ଜଣେ ଗୁପଚୁପ ବିକାଳିରୁ କ୍ରିକେଟର ପର୍ଯ୍ୟନ୍ତ କିପରି ଥିଲା ଜୟସ୍ୱାଲଙ୍କ ଯାତ୍ରା, ଜାଣନ୍ତୁ


ମୁମ୍ବାଇର ଯୁବ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କୁ ରାଜସ୍ଥାନ ୨.୪୦ କୋଟିରେ କିଣିଛି । ତାଙ୍କର ବେସ ପ୍ରାଇସ ୮୦ ଲକ୍ଷ ଥିବାବେଳେ କିଙ୍ଗସ ଇଲେଭନ ପଞ୍ଜାବ ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ୮୦ ଟଙ୍କା ଏବଂ କୋଲକତା ନାଇଟ ରାଇଡର୍ସ ୧.୯ କୋଟି ଟଙ୍କାର ନିଲାମ ଡାକିଥିଲା । ତେବେ ଯେତେବେଳେ ରାଜସ୍ଥାନ ୨ କୋଟି ଟଙ୍କାର ଡାକ ଲଗାଇଲା, କେକେଆର ମଧ୍ୟ ଆଗକୁ ବଢିଥିଲା । ଶେଷରେ ରାଜସ୍ଥାନ ରୟାଲ୍ସ ଯୟସ୍ୱାଲଙ୍କୁ ୨.୪ କୋଟିରେ କିଣିଥିଲା ।
ସୂଚନାଯୋଗ୍ୟ, ମୁମ୍ବାଇର ଯଶସ୍ୱୀ, ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ହାସଲ କରିଥିବାବେଳେ ତାଙ୍କ ନାମରେ ପୂର୍ବରୁ ଅନେକ କୀର୍ତ୍ତିମାନ ମଧ୍ୟ ରହିଛି । ତେବେ ଉତ୍ତର ପ୍ରଦେଶର ଏହି ନବାଗତ ଯୁବ ଖେଳାଳୀଙ୍କ କ୍ରିକେଟ ଖେଳିବା ଏତେ ସହଜ ନଥିଲା । ୨୦୧୨ରେ କ୍ରିକେଟ ଖେଳିବା ଉଦ୍ଦେଶ୍ୟ ନେଇ ସେ ମୁମ୍ବାଇରେ ନିଜ ଦାଦାଙ୍କ ପାଖକୁ ଆସିଥିଲେ । ଏବଂ ସେଠାରେ ରହି ନିଜ ପେଟ ପୋଶିବା ରାତିରେ ସେ ଏକ ଡାଏରୀ ଫାର୍ମୀରେ ସକ୍ୟୁରିଟି ଗାର୍ଡ ରୂପେ କାମ କରୁଥିବାବେଳେ ଦୁଇବେଳା ଖାଇବା ପାଇଁ ଜଣେ ଫୁଡ ଭେଣ୍ଡରଙ୍କ ପାଖରେ କାମ ମଧ୍ୟ କରୁଥିଲେ । ଏହା ଛଡା ସେ ସନ୍ଧ୍ୟା ସମୟରେ ଗୁପଚୁପ ମଧ୍ୟ ବିକ୍ରି କରୁଥିଲେ ।
ତେବେ ୨୦୧୫ରେ ସେ ଏକ ଘରୋଇ ସ୍କୁଲ ଟୁର୍ଣ୍ଣାମେଣ୍ଟରେ (ଅପରାଜିତ )୩୧୯ରନ କରି ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ନାହାନ୍ତି ଗୋଟିଏ ପରେ ଗୋଟିଏ ରେକର୍ଡ କରି ଜାତୀୟ ଜୁନିୟର ଦଳରେ ସ୍ଥାନ ହାସଲ କରିଥିଲେ ।


Share It

Comments are closed.