ଆପଣଙ୍କର ପସନ୍ଦର ଟୁନସ ସିନଚାନ୍‌, ଓଗି ଓ ହନି ବନି ଏବେ ଓଡିଆରେ


ଭୁବନେଶ୍ୱର: ଏବେ ଆପଣଙ୍କ ପସନ୍ଦର ସୋନି ୟେ! ଟୁନ୍ସଗୁଡ଼ିକର ଯାଦୁକୁ ଓଡିଆରେ ଉପଭୋଗ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଯେକୌଣସି ସ୍ଥିତିକୁ ଓଲଟପାଲଟ କରି ଦେଉଥିବା କୌତୁକିଆ କିଣ୍ଡରଗାର୍ଟନର୍ ସିନ୍ ଚାନ୍‌, ଓଗି ଓ ଅସରପାଙ୍କ ମଧ୍ୟରେ ମଜାଦାର ଲଢେଇକୁ ଉପଭୋଗ କରନ୍ତୁ ଏବଂ ନିଜର ପ୍ରିୟ ଓଜି ଝୋଲର୍‌, ହନି ଓ ବନିଙ୍କ ସହ ସାମିଲ ହୁଅନ୍ତୁ କାରଣ ସେମାନେ ଓଡିଆ ଭାଷାରେ ଆପଣଙ୍କ ପାଇଁ ନିଜର ପକେଟଫୁଲ୍ ଆଡଭେଂଚର ଓ ମନୋରଞ୍ଜନ ଆଣିଛନ୍ତି । ତେଣୁ ଆପଣ ଆଉ ଅପେକ୍ଷା କ’ଣ ପାଇଁ? ଯାଆନ୍ତୁ କେବଳ ସୋନି ୟେ! ଚ୍ୟାନେଲରେ ନିଜ ପସନ୍ଦର କାର୍ଟୁନ ଚରିତ୍ରଗୁଡିକୁ ନିଜ ମାତୃଭାଷାରେ ଦେଖନ୍ତୁ ଏବଂ ନନ୍‌ଷ୍ଟପ ହସକୁ ଉପଭୋଗ କରନ୍ତୁ । ଓଡିଆ ଭାଷାରେ ଉପଲବ୍ଧ ନିଜ ପସନ୍ଦର ଶୋ’ଗୁଡିକୁ ଦେଖିବା ପାଇଁ ସୋନି ୟେ! ଚ୍ୟାନେଲ ସହ ଜଡିତ ରୁହନ୍ତୁ ।

 


Share It

Comments are closed.