ଜାଗଲ୍ ପ୍ରିପେଡ୍ ଓସେନ୍ ସର୍ଭିସେସ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ସେପ୍ଟେମ୍ବର ୧୪ରେ ଖୋଲିବ


ଭୁବନେଶ୍ୱର: ଜାଗଲ୍ ପ୍ରିପେଡ୍ ଓସେନ୍ ସର୍ଭିସେସ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ସେପ୍ଟେମ୍ବର ୧୪ରେ ଖୋଲିବ । ଏହି ଇନିସିଆଲ ପବ୍ଳିକ୍ ଅଫରରେ ୩୯୨୦ ନିୟୁତ ଡଲାରର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଫର ଫର ସେଲ୍‌ରେ ୧୦, ୪୪୯,୮୧୬ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ ।
ଆଙ୍କର ନିବେଶକମାନେ ୨୦୨୩ ସେପ୍ଟେମ୍ବର ୧୩ରେ ବିଡ୍ ଦାଖଲ କରିପାରିବେ । ଏହି ଅଫର ସବ୍‌ସ୍କ୍ରିପ୍‌ସନ୍ ପାଇଁ ୨୦୨୩ ସେପ୍ଟେମ୍ବର ୧୪ରେ ଖୋଲିବ ଏବଂ ୨୦୨୩ ସେପ୍ଟେମ୍ବର ୧୮ରେ ବନ୍ଦ ହେବ ।
ଏହି ଅଫରର ମୂଲ୍ୟ ବ୍ୟାଣ୍ଡ୍ ହେଉଛି ଇକ୍ୱିଟି ସେୟାର ପିଛା ୧୫୬ ଟଙ୍କାରୁ ୧୬୪ ଟଙ୍କା । ସର୍ବନିମ୍ନ ୯୦ଟି ଇକ୍ୱିଟି ସେୟାର ଏବଂ ଏହା ପରେ ୯୦ ଲେଖାଏଁ ଇକ୍ୱିଟି ସେୟାରର ଗୁଣିତକ ଭାବେ ବିଡ୍ ଦାଖଲ କରିହେବ ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ସେଥିରୁ ୩୦୦ କୋଟି ଟଙ୍କା ଗ୍ରାହକ ସଂଗ୍ରହ ଓ ସେମାନଙ୍କୁ ଧରି ରଖିବାରେ ଖର୍ଚ୍ଚ କରାଯିବ । ପ୍ରଯୁକ୍ତି ଓ ଉତ୍ପାଦ ବିକାଶ ଦିଗରେ ୪୦ କୋଟି ଟଙ୍କା ବ୍ୟବସାୟ କରାଯିବ ଏବଂ କଂପାନି ଉପରେ ଥିବା ୧୭୦.୮୩ ନିୟୁତ ଟଙ୍କା ଋଣ ମଧ୍ୟରୁ କିଛି ଅଂଶକୁ ଆଗୁଆ କିମ୍ବା ପରିଶୋଧ କରାଯିବ ଓ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ । ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ଇସ୍ୟୁର ୨୫%ରୁ ଅଧିକ ରାଶି ବ୍ୟବହାର କରାଯାଇପାରିବ ନାହିଁ ।
ଅଫର ଫର ସେଲ୍‌ରେ ରାଜ ପି ନାରାୟଣମଙ୍କ ୧,୫୨୯,୬୭୭ ଇକ୍ୱିଟି ସେୟାର, ଅବିନାଶ ରମେଶ ଗୋଦଖିଣ୍ଡିଙ୍କ ୧,୫୨୯,୬୭୭ ଇକ୍ୱିଟି ସେୟାର, ଭେଂଚରଇଷ୍ଟ ପ୍ରୋଆକ୍ଟିଭ୍ ଫଣ୍ଡ୍ ଏଲ୍‌ଏଲ୍‌ସିର ୨,୮୩୦,୪୯୯ ଇକ୍ୱିଟି ସେୟାର, ସେଡ୍‌କୋ ପ୍ରୋଆକ୍ଟିଭ୍ ଫଣ୍ଡ୍‌ର ୫୩୮,୫୫୭ ଇକ୍ୱିଟି ସେୟାର, ଭେଂଚରଇଷ୍ଟ ଟ୍ରଷ୍ଟିଂ କଂପାନି ପ୍ରାଇଭେଟ୍ ଲିମିଟେଡ୍‌ର ୧୧୮,୦୪୦ ଇକ୍ୱିଟି ସେୟାର, ଜୁଜୁ ସଫ୍‌ଟଓୟାର ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ୧,୭୬୫,୫୪୦ ଇକ୍ୱିଟି ସେୟାର, କୋଟେଶ୍ୱର ରାଓ ମେଦୁରିର ୯୧,୮୦୦ ଇକ୍ୱିଟି ସେୟାର ରହିଛି ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଇକ୍ୱିରସଜ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଦାଖଲ କରାଯାଇଥିବା ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି)ରେ ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ଦିଆଯାଇଛି । ସେବି ନିୟମ ଅନୁସାରେ ବିଭିନ୍ନ ବର୍ଗର ନିବେଶକମାନଙ୍କ ପାଇଁ ସ୍ୱତନ୍ତ୍ର ଭାଗର ଇକ୍ୱିଟି ସେୟାର ଉପଲବ୍ଧ ରହିବ ।


Share It

Comments are closed.