ଭାରତ ଫିଲ୍ମରେ ସଲମାନ ପ୍ରିୟଙ୍କା ଙ୍କ ଯୋଡି


ନିର୍ଦ୍ଦେଶକ ଅଲି ଆବାସ ଜାଫରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଭାରତରେ ଲିଡ ରୋଲରେ ନଜରରେ ଆସିବେ ସଲମାନ ଖାନ ଏବଂ ପ୍ରିୟଙ୍କା ଚୋପ୍ରା । ଏହି ଫିଲ୍ମର ସଲମାନଙ୍କ ବିପରୀତରେ ହିରୋଇନଙ୍କୁ ନେଇ ବହୁ ଗୁଜବ ଉଠିଥିଲେ ମଧ୍ୟ ଶେଷରେ ସୁପରଷ୍ଟାର ପ୍ରିୟଙ୍କା ଚୋପ୍ରା ଏହି ଫିଲ୍ମରେ ନଜରରେ ଆସିବେ ବୋଲି ନିଶ୍ଚିନ୍ତ ହୋଇଛି । ଏହି ଫିଲ୍ମଟି ୧ ବର୍ଷ ପରେ ଇଦ୍ରେ ପରଦାକୁ ଆସିବ ।
ଏହି ଫିଲ୍ମଟି ୨୦୧୬ର ଜୟ ଗଙ୍ଗାଜଳ ପରେ ପ୍ରିୟଙ୍କା ଚୋପ୍ରୋଙ୍କ ପ୍ରଥମ ବଲିଉଡ୍ ଫିଲ୍ମ । ସଲମାନ ଏବଂ ପ୍ରିୟଙ୍କା ଚୋପ୍ରୋ ପୂର୍ବରୁ ବହୁ ସୁପରହିଟ ଫିଲ୍ମ ମୁଝସେ ସାଦି କରୋଗି, ସଲାମ-ଏ-ଇସ୍କ ଏବଂ ଗଡ ତୁସି ଗ୍ରେଟ ହୋ ପରି ଫିଲ୍ମରେ କାମ କରିସାରିଛନ୍ତି । ଫିଲ୍ମଟିର ସୁଟିଙ୍ଗ ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ସଲମାନ ଖାନ ଏକ ଯୁବକ ଚରିତ୍ରରେ ନଜରରେ ଆସିବେ । ଏଥିରେ ତାଙ୍କୁ ନୂତନ ଲୁକ ଏବଂ ନୂତନ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିବ । ପ୍ରିୟଙ୍କା ବର୍ତ୍ତମାନ ଡୁବଲିନରେ କ୍ୱାନଣ୍ଟିକୋର ତୃତୀୟ ସିଜନର ସୁଟିଙ୍ଗ କରୁଥିବା ବେଳେ ଭାରତ ସୁଟିଙ୍ଗ ପାଇଁ ସେ ଏହାକୁ ଅଧାରୁ ବନ୍ଦ କରିପାରନ୍ତି ବୋଲି ସୂଚନା ମିଳୁଛି ।


Share It

Comments are closed.