୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ଉଦ୍‌ଘାଟନୀ ରାଉଣ୍ଡରେ ହୋଣ୍ଡା ରେସିଂ ଇଣ୍ଡିଆ ଯୁବ ଚାଳକଙ୍କ ଚମତ୍କାର ପ୍ରଦର୍ଶନ


ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟରେ ଚାଲିଥିବା ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ରେସ୍‌-୧ର ପ୍ରଥମ ରାଉଣ୍ଡରେ ହୋଣ୍ଡା ରେସିଂ ଇଣ୍ଡିଆର ଯୁବ ଚାଳକମାନେ ରୋମାଂଚକର ପ୍ରଦର୍ଶନ ସହ ରେସ୍ ଆରମ୍ଭ କରିଛନ୍ତି ।
୧୪ ଜଣ ନୂଆ ପିଢ଼ିର ଚାଳକ ଅତ୍ୟନ୍ତ ବିଶ୍ୱାସ ପ୍ରଦର୍ଶନ କରିଥିବା ବେଳେ ନିର୍ଭୟରେ ନିଜ ମୋଟୋ୩ ମେସିନ୍‌ରେ ରେସ୍ କରିବା ସହ ଏହି ସିଜନ୍‌କୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଛନ୍ତି । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ରେସ୍‌-୧ରେ ରକ୍ଷୀତ ଆର୍ ଡାଭେଙ୍କୁ ଅଗ୍ରଣୀ ସ୍ଥାନରେ ଦେଖିବାକୁ ମିଳିଥିଲା ।
ରେସ୍ ଆରମ୍ଭରୁ ସାମାନ୍ୟ ସଂଘର୍ଷ କରିବା ଭଳି ଜଣାପଡ଼ୁଥିବା ରକ୍ଷୀତ ଜଣେ କଡ଼ା ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିଲେ ଏବଂ ଲ୍ୟାପ୍‌-୨ ପରଠାରୁ ଆଗୁଆ ହୋଇ ପ୍ରଥମ ସ୍ଥାନରେ ପହଂଚିଥିଲେ । ସେ ନିଜ ସ୍ଥିତିକୁ ବଜାୟ ରଖିବା ସହ ରେସ୍ ସାରା ଶାନ୍ତ ରହିଥିଲେ ଏବଂ ୧୧:୧୨.୧୫୭ ସମୟ ନେଇ ପ୍ରଥମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ ।
ରକ୍ଷୀତ ପରେ ଥିଲେ ମୋହସିନ୍ ପି ଓ ଏ ଏସ୍ ଜେମ୍‌ସ । ଦ୍ୱିତୀୟ ସ୍ଥାନ ପାଇଁ ଉଭୟଙ୍କ ମଧରେ କଡ଼ା ପ୍ରତିନ୍ଦ୍ୱ୍‌ନ୍ଦ୍ୱିତା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ଅଭିଜ୍ଞତା ଥିବା ମୋହସିନ ପି କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଇ ଆଗକୁ ବଢ଼ିଥିଲେ ଏବଂ ୧୧:୧୬.୨୨୬ ସମୟ ନେଇ ରେସ୍ ଶେଷ କରିଥିଲେ । ଏ ଏସ୍ ଜେମ୍ସ ୧୧:୧୬.୬୬୯ ସମୟ ନେଇ ରେସ୍ ଶେଷ କରିଥିଲେ ।
ଉଚ୍ଚ ସ୍ତରରେ ପହଂଚିବାକୁ ଅଭିଳାଷ ରଖିଥିବା ଯୁବ ଚାଳକମାନଙ୍କ ଲାଗି ଏକ ମୁଳଦୁଆ ଭାବେ କାମ କରୁଛି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ । ଏହି ଚମ୍ପିଆନ୍‌ସିପ୍‌ରେ ରହିଛି ମୋଟୋ୩ ରେସିଂ ପାଇଁ ପ୍ରସ୍ତୁତ କରାଯାଇଥିବା ହୋଣ୍ଡା ଏନ୍‌ଏସ୍‌ଏଫ୍‌୨୫୦ଆର୍ ମୋଟରସାଇକଲ୍ ଯାହା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପ୍ଲାଟପର୍ମ ପ୍ରଦାନ କରୁଛି । ହାଲୁକା ଚେଚିସ, ଶକ୍ତିଶାଳୀ ଇଂଜିନ୍ ସହ ଏରୋଡାଇନାମିକ୍ ବଡି ନେଇ ଏନ୍‌ଏସ୍‌ଏଫ୍‌୨୫୦ଆର୍ ଟ୍ରାକ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି । ଏହି ଚମ୍ପିଆନ୍‌ସିପ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତିଭାବାନ ଚାଳକଙ୍କୁ ଚିହ୍ନଟ କରି ସେମାନଙ୍କୁ ପେସାଦାର ତାଲିମ ଦେଇ ସମୃଦ୍ଧ କରିବା । ପେସାଦାର ମୋଟରସାଇକଲ୍ ରେସିଂ କ୍ଷେତ୍ରରେ ପ୍ରବେଶ କରିବା ଲାଗି ଏହି ଚମ୍ପିଆନ୍‌ସିପ୍ ପଥ ପ୍ରଦର୍ଶନ କରୁଛି ।
ଏହି ସିଜନ୍‌ରେ ୫ଟି ରାଉଣ୍ଡ ରହିଛି ଯାହା ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ୨୦୨୪ ଜୁନ୍ ୧୪-୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଦ୍ୱିତୀୟରୁ ପଂଚମ ରାଉଣ୍ଡ ପର୍ଯ୍ୟନ୍ତ ଚେନ୍ନାଇରେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବରରେ ଅନୁଷ୍ଠିତ ହେବ ।


Share It

Comments are closed.