କ୍ରିକେଟରୁ ସନ୍ୟାସ ପରେ ପ୍ରଥମଥର ପାଇଁ ବିସିସିଆଇ ବିରୋଧରେ ନିଜ ବିଷ ଓଗାଳିଲେ ଯୁବରାଜ


ଭାରତୀୟ ଦଳର ପୂର୍ବତ୍ତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ ଚଳିତ ବର୍ଷ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଇଥିଲେ । ସନ୍ୟାସ ନେବାର ଅନେକ ଦିନ ପରେ ବର୍ତ୍ତମାନ ପ୍ରଥମ ଥର ପାଇଁ ଏହି ସଂପର୍କରେ ମୁହଁ ଖୋଲୁଛନ୍ତି ଯୁବରାଜ । ଏକ ଟିଭି ଚ୍ୟାନେଲକୁ ନିଜ ସାକ୍ଷାତକାର ଦେଇ ନିଜ ସନ୍ୟାସ ସଂପର୍କରେ କିଛି ଖାସ ଖୁଲାସା ମଧ୍ୟ କରିଛନ୍ତି । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏଭଳି କିଛି ମାମଲା ଅଛି ଯାହାକି ସମୟ ଆସିଲେ ସେ ସମସ୍ତଙ୍କ ଆଣିବେ । ଭାରତ ୨୦୦୭ ଏବଂ ୨୦୧୧ ବିଶ୍ୱ ଟି-୨୦ ଓ ଆଇସିସି ବିଶ୍ୱକପ ବିଜୟୀରେ ଯୁବରାଜ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସେ ଏହି ସାକ୍ଷାତକାରରେ କହିଥିଲେ ଯେ, “କ୍ରିକେଟରୁ ସନ୍ୟାସ ନେବାର ନିଷ୍ପତି ବହୁତ କଷ୍ଟଦାୟକ ଥିଲା ଏବଂ ସମସ୍ତ କ୍ରିକେଟରଙ୍କ ଜୀବନରେ ଏହି ମୂହୂର୍ତ୍ତ ନିଶ୍ଚୟ ଆସିବ । ମୁଁ ବିନା କାହାରି ସାଲିସରେ କ୍ରିକେଟ ଖେଳିଥିଲେ ଏବଂ ନିଜ କଷ୍ଟ ବଳରେ ହିଁ ସେ ଏହି ସ୍ତରରେ ଆସିକି ପହଞ୍ଚିଥିଲେ । ସେଥିପାଇଁ ଗର୍ବରତାର ସହ ସନ୍ୟାସ ନେଇଛି । କିନ୍ତୁ ପଡିଆରୁ ସନ୍ୟାସ ନେଇଥିଲେ ଖୁସି ଲାଗିଥାନ୍ତା ଯାହାକି ହୋଇ ପାରିଲା ନାହିଁ । ”

ବିସିସିଆଇ ତାଙ୍କୁ ସୁଯୋଗ ନଦେବାର ? ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, “ଏହାର ଉତ୍ତର ମୋ ପାଖରେ ନାହିଁ । ମୁଁ ୟୋ-ୟୋ ଟେଷ୍ଟ ପାସ କରିବା ସତ୍ତେ୍ୱ ମଧ୍ୟ ଦଳରେ ସ୍ଥାନ ପାଇନଥିଲି । ଏଥିପାଇଁ ମୋତେ ପ୍ରଶ୍ନ କରିବା ଅପେକ୍ଷା ବିସିସିଆଇ ଏବଂ ଭାରତୀୟ ଦଳର ଅଧିନାୟକଙ୍କୁ ପ୍ରଶ୍ନ କଲେ ଭଲ ହୁଅନ୍ତା । ମୁଁ ଅନେକ କ୍ରିକେଟ ଖେଳିଛି ଏବଂ ଜୀବନରେ ଏଭଳି କିଛି ଘଟଣା ଘଟିଛି, ଯାହାକି ସମୟ ଆସିଲେ ମୁଁ କହିବି । ” “ମୋତେ ଏହି ଘଟଣାକୁ ନେଇ ଦୁଃଖ ଅଛି ଯେ, ଦଳରେ ଖେଳାଳୀଙ୍କ ସହ ଭଳ ବ୍ୟବହାର କରାଯାଉନଥିଲା । ଯେତେବେଳେ ମୁଁ ପ୍ରତ୍ୟାବର୍ତ୍ତନ କରିଥିଲି ସେତେବେଳେ ମୁଁ ୪ଟି୫ ମ୍ୟାଚରେ ୮୦୦ ରନ ସଂଗ୍ରହ କରିଥିଲି । ଏହା ପରେ ଆପଣ ମୋତେ ଦଳରୁ ବାହାର କରିଦେଲେ । ପୁଣି ଆପଣ ଏକ ବର୍ଷ ପାଇଁ ନମ୍ବର ୪ରେ ଅମ୍ବାତି ରାଇଡୁଙ୍କୁ ସୁଯୋଗ ଦେଲେ କିନ୍ତୁ ସେ ଯେତେବେଳେ ବିଶ୍ୱ ପୂର୍ବରୁ ଭଲ ପ୍ରଦର୍ଶନ କରିପାରିଲେ ନାହିଁ ସେତେବେଳେ ତାଙ୍କୁ ମଧ୍ୟ ଦଳରୁ ବାହାର କରିଦେଲେ ଏବଂ ଓପନର କେଏଲ ରାହୁଲଙ୍କୁ ନମ୍ବର ୪ରେ ବ୍ୟାଟିଙ୍ଗ କରାଇଲ । ଏହା ପରେ ପୁଣି ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ଦେଲେ କିନ୍ତୁ କାର୍ତ୍ତିକ ଯେତେବେଳେ ଭଲ ପ୍ରଦର୍ଶନ କଲେ ସେତେବେଳେ ତାଙ୍କୁ କାଢି ରିଷଭ ପନ୍ତଙ୍କୁ ସୁଯୋଗ ଦେଲେ । ”ଏହା ସହ ସେ ବିଶ୍ୱକପ ପାଇଁ ଭାରତୀୟ ଦଳର ଥିଙ୍କ ଟେଙ୍କ ଏବଂ ଚୟନକର୍ତ୍ତାଙ୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଦଳର ଥିଙ୍କ ଟେଙ୍କ କ’ଣ ଚାହେଁ ତାହା ମୁଁ ଜାଣି ପାରୁ ନାହିଁ । କିନ୍ତୁ ଖେଳାଳୀଙ୍କ ସହ ହେଉଥିବା ବ୍ୟବହାର ଠିକ ନୁହେଁ କାରଣ ଏହା ତାଙ୍କର ଦୃଢ ମନୋବଳକୁ ଭାଙ୍ଗି ଦେଇଥାଏ ।


Share It

Comments are closed.