ମଦମୁକ୍ତି ଯୁବବାହିନୀ ପକ୍ଷରୁ ଯୁବସମ୍ବାଦ ଆୟୋଜିତ

ଯୁବକ ମାନଙ୍କୁ ଏକଜୁଟ କରି ମଦ ଆନ୍ଦୋଳନ ତୀବ୍ର କରିବା ପାଇଁ ନିଷ୍ପତି


ମଦମୁକ୍ତି ଯୁବବାହିନୀ ପକ୍ଷରୁ ଓଡିଶାରୁ ମଦ ହଟାଯିବା ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ଯୁବଗୋଷ୍ଠୀ ଆଲୋଚନା ଚକ୍ର ଯୁବସମ୍ବାଦ ଆୟୋଜନ ହୋଇଯାଇଛି । ସଙ୍ଗଠନର ୫୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗଦେଇ ମଦର ଭୟାଭୟତା ଏବଂ ଓଡିଶାରୁ ସମ୍ପୂର୍ଣ୍ଣ ନିଷେଧ ନିମନ୍ତେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଦୀପ ପଜ୍ଜ୍ୱଳନ ମାଧ୍ୟମରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ନାୟକ କରିଥିଲେ ।

ମଦ ବିରୁଦ୍ଧରେ ଯୁବସମାଜକୁ ଏକଜୁଟ କରିବା ଏବଂ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ନିମନ୍ତେ, ଏହି ଯୁବସମ୍ବାଦ କାର୍ଯ୍ୟକ୍ରମ ମୁଖ୍ୟତଃ ଆୟୋଜନ କରାଯାଇଥିଲା । ଏହି ଅବସରରେ ସୂଚନା ଦେଇ ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି ଆବାହକ ମଦମୁକ୍ତି ଯୁବବାହିନୀ କହିଛନ୍ତି ଯେ, “ମଦ ଦ୍ୱାରା ଓଡିଶାରେ ହଜାର ହଜାର ଗାଁ ଏବଂ ଲକ୍ଷ ଲକ୍ଷ ପରିବାର ଉଜୁଡି ଯାଉଛନ୍ତି । ସରକାରଙ୍କ ଯୁକ୍ତି ଯେ ଏଥିରୁ ରାଜସ୍ୱ ଆସୁଛି, ସମ୍ପୂର୍ଣ୍ଣ ମିଥ୍ୟା । ଯେବେକି ବିଭିନ୍ନ ରିପୋର୍ଟ ଅନୁଯାଇ ମଦ ଯୋଗୁ ହେଉଥିବା କ୍ଷତି ଏହା ଠାରୁ ଢେର ଗୁଣରେ ଅଧିକ । ଏକ ଜନମଙ୍ଗଳକାରୀ ସରକାର ଲୋକ ମାନଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାର, ଜଳ ସେଚନ ବ୍ୟବସ୍ଥା ଆଦି କରିବା ପରିବର୍ତ୍ତେ ମଦର ପ୍ରସାରରେ ଲାଗିଛନ୍ତି ଯାହା ଅତ୍ୟନ୍ତ ଲଜ୍ଜା ଜନକ ।”

ସେ ଆହୁରୀ କହିଛନ୍ତି ଆଜିର ଏହି ଯୁବସମ୍ବାଦ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସରକାରଙ୍କର ଏହି ଚକ୍ରାନ୍ତକୁ ଯୁବସାଥିଙ୍କ ମାଧ୍ୟମରେ ପ୍ରତ୍ୟେକ ଗାଁ ଗାଁରେ ପହଁଞ୍ଚାଇବୁ ଏବଂ ଯୁବକ ମାନଙ୍କ ନେତୃତ୍ୱରେ ଓଡିଶାରେ ମଦ ବିରୋଧି ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ।

ଏହି ଅବସରରେ ମଦମୁକ୍ତ ଯୁବବାହୀନି ପକ୍ଷରୁ ଶ୍ରୀଯୁକ୍ତି ତାରାକାନ୍ତ ନାୟକ, ଲଲାଟେନ୍ଦୁ ପାତ୍ର, ପୁଷ୍ପଲତା ଜେନା, ଇନ୍ଦୁମତୀ ସାହୁ, କାଞ୍ଚନବାଳା ଯତି, ବନ୍ଦିତା ଅପା, ରାଜେଶ କୁମାର ଦେଓ, ସମାଷ ଷଢଙ୍ଗୀ, ପ୍ରିତୀ ନାୟକ, ହରିଶଙ୍କର ପାଣିଗ୍ରାହି, ଅଭିଜିତ ପାତ୍ର, ମଳୟ ତ୍ରିପାଠୀ, କାହ୍ନୁଚରଣ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ ।


Share It

Comments are closed.