ବାସି ଖାଦ୍ୟ ଖାଇବା ହେଲା କାଳ, ଅକାରଣରେ ଜୀବନ ହାରିଲେ ଯୁବକ


ବିଭିନ୍ନ ରୁଚିକର ଖାଦ୍ୟ ଖାଇବାକୁ ତ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ନିଜର ପସନ୍ଦିଆ ଖାଦ୍ୟ ଖାଇବାର ରୁଚି ପାଇଁ ଆପଣଙ୍କୁ ବେଳେ ବେଳେ ଏଭଳି ପରସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ, ଯାହାକୁ ଆପଣ କେବେ କଳ୍ପନା ମଧ୍ୟ କରିନଥିବେ । ତେବେ ଏଭଳି ଏକ ଘଟଣା ଘଟିଛି ଜଣେ ୨୦ ବର୍ଷିୟ ଯୁବକଙ୍କ ସହ । ଯିଏକି ୫ଦିନର ବାସି ‘ପାସ୍ତା’ ଖାଇ ମୃତ୍ୟୁବରଣ କରିଛନ୍ତି । ଉକ୍ତ ଯୁବକଙ୍କ ନାମ ହେଲା ‘ଏଜେ’ । ତାଙ୍କ ମୃତ୍ୟୁ ପଛର କାରଣକୁ ନେଇ ‘ୟୁଏସ ଜର୍ନାଲ ଅଫ କ୍ଲିନିକାଲ ମାଇକ୍ରୋବାୟୋଲଜି’ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଏହି ଘଟଣା ହେଉଛି ୨୦୦୮ର । ଏଜେ ଥରେ ନିଜେ ଘରେ ପାସ୍ତା ପ୍ରସ୍ତୁତ କରିଥିଲେ, ଯାହାକୁ ସେ ଅଳ୍ପ ଖାଇ ରୋଷେଇ ଘରେ ରଖିଦେଇଥିଲେ ।
ସେ ଏହି ପାସ୍ତାକୁ ଦୁଇ ଦିନ ଯାଏଁ ରୋଷେଇ ଘରେ ରଖିଥିଲେ । ଦୁଇଦିନ ପରେ ଏଜେଙ୍କ ସାଙ୍ଗ ଏହି ପାସ୍ତାକୁ ଅଳ୍ପ ଖାଇ ତାକୁ ଫ୍ରିଜରେ ରଖିଦେଲେ । ପୁଣି ପାଞ୍ଚଦିନ ପରେ ଏଜେ ସେହି ବାସି ପାସ୍ତାକୁ ଫ୍ରିଜରୁ ବାହାର କରି ତାକୁ ଗରମ କରି ଖାଇଦେଇଥିଲେ ଏବଂ ତାଙ୍କ ମନେନଥିଲା ଯେ, ତାହା ହେଉଛି ସେହି ୫ ଦିନ ତଳର ବାସି ପାସ୍ତା, ଯାହାକୁ ସେ ନିଜେ ପ୍ରସ୍ତୁତ କରିଥିଲେ ।
ସେ ସେହି ପାସ୍ତାକୁ ଖାଇବା ପରେ ତୁରନ୍ତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସାଙ୍ଗେ ସାଙ୍ଗେ ମୁଣ୍ଡ ବିନ୍ଧା ଠାରୁ ଆରମ୍ଭ କରି ପେଟ କାଟିବା ଓ ବାନ୍ତି ମଧ୍ୟ ଜୋରସେ ହେବାକୁ ଲାଗିଲା । ପ୍ରଥମେ ତାଙ୍କୁ ଲାଗୁଥିଲା ଯେ, ଏହା ଫୁଡ ପଏଜନିଙ୍ଗ ଯୋଗୁଁ ହେଉଛି, ଯେଉଁଥିପାଇଁ ସେ ପ୍ରଚୁର ପାଣି ଓ ଓøଷଧ ଖାଇ ଶୋଇ ପଡିଥିଲେ ।
ତାଙ୍କ ନିଦ ଭାଙ୍ଗିଲା ସେ ଦେଖନ୍ତି ଝାଳରେ ଗୋଟା ଗାଧୋଇ ପଡିଛନ୍ତି । ସେଥିପାଇଁ ସେ ଯେତେବେଳେ ଉଠି ଗାଧୁଆ ଘର ଆଡକୁ ଦୌଡିବାକୁ ଲାଗିଲେ ହଠାତ ସେଠାରେ ଅଚେତ ହୋଇ ଗଳିପଡିଲେ ।
ଏଜେ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବାର ଦେଖି ତାଙ୍କ ରୁମ ମେଟ ଏକ ଆମ୍ବଲାନ୍ସ ଡାକି ହସ୍ପିଟାଲ ନେଇଯାଇଥିଲେ । ଏହା ପରେ ଏଜେଙ୍କୁ ତାଙ୍କ ସାଙ୍ଗ ହସ୍ପିଟାଲ ନେଲାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଷ୍ଟ ମର୍ଟମ ରିପୋର୍ଟ ଏହା ସ୍ପଷ୍ଟ ଲେଖାହୋଇଥିଲା ତାଙ୍କ ମୃତ୍ୟୁ ବାସି ଖାଦ୍ୟ ଖାଇବା ଯୋଗୁଁ ଘଟିଛି । ତାଙ୍କ ପେଟରେ ୫ ଦିନ ତଳର ବାସି ପାସ୍ତା ଥିଲା ।


Share It

Comments are closed.