ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକା ସାଙ୍ଗେ ଚାଲିଗଲା ୮ ଜୀବନ


ଶୁକ୍ରବାର ଗ୍ରେଟର ନୋଏଡାସ୍ଥିତ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାଟି ଆଜି ସକାଳ ୫ଟା ବେଳେ ଘଟିଥିଲା, ଯେତେବେଳେ ଏକ ଡବଲ ଡେକର ଯାତ୍ରୀବାହୀବସଟି ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଖୁବ ଜୋରସେ ପିଟିଥିଲା ।
ଏହି ଦୁର୍ଘଟଣାଟି ‘କରୋଲୀ ଗ୍ରାମ’ ନିକଟରେ ଘଟିଥିବାର ଜଣାପଡିଛି । ଘଟଣାସ୍ଥଳରେ ବର୍ତ୍ତମାନ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଗୁରୁତର ଭାବେ ଆହତ ଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି । ଏହା ସହ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସଡକ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବସଟି ଆଗ୍ରାରୁ ନୋଏଡା ଅଭିମୁଖେ ଯାଉଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗାଡିଟି ଦ୍ରତ ଗତିରେ ଆସୁଥିବାବେଳେ ଅନ୍ଧାର ଥିବା ହେତୁ ବସ ଚାଳକଙ୍କୁ କିଛି ଦେଖାଯାଇନଥିଲା । ଯାହା ଫଳରେ ବସଟି ସିଧା ଯାଇ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ସୁଧା ଧକ୍କା ଦେଇଥିଲା ।


Share It

Comments are closed.