଡ଼ି ବଜାରରେ ଏକ ପ୍ରମୁଖ ପ୍ରତିଯୋଗୀ ଭାବରେ ଉଭା ହୋଇଛି । ଦେଶବ୍ୟାପୀ 150ରୁ ଅଧିକ ଡିଲର ନେଟୱାର୍କ ରହିଛି ଏବଂ 200,000ରୁ ଅଧିକ ଗ୍ରାହକ ଆଧାର ରହିଛି, କମ୍ପାନୀ ଏକ ସବୁଜ, ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ଆଡ଼କୁ ଦେଶକୁ ନେବା ପାଇଁ ଉତ୍ସର୍ଗୀକୃତ ।


Share It

Comments are closed.