ସା ରେ ଗା ମା ପା- ସ୍ୱରର ମହାମଂଚ ଶୁଭାରମ୍ଭ ସହିତ ୨୦୨୧କୁ ସ୍ୱାଗତ କଲା ଜି ସାର୍ଥକ


ଭୁବନେଶ୍ୱର: ନୂତନ ବର୍ଷ ଆରମ୍ଭ ସହିତ ଓଡ଼ିଶାର ଅଗ୍ରଣୀ ମନୋରଂଜନକାରୀ ଚ୍ୟାନେଲ, ଜି ସାର୍ଥକ ସା ରେ ଗା ମା ପା-ସ୍ୱରର ମହାମଂଚ ସହିତ ସମଗ୍ର ରାଜ୍ୟରୁ ବିବିଧ ସଂଗୀତ ପ୍ରତିଭାମାନଙ୍କୁ ଉପସ୍ଥାପନ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ । ଚଳିତ ଥର ଏହା ସଂପୂର୍ଣ୍ଣ ଭାବରେ ନୂତନ ରୂପରେ ଏହା ଓଡ଼ିଶାର ସମୃଦ୍ଧ ବହୁଧା-ସାଂସ୍କୃତିକ, ବହୁଧା-ଲୋକସଂସ୍କୃତି ଗୋଟିଏ ମଂଚରେ ଏକତ୍ର କରିବାକୁ ଯାଉଛି, ଯେଉଁଠି ସଂଗୀତ କେବଳ ସର୍ବୋତମର ସଂଜ୍ଞା ନିର୍ଦ୍ଧାରଣ କରିବ! ସା ରେ ଗା ମା ପା ସ୍ୱରର ମହାମଂଚ ୨୦୨୧ ଜି ସାର୍ଥକର ବିଷୟବସ୍ତୁ ‘ନୂଆ ଆରମ୍ଭ ନୂଆ ଅଧ୍ୟାୟ’ ଅନୁଯାୟୀ ଉପସ୍ଥାପନ କରାଯାଉଛି । ଏହି ସଂଗୀତ ଭିିତିକ କାର୍ଯ୍ୟକ୍ରମ ମଧ୍ୟ ଜି ସାର୍ଥକର ଦୃଷ୍ଟିଭଙ୍ଗୀ ‘ନୂଆ ରୂପରେ ନୂଆବର୍ଷ ମନୋରଞ୍ଜନ ଭରା ସାରାବର୍ଷ’ ଧାରାରେ ହୋଇଛି । ଏହି କାର୍ଯ୍ୟକ୍ରମର ମହା ଶୁଭାରମ୍ଭ ତଥା ପ୍ରିମିୟର ପୁରୀର ସୌନ୍ଦର୍ଯ୍ୟମୟ ବେଳାଭୂମିରେ ୨୦୨୧ ଜାନୁଆରୀ ୩ତାରିଖ ଦିନ ଅନୁଷ୍ଠିତ ହେବ, ଯେଉଁଠାରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନଙ୍କର ବାଲୁକାକଳା ପ୍ରଦର୍ଶନ ଦର୍ଶକଙ୍କୁ ସମ୍ମୋହିତ କରିବ । ତତ୍‌ସହିତ ମାନନୀୟ ବିଚାରକମଣ୍ଡଳୀ ଏବଂ ପ୍ରତିଯୋଗୀମାନେ ସ୍ୱତନ୍ତ୍ର ପ୍ରଦର୍ଶନ ଜରିଆରେ ଦର୍ଶକମାନଙ୍କର ବିଗତ ଦିନର ସ୍ମୁତିକୁ ଉଜ୍ଜୀବିତ କରାଇବେ ।
ଜି ସାର୍ଥକ ସଫଳତାର ସହିତ ସମଗ୍ର ରାଜ୍ୟରୁ ୩୫୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଡିଜିଟାଲ ଅଡିସନ ଆୟୋଜନ କରିବାପରେ ସଂପ୍ରତି ଓଡ଼ିଆ ଛୋଟ ପରଦାରେ ସବୁଠାରୁ ପ୍ରିୟ କଣ୍ଠସଂଗୀତ ପ୍ରତିଭାମାନଙ୍କର ମଂଚ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛି । ଏହି ସୋ’ ସଂଗୀତପ୍ରେମୀଙ୍କୁ ୨୦୨୧ ଜାନୁଆରୀ ୯ତାରିଖରୁ ଶନିବାର-ରବିବାର ରାତି ୯ଟାରେ ଆକୃଷ୍ଟ କରିବ ଏବଂ ଓଡ଼ିଆ ମନୋରଂଜନ ଶିଳ୍ପର ସଂଗୀତ କ୍ଷେତ୍ରରେ ସମସ୍ତଙ୍କର ପ୍ରିୟ ଗୁଡଲି ରଥ, ଅସୀମା ପଣ୍ଡା, ଦୀପ୍ତିରେଖା, କ୍ରିଷ୍ଣ ବେଉରା ଆଦିଙ୍କୁ ସୋ’ର ବିଚାରକ ଭାବରେ ତଥା ଅତ୍ୟନ୍ତ ଲୋକପ୍ରିୟ ସଂଚାଳିକା ସୁଲଗ୍ନା ରାଉତରାୟଙ୍କୁ ଆଙ୍କର ଭାବରେ ଉପସ୍ଥାପନ କରିବ ।
ଏହି ସୋ’ ଶୁଭାରମ୍ଭ ଅବସରରେ ପ୍ରକାଶକରି ଜି ଏଂଟରଟେନମେଂଟ ଏଂଟରପ୍ରାଇଜ ଲିମିଟେଡର କ୍ଲଷ୍ଟର ହେଡ ଇଷ୍ଟ ସମ୍ରାଟ ଘୋଷ କହିଛନ୍ତି, “ଅଂଶଗ୍ରହଣକାରୀମାନେ ଲମ୍ବାଧାଡିରେ ଛିଡାହେବାକୁ ନଦେଇ ଜି ସାର୍ଥକ ନୂତନ ସ୍ୱାଭାବିକତାକୁ ଗ୍ରହଣ କରି ଅନଲାଇନ ଅଡିସନ ଆୟୋଜନ କରିଛି । ସା ରେ ଗା ମା ପା ସ୍ୱରର ମହାମଂଚ ୨୦୨୧ର ନୂଆ ସଂସ୍କରଣ ଓଡ଼ିଶାର ଦୂର ଦୂରାନ୍ତ ଅଂଚଳର ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ସକାଶେ ଏକ ମଂଚ ଯୋଗାଇଦେବା ସହିତ ସେମାନଙ୍କୁ ପେଶାଦାର ସଂଗୀତ ଦୁନିଆଁରେ ନିଜ ପାଇଁ ଏକ ରାସ୍ତା ଖୋଜିବାର ସୁଯୋଗ ପ୍ରଦାନ କରିବ ।”
ସା ରେ ଗା ମା ପା ସ୍ୱରର ମହାମଂଚ ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶକରି ଜି ସାର୍ଥକ ବିଜନେସ ହେଡ ଅର୍ଘୟ ରୟ ଚୌଧୁରୀ କହିଛନ୍ତି, “୨୦୨୦ ବର୍ଷରେ ବହୁ ଆପଦ ଓ ବାଧାବିଘ୍ନ ସୃଷ୍ଟି ହୋଇଥିଲା, ତେଣୁ ସଂଗୀତଠାରୁ ହୃଦୟକୁ ଆଉକିଛି ଅଧିକ ତୃପ୍ତ କରିପାରିବ ନାହିଁ । ନୂଆବର୍ଷ ଆରମ୍ଭରେ ଦର୍ଶକଙ୍କ ପାଇଁ ସେମାନଙ୍କର ଆକାଂକ୍ଷିତ ମନୋରଂଜନ ଉପସ୍ଥାପନ କରୁଥିବାରୁ ଆମେ ଆନନ୍ଦିତ । ସା ରେ ଗା ମା ପା ସ୍ୱରର ମହାମଂଚ ୨୦୨୧ ସଂଗୀତ ଶିଳ୍ପରେ ନୂଆ ପ୍ରତିଭାମାନଙ୍କ ପାଇଁ ଏକ ମଂଚ ଯୋଗାଇଦେବ । ଗ୍ରାଣ୍ଡ ଅଡିସନ ଅଧ୍ୟାୟଗୁଡିକ ପରେ ଆମର ଦର୍ଶକମାନେ ମଧ୍ୟ ଭୋଟିଂ ପ୍ରକ୍ରିୟା ଜରିଆରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ୨୦୨୧ ପାଇଁ ଓଡ଼ିଶା ଏହାର ସର୍ବାଧିକ ପ୍ରିୟ କଣ୍ଠଶିଳ୍ପୀଙ୍କୁ ପାଇବା ପର୍ଯ୍ୟନ୍ତ ସପ୍ତାହ ପରେ ସପ୍ତାହ ଦର୍ଶକବୃନ୍ଦ ଏବଂ ବିଚାରକଗଣ ଶୀର୍ଷ ୧୨ ମଧ୍ୟରେ ରହିଥିବା ଏହି ପ୍ରତିଯୋଗିତାରେ ସେମାନଙ୍କର ପ୍ରିୟ ପ୍ରତିଯୋଗୀଙ୍କୁ ଉପସ୍ଥାପନ କରିବା ଏବଂ ଭୋଟଦେବା ଦ୍ୱାରା ଶୀର୍ଷ ୧୨ ମଧ୍ୟରେ ରହିଥିବା ଏହି ପ୍ରତିଯୋଗିତା ଅଧିକ ବ୍ୟାପକ ରୂପ ନେବ ।”
ପୂର୍ବ ଅଧ୍ୟାୟଗୁଡିକର କିଛି ସ୍ମରଣୀୟ ମୁହୂର୍ତ ସମ୍ପର୍କରେ ସ୍ମୃତିଚାରଣ କରି ଅସୀମା ପଣ୍ଡା କହିଛନ୍ତି, “ଜି ସାର୍ଥକ ଓଡ଼ିଶାର ସମସ୍ତ କୋଣ ଅନୁକୋଣରୁ ସୁମଧୁର ସଂଗୀତ ଏବଂ ହୃଦୟସ୍ପର୍ଶୀ କାହାଣୀ ସହିତ ଏକ ସମ୍ପୂର୍ଣ୍ଣ ନୂଆ ସିଜନ ଆରମ୍ଭ କରିବାକୁ ଯାଉଛି ଯାହା ଏକ ସଠିକ ପ୍ରୟାସ ହୋଇଛି । ସା ରେ ଗା ମା ପା ର ବିଶ୍ୱସ୍ତରରେ କିଛି ସର୍ବୋତମ କଣ୍ଠଶିଳ୍ପୀ ପ୍ରତିଭାଙ୍କୁ ଚିହ୍ନଟ ଏବଂ ପରିପୁଷ୍ଠ କରିବାର ଦୀର୍ଘ ୨୫ବର୍ଷର ସମୃଦ୍ଧ ପୃଷ୍ଠଭୂମି ରହିଛି ।”
ପ୍ରଖ୍ୟାତ ଓଡ଼ିଆ ଗାୟିକା ଦୀପ୍ତିରେଖା ନିଜର ସୁମଧୁର କଣ୍ଠରେ ଦର୍ଶକମାନଙ୍କୁ ବିମୋହିତ କରିପାରିଛନ୍ତି । ସେ କହିଛନ୍ତି, “ଚଳିତ ବର୍ଷ ସା ରେ ଗା ମା ପା ଅଧିକ ବିଶାଳ ଏବଂ ଦର୍ଶନୀୟ ହେବ । ଜଣେ ବିଚାରକ ଭାବରେ ସର୍ବୋତମଙ୍କୁ ମନୋନୀତ କରିବା ଆମ ପାଇଁ ଅତ୍ୟନ୍ତ କଠିନ କାର୍ଯ୍ୟ ହେବ । ଅଂଶଗ୍ରହଣକାରୀମାନେ ନିଜକୁ ପ୍ରସ୍ତୁତ କରିବା ଏବଂ ସଂଗୀତର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବେ । ମନୋନୀତ ପ୍ରତ୍ୟେକ ପ୍ରତିଯୋଗୀ ଭାରତର ଉଦୀୟମାନ ସଂଗୀତ ଦୃଶ୍ୟପଟ୍ଟରେ କିଛି ମୌଳିକ ଏବଂ ବଡ ପ୍ରଦର୍ଶନ କରିବା ନେଇ ମୁଁ ନିଶ୍ଚିତ ।” ଅନ୍ୟଜଣେ ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଯିଏ ନିଜର ଯାଦୁକରୀ ପ୍ରଦର୍ଶନରେ ଦର୍ଶକଙ୍କୁ ବାନ୍ଧି ରଖିପାରିଛନ୍ତି, ସେ ହେଉଛନ୍ତି କ୍ରିଷ୍ଣା ବେଉରା । ସେ କହିଛନ୍ତି, “ସା ରେ ଗା ମା ପା ସ୍ୱରର ମହାମଂଚ ୨୦୨୧ ପରିବାରର ଜଣେ ଅଂଶବିଶେଷ ଭାବେ ମୁଁ ଅତ୍ୟନ୍ତ ଆନନ୍ଦିତ ।”


Share It

Comments are closed.