ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ମଶା ଅଧିକ କାମୁଡ଼ୁଥିବା ଦେଖିଥିବେ, କଣ ରହିଛି ଏହା ପଛର କାରଣ?


ମଶା ହେଉଛି ଏକ ଏଭଳି କୀଟ ଯିଏକି ଆପଣଙ୍କ ରାତିର ନିଦ ଉଡ଼ାଇଦେଇଥାଏ | ମୌସୁମୀରେ ମଶାଙ୍କ ପ୍ରାଦୁର୍ଭାବ ଅଧିକ ରହିଥାଏ| ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ ଇତ୍ୟାଦି ଅନେକ ରୋଗ ହୋଇଥାଏ। ମଶା ଏଡ଼ାଇବା ପାଇଁ ଲୋକମାନେ କଣ ନ କରନ୍ତି| ଆପଣ ହୁଏତ କିଛି ଲୋକଙ୍କୁ ଏହା କହୁଥିବା ଶୁଣିଥିବେ ଯେ ମୋତେ ହିଁ ମଶା ଅଧିକ କାମୁଡ଼େ କାହିଁକି ?, କିନ୍ତୁ ଆପଣ ଜାଣନ୍ତି କି ଏହା ସତ ଅଟେ | ମଶା କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି। ତେବେ ଆସନ୍ତୁ ଜାଣିବା …

ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ବୈଜ୍ଞାନିକଙ୍କ ଅନୁଯାୟୀ ମଣିଷକୁ ପୁରୁଷ ମଶା ନୁହେଁ କେବଳ ମାଇ ମଶା କାମୁଡ଼ିଥାନ୍ତି। ମାଇ ମଶା ପ୍ରଜନନ ପାଇଁ କିଛି ପୋଷକ ତତ୍ତ୍ୱ ଆବଶ୍ୟକ କରନ୍ତି | ମଣିଷ ଠାରୁ ପୋଷକ ତତ୍ତ୍ୱ ଗ୍ରହଣ କରିବା ପରେ ମାଇ ମଶା ପ୍ରଜନନ କରନ୍ତି |

ମାଇ ମଶା ଏହାର ଅନୁଭବ କରିବାର କ୍ଷମତା ସହିତ ଗନ୍ଧକୁ ବାରିପାରେ | ନିଶ୍ୱାସ ନେବା ସମୟରେ ନିର୍ଗତ କାର୍ବନ ଡାଇଅକ୍ସାଇଡ୍ (CO2) ଗ୍ୟାସ୍ ଦ୍ୱାରା ମଶା ଶୀଘ୍ର ଆକର୍ଷିତ ହୁଅନ୍ତି | ତେଣୁ, ନିଶ୍ୱାସ ନେବାବେଳେ ମଶା ମଣିଷକୁ ଅଧିକ କାମୁଡ଼ନ୍ତି |

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, କିଛି ଗନ୍ଧ ମଶାକୁ ଶୀଘ୍ର ଆକର୍ଷିତ କରିଥାଏ। ଯେତେବେଳେ ମାନବ ଶରୀରର ତାପମାତ୍ରା ବୃଦ୍ଧି ହେତୁ ଜୀବାଣୁ ଉତ୍ପନ୍ନ ହୁଏ, ଶରୀର ଦୁର୍ଗନ୍ଧ ହେବାକୁ ଲାଗେ, ତେଣୁ ମଶା କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି | ଝାଳ ବାହାରିବା ଦ୍ବାରା ଶରୀରରୁ ୟୁରିକ୍ ଏସିଡ୍, ଲାକ୍ଟିକ୍ ଏସିଡ୍ ଏବଂ ଆମୋନିୟା ଭଳି ତତ୍ବ ବାହାରିଥାଏ, ମଶାମାନେ ଏହି ଗନ୍ଧ ଦ୍ୱାରା ଶୀଘ୍ର ଆକର୍ଷିତ ହୋଇଥାନ୍ତି |

ଜାପାନର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ମଶାମାନେ ‘ଓ’ ବ୍ଲଡ ଗ୍ରୁପର ଲୋକଙ୍କୁ ଅଧିକ କାମୁଡ଼ନ୍ତି। ଯେଉଁମାନଙ୍କର ବ୍ଲଡ ଗ୍ରୁପ ‘ଏ’ ଥାଏ, ସେମାନଙ୍କୁ ‘ଓ’ ଠାରୁ କମ୍ ମଶା କାମୁଡ଼ୁଥିବାବେଳେ ସାଧାରଣତ ” ବି ‘ ବ୍ଲଡଗ୍ରୁପ୍ ଥିବା ଲୋକଙ୍କୁ ମଶା ସାମାନ୍ୟ କାମୁଡ଼ିଥାନ୍ତି ।


Share It

Comments are closed.