ଯୁବରାଜ ହୋଇଥାନ୍ତେ ଭାରତୀୟ ଦଳର ଅଧିନାୟକ, କିନ୍ତୁ ଭାଗ୍ୟବଶତଃ ଧୋନୀ ହୋଇଥିଲେ ଦଳର ଅଧିନାୟକ !

Share It

ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଅଟନ୍ତି, କିନ୍ତୁ ଯୁବରାଜଙ୍କ ବାପା ଯୋଗରାଜ ଭାରତୀୟ ଦଳର ଏହି ମହାନ ଖେଳାଳୀଙ୍କୁ ସମାଲୋଚିତ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡା କରନ୍ତି ନାହିଁ । ଗୋଟିଏ ଟେଷ୍ଟ ମ୍ୟାଚ ଏବଂ ୬ଟି ଦିନିକିଆରେ ଭାରତୀୟ ଦଳ ପାଇଁ ଅଧିନାୟକତ୍ୱ କରିଥିବା ଯୋଗରାଜ ସିଂହ ପୁଣି ଥରେ ଧୋନୀଙ୍କୁ ସମାଲୋଚିତ କରିଛନ୍ତି । ସେ କହିଛନ୍ତି ଯେ, ସୌରଭ ଗାଙ୍ଗୁଲୀ ଧୋନୀଙ୍କ ଅପେକ୍ଷା ଅଧିକ ଯୁବ ଖେଳାଳୀଙ୍କୁ ସମର୍ଥନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଧୋନୀଙ୍କ ଉପରେ ସମସ୍ତ ଦାୟିତ୍ୱ ନେସ୍ତ କରିଥିଲେ ।
ବର୍ତ୍ତମାନ ଯୋଗରାଜ କହିଛନ୍ତି, ପ୍ରକୃତରେ ଯୁବରାଜ ସିଂହଙ୍କୁ ଭାରତୀୟ ଦଳର ଅଧିନାୟକ ହେବାର ଥିବା, କିନ୍ତୁ ଭାଗ୍ୟବଶତଃ ଧୋନୀ ଦଳର ଅଧିନାୟକ ହୋଇଯାଇଥିଲେ । ସୌରଭ ଗାଙ୍ଗୁଲୀଙ୍କୁ ପ୍ରଶଂସା କରିବାକୁ ଯାଇ ଯୋଗରାଜ କହିଛନ୍ତି ଯେ, ଗାଙ୍ଗୁଲୀ ଖେଳାଳୀଙ୍କୁ ପ୍ରସ୍ତୁତ କଲେ ଏବଂ ତାଙ୍କୁ ସମର୍ଥନ କଲେ । ଯାହାକି ଧୋନୀ କରିନାହାନ୍ତି । ଯୋଗରାଜ ଏକ ଗଣମାଧ୍ୟମ ଚ୍ୟାନେଲରେ କହିଛନ୍ତି ଯେ, “ପଛରେ ମୁଁ ଏକ ଭିଡିଓ ଦେଖିଲି ଯେଉଁଥିରେ ସେହୱାଗ, ଗମ୍ଭୀର ଏବଂ ଯୁବରାଜ ଥିଲେ । ସମସ୍ତ ବ୍ୟକ୍ତି ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବରେ ଧୋନୀଙ୍କୁ ନେଇ ଟିପ୍ପଣୀ କରୁଥିଲେ । ”
ସେ କହିଛନ୍ତି ଯେ, ‘ସୌରଭ ଗାଙ୍ଗୁଲୀ ଭାରତୀୟ ଦଳର ମୂଳଦୁଆ ପକାଇବା ଆରମ୍ଭ କରିଥିଲେ । ସେ ସେହୱାଗ, ଯୁବରାଜ, କୈଫ, ଜାହିର, ହରଭଜନଙ୍କୁ ନେଇ ନୂଆ ଦଳ ଆରମ୍ଭ କରିଥିଲେ ।’ ଧୋନୀଙ୍କ ବଦଳରେ ପ୍ରକୃତରେ ଯୁବରାଜ ଦଳର ଅଧିନାୟକ ହେବାର ଥିଲା ଏହି କଥା କହି ଯୋଗରାଜ ଏକ ନୂଆ ବିବାଦ ନିଜ ଆଡକୁ ଟାଣି ଆଣିଛନ୍ତି । ଏହା ଭାଗ୍ୟ ଅଟେ । ସେ ଅତିରିକ୍ତ ଭାବେ କହିଛନ୍ତି ଯେ, ଧୋନୀ ଏବଂ କୋହଲି ମିଶିକରି ଯୁବରାଜଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ ଏମାନଙ୍କ ସହ ଭାରତୀ ଦଳର ଚୟନକର୍ତ୍ତା ମଧ୍ୟ ସାମିଲ ଥିଲେ ।


Share It

Comments are closed.