ଡେଙ୍ଗୁରୁ ଉପଶମ ଦେବ ଅମୃତଭଣ୍ଡା ପତ୍ର


ପ୍ରତିବର୍ଷ ଡେଙ୍ଗୁ ରୋଗରେ ଅନେକ ଲୋକ ଆକ୍ରାନ୍ତ ହୋଇଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ତେବେ ଏହି ରୋଗରେ ଅମୃତଭଣ୍ଡା ପତ୍ରର ରସ କେତେ ଉପଶମ ଦେଇଥାଏ ଆସନ୍ତୁ ଜାଣିନେବା ।
ବ୍ଲଡ ପ୍ଲାଟେଲେଟସ ସଂଖ୍ୟା ବୃଦ୍ଧି କରିଥାଏ
ଭିଟାମିନ-ସି ଓ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ହେଉଛି ଅମୃତଭଣ୍ଡାପତ୍ର । ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଡେଙ୍ଗୁ ଜ୍ୱରରେ ପ୍ରାୟତଃ ପ୍ଲାଟେଲେଟସ ସଂଖ୍ୟା ହ୍ରାସପାଇବାରେ ଲାଗିଥାଏ । ଏଣୁ ରୋଗୀର ତୁରନ୍ତ ଚିକିତ୍ସା ଆବଶ୍ୟକ ପଡ଼େ । ଏଠାରେ ସୂଚନା ଥାଉ ପ୍ଳାଟେଲେଟସ ଛୋଟ ଛୋଟ ରକ୍ତ କୋଷିକା ହୋଇଥାନ୍ତି ଯାହା ରକ୍ତସ୍ରାବ ରୋକିବାରେ ସହାୟକ ହୋଇଥାଏ । ଡେଙ୍ଗୁରୋଗୀଙ୍କ କ୍ଷେତ୍ରରେ ଏହି ପ୍ଲାଟେଲେଟସ କମ ହୋଇ ଯାଉଥିଲେ ଅମୃତଭଣ୍ଡା ପତ୍ରର ରସ ପ୍ଲାଟେଲେଟସ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଅମୃତଭଣ୍ଡା ଜୁସର ପ୍ରସ୍ତୁତି
ପ୍ରଥମେ ଏକ କପ ଅମୃତଭଣ୍ଡା ପତ୍ର ନିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡିଂ କରି ଏଥିରୁ ରସ ବାହାର କରିନିଅନ୍ତୁ । ଚିକିତ୍ସକଙ୍କ ପରାମର୍ଶ ନେଇ ଏଥିରେ ଆପଣ ମହୁ କିମ୍ବା ଫଳରସ ମିଶାଇ ପାରିବେ । ଏପରି କରିବା ଦ୍ୱାରା ସ୍ୱାଦ ବଦଳିଯାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶରୀରରେ ପ୍ଲାଟେଲେଟସ ସଂଖ୍ୟା କମ ହୋଇଯାଇଥିଲେ ଆପଣ ଦୈନିକ ତିନିଥର ଦୁଇ ବଡ଼ ଚାମଚ ଅମୃତଭଣ୍ଡା ପତ୍ରର ଜୁସ ପିଅନ୍ତୁ ।
ଏତଦ ବ୍ୟତୀତ ରାତିରେ ଶୋଇବାବେଳେ ମଶାରୀ ଟାଙ୍ଗି ଶୋଇବାକୁ ଭୁଲନ୍ତୁ ନାହିଁ । ନିଜର ଚତୁଃପାଶ୍ୱର୍କୁ ପରିଷ୍କାର ରଖନ୍ତୁ ଏବଂ ନିଜ ପରିବାରକୁ ଡେଙ୍ଗୁଠାରୁ ଦୂରେଇ ରଖନ୍ତୁ ।


Share It

Comments are closed.