ଏପରି କିଛି ରାଶିର ବ୍ୟକ୍ତି ଯେଉଁମାନେ କଷ୍ଟକର ପରିସ୍ଥିତିକୁ ଶକ୍ତିଶାଳୀଭାବେ କରିପାରନ୍ତି ନାହିଁ ସାମନା


ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଗୁଣ ଏବଂ ବ୍ୟକ୍ତିତ୍ୱ ରହିଥାଏ । କିଛି ବ୍ୟକ୍ତି ଖୁବ ମୁହଁ ଖୋର ରହିଥିବା ବେଳେ କିଛି ବ୍ୟକ୍ତି ଖୁବ ଶାନ୍ତ ଏବଂ ସରଳ ସ୍ୱଭାବର ହୋଇଥାନ୍ତି । କିଛି ଲୋକ ଅନ୍ୟ ଲୋକମାନଙ୍କର ଖରାପ ଗୁଣ କିମ୍ବା ଭୁଲ ଦେଖିବା ମାନେ ସେମାନଙ୍କୁ ମୁହଁରେ କହି ଭୁଲର ସମାନା କରିଥାନ୍ତି ଏବଂ କିଛି ଲୋକେ ଭୁଲ ଜାଣିବା ପରେ ମଧ୍ୟ କିଛି ଚିନ୍ତା କରନ୍ତି ନାହିଁ । ଏପରି ରାଶିର ଲୋକ ମଧ୍ୟ ଅଛନ୍ତି ଯେଉଁମାନେ କଷ୍ଟ ଏବଂ ଭୁଲକୁ ଖୁବ ଶକ୍ତ ଭାବେ ସାମନା କରିଥାନ୍ତି ଏବଂ କିଛି ଲୋକ ସହଜରେ ସମାନା କରିପାରନ୍ତି ନାହିଁ । ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ସାମନା କରିପାରନ୍ତି ନାହିଁ ଏପରି କଷ୍ଟକର ପରିସ୍ଥିତିକୁ . . . .
୧. ତୁଳା – ତୁଳା ରାଶିର ବ୍ୟକ୍ତିଙ୍କ ସ୍ୱଭାବ ଖୁବ ଶାନ୍ତ ଏବଂ ନମ୍ର ହୋଇଥବା ବେଳେ ସେମାନେ କଷ୍ଟକର ପରିସ୍ଥିତିକୁ ସହଜରେ ସାମନା କରିପାରନ୍ତି ନାହିଁ । ସେମାନେ ଏପରି ସାମନାକୁ ପସନ୍ଦ କରୁନଥିବା ବେଳେ ସମୋନଙ୍କ ପାଇଁ ଏପରି ପରିସ୍ଥିତି ଖୁବ କଷ୍ଟଦାୟକ ହୋଇଥାଏ ।
୨. ମୀନ – ମୀନ ରାଶିର ବ୍ୟକ୍ତିମାନେ ଲୋକମାନଙ୍କୁ ସାମନା କରିବାରେ ସକ୍ଷମ ହୋଇନଥାନ୍ତି । ସେମାନେ ଏପରି ପରିସ୍ଥିତିରେ ଯୁକ୍ତି ତର୍କ କରିବାକୁ ପସନ୍ଦ କରନ୍ତି ନାହିଁ । ଏପରି କଠିନ ପରିସ୍ଥିତିରେ ସେମାନେ ଅଫସୋସ କରିବା ସହିତ ମନ ଦୁଖ କରିଥାନ୍ତି କିନ୍ତୁ ସେମାନଙ୍କୁ ମୁକାବିଲା କରନ୍ତି ନାହିଁ ।
୩. ସିଂହ – ମୁକାବିଲାର ପରିସ୍ଥିତି ଆସିଲେ ସିଂହ ରାଶିର ବ୍ୟକ୍ତିମାନେ ଖୁବ ଉକ୍ରଣ୍ଠିତ ହୋଇଯାଇଥାନ୍ତି । ସେମାନେ ଥରେ ମାନସିକ ଶାନ୍ତି ପାଇଲା ପରେ ମୁକାବିଲା ପରି ପରିସ୍ଥିତିକୁ ପସନ୍ଦ କରନ୍ତି ନାହିଁ ।
୪. କର୍କଟ – କଠିନ ପରିସ୍ଥିତିରେ କର୍କଟ ରାଶିର ଲୋକମାନେ ବିଚଳିତ ହୋଇପଡନ୍ତି । ସେମାନେ ଖୁବ ଶାନ୍ତ ସ୍ୱଭାବର ଏବଂ ଲୋକମାନଙ୍କ ସମ୍ମ୍ୁଖରେ କୌଣସି ପରିସ୍ଥିତିର ମୁକାବିଲା ପାଇଂ ପସନ୍ଦ କରନ୍ତି ନାହିଁ ।
୫. ଧନୁ – ସେମାନଙ୍କ ସପକ୍ଷରେ କୌଣସି ପରିସ୍ଥିତି ନହେଲେ ଧନୁ ସ୍ୱଭାବର ବ୍ୟକ୍ତି ଖୁବ ରାଗି ଯାଇଥାନ୍ତି । ସେମାନେ ମୁକ୍ତ ଆକାଶର ବିହଙ୍ଗ ପରି ହୋଇଥାନ୍ତି ସେମାନେ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି । ସେମାନେ ମାନିପୁଲେଟିଭ କଥା କହି ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି କିନ୍ତୁ ଲୋକମାନଙ୍କର ଟାଣ କଥା ଏବଂ ଭୁଲର ମୁୃକାବିଲା କରି ପାରନ୍ତି ନାହିଁ ।


Share It

Comments are closed.