ସୋସିଆଲ ଗେମିଂ ଷ୍ଟୁପିଡ୍ ଆପ୍ ମାଧ୍ୟମରେ ଟଙ୍କା ଜିତିବାର ସୂଯୋଗ


ଭୁବନେଶ୍ୱର: ଷ୍ଟୁପିଡ୍ ଆପ୍ ଏକ ଲାଇଭ କୁଇଜ୍ ଏବଂ ସୋସିଆଲ ଗେମିଙ୍ଗ ଆପ୍ ଯାହା ମାଧ୍ୟମରେ କିଛି ସାଧାରଣ କୁଇଜ୍ ର ଉତ୍ତର ଦେଇ ପେଟିଏମ ମାଧ୍ୟମରେ ଟଙ୍କା ଜିତିପାରିବାର ସୂଯୋଗ ଉପଲବ୍ଦ । ଏହା କୌନ ବନେଗା କରୋଡପତି ପରି ଏକ ମୋବାଇଲ ଆଡାପଟେସନ । ଏହି ଆପଟି ତିନି ବନ୍ଧୁ ସୌରଭ କରମାକର, ସାହେବ ରାୟ ଏବଂ ପ୍ରମୋଦ କେ ମାଲୁଙ୍କ ମିଳିତ ଉଦ୍ୟମରେ ୨୦୧୭ରେ ଆରମ୍ଭ ହୋଇଥିଲା । ଉକ୍ତ ଆପଟି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଡିଜିଟାଲ ଭାରତ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବା ସହିତ ଏହା ଦେଶର ବହୁ ଯବବର୍ଗଙ୍କୁ ନିଜର ସାଧାରଣ ଜ୍ଞାନ ମାଧ୍ୟମରେ ଅତିରିକ୍ତ ପକେଟ ମନି ଅର୍ଜନ କରିବାରେ ସୁଯୋଗ ମଧ୍ୟ ପ୍ରଦାନ କରୁଛି ।

ଏହି ତିନି ବନ୍ଧୁ କେବିସି ପାଇଁ ଚୟନ ହୋଇଥିଲେ କିନ୍ତୁ ପରବର୍ତ୍ତି ଲେଭଲକୁ ଯାଇପାରିନଥିବାରୁ ସେମାନେ ଏପରି ଏକ ଆପ୍ ତିଆରି କରିବାକୁ ପ୍ରେରଣା ପାଇଥିଲେ, କାରଣ ଅନେକ ସଂଖ୍ୟାରେ ଯୁବକ କେବିସିରେ ଖେଳିବାକୁ ସୁଯୋଗ ପାଆନ୍ତି ନାହିଁ । ପେଟିଏମ ମାଧ୍ୟମରେ ଟଙ୍କା ଜିତିବା ପାଇଁ ଖେଳାଳିମାନଙ୍କୁ ୧୦୦ ସେକେଣ୍ଡରେ ମାତ୍ର ୧୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ୨୦,୦୦୦ରୁ ୩୦,୦୦୦ ଟଙ୍କାର ପ୍ରାଇଜ ମନି ସହିତ ସ୍ୱତନ୍ତ୍ର ଅବସରରେ ୫୦,୦୦୦ଟଙ୍କା ଜିତିବାର ସୁଯୋଗ ପାଇଁ ଆପଣ ଏହି ଆପ ଦିନକୁ ୩ଥର ଖେଳିପାରିବେ । ଆଶାୟୀ ଖେଳାଳିମାନେ ମାତ୍ର ୧୦ ସେକେଣ୍ଡରେ ନିଜର ସିକ୍ରେଟ ନାମ, ମୋବାଇଲ ନମ୍ବର, ପେଟିଏମ ନମ୍ବର, ବୟସ, ଲିଙ୍ଗ ଏବଂ ରେଫରାଲ କୋଡ୍ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ । ଏହି ଆପ୍ଟି ସମ୍ପୂର୍ଣ୍ଣ ମାଗଣା ଏବଂ ଏହା ମୋବାଇଲ ଆପ୍ ପରି ଡାଉନଲୋଡ କରିପାରିବେ । ଷ୍ଟୁପିଡ୍ ଆପ୍ରେ ଅଦ୍ୟାବିଧି ୪,୫୦,୦୦୦ ପଞ୍ଜିକୃତ ବ୍ୟବହାରକାରୀ ରହିଛନ୍ତି । ୨୦୧୮ ସୁଦ୍ଧା ଭାରତରେ ଏହାର ବ୍ୟବହାରକାରୀ ୭୭୫.୫ ଲକ୍ଷ ହେବେ ବୋଲି ଆଶା କରାଯାଉଛି ।


Share It

Comments are closed.