ଦୁନିଆର ଏଭଳି ଏକ ଦେଶ ଯେଉଁଠାରେ ମା’ ବାପା ବିକ୍ରି କରିଥାନ୍ତି ନିଜ ନାବାଳିକା ଝିଅଙ୍କୁ


ଆଜି ଆମେ ଆପଣଙ୍କୁ ଏଭଳି ଏକ ଦେଶ ସଂପର୍କରେ କହିବାକୁ ଯାଉଛୁ, ଯେଉଁଠାରେ ନାବାଳିକ ଝିଅଙ୍କୁ ସର୍ବସାଧାରଣରେ ବିକ୍ରିି କରାଯାଇଥାଏ । ଏହି କାମ କୌଣସି ଦଲାଲ କିମ୍ବା ବ୍ୟକ୍ତି ବିଶେଷ କରି ନଥାନ୍ତି ବରଂ ନାବାଳିକାଙ୍କ ମା’ ନିଜେ ହିଁ ସେମାନଙ୍କୁ ସର୍ବସାଧାରଣରେ ବିକ୍ରି କରିଥାନ୍ତି ।
ଏହି ଘଟଣା ସଂପର୍କରେ ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ଆଜ୍ଞା ହଁ ଏହା ହେଉଛି ଏଭଳି ଏକ ଦେଶ ଯେଉଁଠାରେ ଝିଅଙ୍କୁ ବିକ୍ରି କରିବା ପାଇଁ ପ୍ରତ୍ୟେକ ବର୍ଷ ୪ ଥର ହାଟ ବସିଥାଏ । ଏଠାରେ ପରମ୍ପରା ଏହା ରହିଛି ଯେ, ଖାସ କରି ଝିଅମାନଙ୍କୁ ବିବାହ ଲାଗି ଏହି ଦେଶର ନାବାଳିକା ଝିଅଙ୍କୁ ବିକ୍ରିି ପାଇଁ ହାଟ ବସିଥାଏ । ଦେଶରେ ସରକାରଙ୍କ ଦୃଷ୍ଟି କୋଣରୁ ଏହି କାର୍ଯ୍ୟକଳାପ ବେଆଇନ ହୋଇଥିଲେ ମଧ୍ୟ ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପ୍ରଚଳିତ ।

ପ୍ରକାଶ ଥାଉକି ଏହି ଦେଶଟିର ନାମ ହେଉଛି ‘ବୁଲଗାରିଆ’ । ସବୁଠାରୁ ମୁଖ୍ୟ କଥା ଏହା ଯେ, ଏଠାରେ ଝିଅଙ୍କୁ ଆଉ କେହି ବିକ୍ରି କରି ନଥାନ୍ତି ବରଂ ନିଜ ମା’ ବାପା ହିଁ ଏହି କାମ କରିଥାନ୍ତି । କେବଳ ଏତିକି ନୁହେଁ ଝିଅମାନେ ନିଜେ ବଜାରରେ ବିକ୍ରି ହେଉଥିବାର ଦେଖି ତାଙ୍କ ଦୁଃଖ ମଧ୍ୟ ଲାଗି ନଥାଏ କାରଣ ସେମାନେ ଭାବିଥାନ୍ତି ଏହା ହେଉଛି ଉପଯୁକ୍ତ ମାଧ୍ୟମ ଯାହା ଦ୍ୱାରା ସେ ପ୍ରକୃତ ଜୀବନ ସାଥୀ ପାଇପାରିବେ । ଏହା ଅର୍ଥାତ ଏହା ଯେ, ଏଠାକାର ଝିଅମାନେ ଏହାକୁ ନେଇ ବହୁତ ଖୁସି ମଧ୍ୟ ଥାନ୍ତି ।
ଏହି ବଜାର ଲାଗିବାର କାରଣ ଏହା ଯେ, ଏଠାକାର ଲୋକଙ୍କ ସଂକିର୍ଣ୍ଣ ମନୋଭାବ, ଯେଉଁଥିପାଇଁ ନାବାଳିକାମାନେ ବାଧ୍ୟ ହୋଇ ଏଠାକୁ ବିକ୍ରି ପାଇଁ ଆସିଥାନ୍ତି । ବିବାହ ପାଇଁ ନାବାଳିକା ଝିଅମାନେ ଏଠାକୁ ନିଜେ ବୋହୂ ରୂପରେ ସଜ ପରିବାର ଲୋକଙ୍କ ସହ ହୋଇଥାନ୍ତି । ଏହି ବଜାରରେ ଯୁବକ ଏବଂ ଯୁବତୀ ପରସ୍ପର ସହ ନିଜ ମନ ପସନ୍ଦର କଥାବାର୍ତ୍ତା ମଧ୍ୟ କରିଥାନ୍ତି । ଏଠାକାର ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭାବ ଅନଟନରେ ଜୀବନ ବିତାଉଛନ୍ତି ।


Share It

Comments are closed.