ସାଓମି ପକ୍ଷରୁ ଭାରତରେ ରେଡ୍‌ମି ନୋଟ ୧୫ ୫ଜି ଓ ରେଡ୍‌ମି ପ୍ୟାଡ ୨ ପ୍ରୋ ଉନ୍ମୋଚିତ

Share It

ଏକ ଆନ୍ତର୍ଜାତୀୟ ଟେକ୍ନୋଲୋଜି ବ୍ରାଣ୍ଡ ସାଓମି ଇଣ୍ଡିଆ ପକ୍ଷରୁ ରେଡ୍‌ମି ନୋଟ ୧୫ ୫ଜି ଓ ରେଡ୍‌ମି ପ୍ୟାଡ୍ ୨ ପ୍ରୋ ସ୍ମାର୍ଟଫୋନର ଲଂଚ ଘୋଷଣା କରାଯାଇଛି, ଯାହାକୁ ଦୈନନ୍ଦିନ ବ୍ୟବହାର ପାଇଁ ନିର୍ଭରଶୀଳ କାର୍ଯ୍ୟଦକ୍ଷତା, ନିମଜ୍ଜିତ ମନୋରଞ୍ଜନ ଓ ଦୀର୍ଘସ୍ଥାୟୀ ନିର୍ଭରଯୋଗ୍ୟତା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି । ଭାରତୀୟ ଉପଭୋକ୍ତାଙ୍କ ଆବଶ୍ୟକତା ଉପରେ ଆଧାର କରି ନିର୍ମିତ ନୂଆ ରେଡ୍‌ମି ଡିଭାଇସଗୁଡିକ ଏକ ଶକ୍ତିଶାଳୀ ବଡ-ସ୍କ୍ରିନ ଅନୁଭୂତି ସହ ସାରାଦିନର ସ୍ମାର୍ଟଫୋନ ସହନଶୀଳତାକୁ ଏକତ୍ରିତ କରୁଛନ୍ତି, ଯାହା ସେଗୁଡିକୁ ଯାତ୍ରା ସମୟରେ ବାଧାହୀନ କାର୍ଯ୍ୟଦକ୍ଷତା, ଘରେ ଉନ୍ନତ ମନୋରଞ୍ଜନ ଓ ଉତ୍ପାଦକତା ଚାହୁଁଥିବା ଉପଭୋକ୍ତାଙ୍କ ପାଇଁ ଉପଯୁକ୍ତ ସାଥୀରେ ପରିଣତ କରୁଛି ।

ରେଡ୍‌ମି ନୋଟ୍ ୧୫ ୫ଜି: ଦ୍ରୁତ, ମଜବୁତ, ଉତମ

ଏକ ଦେଶ ଯେଉଁଠାରେ ସ୍ମାର୍ଟଫୋନଗୁଡିକୁ ନିରନ୍ତର ଭାବେ କାର୍ଯ୍ୟ, ଭ୍ରମଣ, ପେମେଂଟ, ମନୋରଞ୍ଜନ ଓ ଯୋଗାଯୋଗ ପାଇଁ ବ୍ୟବହାର କରାଯାଇଥାଏ, ସେଠାରେ ରେଡ୍‌ମି ନୋଟ୍ ୧୫ ୫ଜିକୁ ଏଭଳି ଏକ ଡିଭାଇସ ହେବା ପାଇଁ ଡିଜାଇନ କରାଯାଇଛି ଯାହା ସମ୍ପର୍କରେ ଉପଭୋକ୍ତାଙ୍କୁ ୨ୟ ଥର ଚିନ୍ତା କରିବାକୁ ପଡିବ ନାହିଁ । ବାସ୍ତବ ଜୀବନରେ ଦକ୍ଷ ରହିବା ପାଇଁ ନିର୍ମିତ ରେଡ୍‌ମି ନୋଟ୍ ୧୫ ୫ଜିରେ ସୁଦୃଢ ଇଂଟରନାଲ, ଏମଆଇଏଲ-ଏସଟିଡି-୮୧୦ଏଚ ଟେଷ୍ଟିଙ୍ଗ ପଦ୍ଧତିଗୁଡିକ ଉପରେ ଆଧାରିତ ଏସଜିଏସ-ପରୀକ୍ଷିତ ସ୍ଥାୟିତ୍ୱ ଓ ଏକ ଆଇପି୬୬ ରେଟିଂ ରହିଛି, ଯାହା ଏହାକୁ ଡ୍ରପ, ସ୍ପ୍ଲାଶ, ଡଷ୍ଟ ଓ ଅପ୍ରତ୍ୟାଶିତ ସ୍ଥିତିଗୁଡିକରୁ ସୁରକ୍ଷିତ ରହିବାରେ ସାହାଯ୍ୟ କରିଥାଏ । ହାଇଡ୍ରୋ ଟଚ୍ ୨.୦ ନିଶ୍ଚିତ କରିଥାଏ ଯେ, ଏହାର ଡିସ୍‌ପ୍ଲେ ହାତ କିମ୍ବା ସ୍କ୍ରିନ ଓଦା ଥିବା ସମୟରେ ମଧ୍ୟ ପ୍ରତିକ୍ରିୟାଶୀଳ ରହିବ, ଯାହା ବର୍ଷା, ବ୍ୟାୟାମ କରିବା କିମ୍ବା ଯାତ୍ରା ସମୟରେ ବାଧାମୁକ୍ତ ବ୍ୟବହାର ପାଇଁ ଅନୁମତି ଦେଇଥାଏ ।

ଦୈନନ୍ଦିନ ଫଟୋଗ୍ରାଫି ପାଇଁ ରେଡ୍‌ମି ନୋଟ ୧୫ ୫ଜି ଏକ ୧୦୮ଏମପି ମାଷ୍ଟରପିକ୍ସେଲ ଡୁଆଲ ଏଆଇ କ୍ୟାମେରା ଏବଂ ବିଶ୍ୱସ୍ତରରେ ଡେବ୍ୟୁ କରିଥିବା ସାମ୍‌ସଙ୍ଗ ଆଇସୋସେଲ ଏଚଏମ୯ ସେନ୍ସର ସହ ସୁସଜ୍ଜିତ ରହିଛି । ଅପ୍ଟିକାଲ ଇମେଜ ଷ୍ଟାବିଲାଇଜେଶନ (ଓଆଇଏସ) ସ୍ପଷ୍ଟ ଫଟୋ ଓ ସ୍ଥିର ୪କେ ଭିଡିଓ ରେକର୍ଡିଂ ପ୍ରଦାନ କରିବାରେ ସାହାଯ୍ୟ କରୁଥିବା ବେଳେ ୩ଗୁଣ ଇନ୍‌-ସେନ୍ସର ଜୁମ ୱାଇଡ ସଟ୍‌, ପୋର୍ଟ୍ରେଟ ଓ କ୍ଲୋଜଅପଗୁଡିକରେ ସ୍ପଷ୍ଟତା ବଜାୟ ରଖିଥାଏ । ଫ୍ରଂଟରେ ଅଟୋ ଫିଲ୍ଡ-ଅଫ୍‌-ଭ୍ୟୁ ଆଡ୍‌ଜଷ୍ଟମେଂଟ ସହ ଏକ ୨୦ଏମ୍‌ପି କ୍ୟାମେରା ସ୍ପଷ୍ଟ, ସୁବ୍ୟବସ୍ଥିତ ସେଲ୍‌ଫି ଓ ଭିଡିଓ କଲ୍ ନିଶ୍ଚିତ କରିଥାଏ, ଆପଣ ଏକା ଥାଆନ୍ତୁ କିମ୍ବା ଏକ ଗ୍ରୁପରେ ଏହା ପ୍ରାକୃତିକ ଭାବେ ତାହାକୁ ଗ୍ରହଣ କରିଥାଏ । ଏଆଇ-ପରିଚାଳିତ ଫିଚର ଯେପରିକି ଡାଇନାମିକ ସଟ୍ (ଲାଇଭ ଫଟୋ) ଓ ପୋର୍ଟ୍ରେଟ ମୋଡ୍ ଆଦି ମୁହୂର୍ତଗୁଡିକୁ ତତ୍କାଳ କ୍ୟାପ୍‌ଚର କରିବା ସରଳ କରିଥାଏ ।

ସାରା ଦିନକୁ ଶକ୍ତି ଯୋଗାଉଥିବା ଏହାର ୫୫୨୦ଏମଏଏଚ ସିଲିକନ-କାର୍ବନ ବ୍ୟାଟେରୀକୁ ସ୍ଥାୟୀ କାର୍ଯ୍ୟଦକ୍ଷତା ପାଇଁ ଡିଜାଇନ କରାଯାଇଛି ଯାହା ୪୫ୱାଟ ଫାଷ୍ଟ ଚାର୍ଜିଙ୍ଗ ଓ ୧୮ୱାଟ ୱାୟାର୍‌ଡ ରିଭର୍ସ ଚାର୍ଜିଙ୍ଗ ସହ ପେୟାର ହୋଇଛି । ଏହା ରେଡ୍‌ମି ନୋଟ୍ ୧୫ ୫ଜିକୁ ସକାଳର ଯାତ୍ରାରୁ ଆରମ୍ଭ କରି ବିଳମ୍ବିତ ରାତ୍ରିର ଷ୍ଟ୍ରିମିଙ୍ଗ ପର୍ଯ୍ୟନ୍ତ ଏକ ନିର୍ଭରଯୋଗ୍ୟ ସାଥୀରେ ପରିଣତ କରିଛି । ଦୀର୍ଘାୟୁତା ପାଇଁ ନିର୍ମିତ ଏହି ବ୍ୟାଟେରୀକୁ ବର୍ଷ ବର୍ଷ ଧରି ପ୍ରତିଦିନର ବ୍ୟବହାରର କାର୍ଯ୍ୟଦକ୍ଷତାକୁ ବଜାୟ ରଖିବା ପାଇଁ ନିର୍ମାଣ କରାଯାଇଛି ।

ଏହି ଅନୁଭୂତି ୧୨୦ଏଚଜେଡ ରିଫ୍ରେଶ ରେଟ ସହ ଏକ ୧୭.୨ (ସେମି) କର୍ଭଡ ଆମୋଲେଡ ଡିସ୍‌ପ୍ଲେ ଦ୍ୱାରା ପରିଚାଳିତ, ଯାହା ଫ୍ଲୁଇଡ ସ୍କ୍ରୋଲିଙ୍ଗ ଓ ନିମଜ୍ଜିତ ଭିଜୁଆଲ ପ୍ରଦାନ କରିଥାଏ । ୩୨୦୦ ନିଟ୍‌ସ ପର୍ଯ୍ୟନ୍ତ ବ୍ରାଇଟନେସ୍‌, ୧୦୦% ଡିସିଆଇ-ପି୩ କଲର ମାଗଟ, ଟିୟୁଭି ଟ୍ରିପଲ ସାର୍ଟିଫାଏଡ ଆଇ ପ୍ରୋଟେକ୍ସନ ସହିତ ଏହି ଡିସ୍‌ପ୍ଲେ ଘର ବାହାରେ ସ୍ପଷ୍ଟ ରହିଥାଏ ଓ ଅଧିକ ସମୟ ଦେଖିବା ସମୟରେ ଆରାମଦାୟକ ରହିଥାଏ । ଡୁଆଲ ଷ୍ଟେରିଓ ସ୍ପିକର ଓ ଡଲ୍‌ବି ଅଟମୋସ କଲ୍‌,ଭିଡିଓ ଓ ମନୋରଞ୍ଜନ ପାଇଁ ଅଡିଓକୁ ଉନ୍ନତ କରିଥାଏ ।

ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୬ ଜେନ ୩ ପ୍ଲାଟଫର୍ମ ରହିଛି ଯାହା ପ୍ରତିଦିନର ଆପ୍‌, ଗେମିଂ ଓ ମିଡିଆ ବ୍ୟବହାର ପାଇଁ ସୁଗମ ମଲ୍ଟିଟାସ୍କିଙ୍ଗ ଓ ପ୍ରତିକ୍ରିୟାଶୀଳ ପ୍ରଦର୍ଶନ ପ୍ରଦାନ କରିଥାଏ । ରେଡ୍‌ମି ନୋଟ୍ ୧୫ ୫ଜି ଆଣ୍ଡ୍ରଏଡ ୧୫ ଓ ସାଓମି ହାଇପରଓଏସ ୨ ଦ୍ୱାରା ପରିଚାଳିତ ଏବଂ ଏହା ୪ ବର୍ଷର ସଫ୍ଟୱେୟାର ଅପ୍‌ଡେଟ ଓ ୬ ବର୍ଷର ସିକ୍ୟୁରିଟି ଅପ୍‌ଡେଟ ଦ୍ୱାରା ସମର୍ଥିତ ଯାହା ଦୀର୍ଘକାଳିନ ନିର୍ଭରଯୋଗ୍ୟତା ନିଶ୍ଚିତ କରିଥାଏ । ଏହି ଡିଭାଇସ ଗୁଗଲ ଜେମିନାଇ ଓ ସର୍କଲ ଟୁ ସର୍ଚ୍ଚକୁ ସପୋର୍ଟ କରୁଛି, ଯାହା ଏଆଇ-ପରିଚାଳିତ ଆସିଷ୍ଟାନ୍ସକୁ ପ୍ରତିଦିନର ବ୍ୟବହାରରେ ସମନ୍ୱିତ କରିଥାଏ । ସାଓମିର ବିକଶିତ ସଫ୍ଟୱେୟାର ଫାଉଣ୍ଡେଶନ ଉପରେ ନିର୍ମିତ ରେଡ୍‌ମି ନୋଟ୍ ୧୫ ୫ଜି ସାଓମି ହାଇପରଓଏସ ୩ ପାଇଁ ସପୋର୍ଟ ସହିତ ଭବିଷ୍ୟତ ପ୍ରସ୍ତୁତ ଅଟେ ।

ରେଡ୍‌ମି ପ୍ୟାଡ ୨ ପ୍ରୋ: ସବୁକିଛି ପ୍ରୋ

ଦେଖିବା, ଶିଖିବା, ସୃଷ୍ଟି କରିବା ଓ ମଲ୍ଟିଟାସ୍କ କରିବା ପାଇଁ ଅଧିକ ସ୍ପେଶ ଚାହୁଁଥିବା ଉପଭୋକ୍ତାଙ୍କ ପାଇଁ ଡିଜାଇନ କରାଯାଇଥିବା ରେଡମି ପ୍ୟାଡ ୨ ପ୍ରୋ ଏକ ବୃହତ ସ୍କ୍ରିନ ଅନୁଭୂତି ପ୍ରଦାନ କରୁଛି ଯାହା ସହଜ ଓ ନିମଜ୍ଜିତ ଅନୁଭୂବ ହୋଇଥାଏ । ଏହା କମ୍ପ୍ୟୁଟିଂର ଭବିଷ୍ୟତର ଏକ ଝଲକ ଦେଇଥାଏ, ଯେଉଁଠାରେ ବିବିଧତା, ଗତିଶୀଳତା ଓ ସହଜ ସଂଯୋଗ ଗୋଟିଏ ଡିଭାଇସରେ ଏକାଠି ହୋଇଛି ।

ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବା ପାଇଁ ରେଡ୍‌ମି ପ୍ୟାଡ ୨ ପ୍ରୋରେ ବିଶ୍ୱର ସର୍ବବୃହତ ୧୨୦୦୦ ଏମଏଏଚ ବ୍ୟାଟେରୀ ରହିଛି, ଯାହା ଷ୍ଟ୍ରିମିଂ, ପଠନ, ମିଟିଂ ଓ ଗେମିଂ ପାଇଁ ବାସ୍ତବ ଦୁନିଆର ଚମତ୍କାର ସହନଶୀଳତା ପ୍ରଦାନ କରୁଛି । ୩୩ୱାଟ ଫାଷ୍ଟ ଚାର୍ଜିଙ୍ଗ ପାଇଁ ସପୋର୍ଟ ସହ ୨୭ୱାଟ ରିଭର୍ସ ଚାର୍ଜିଙ୍ଗ ଏହି ଟାବ୍‌ଲେଟକୁ ଆବଶ୍ୟକ ସମୟରେ ସ୍ମାର୍ଟଫୋନ ଓ ଆକ୍‌ସେସରିଗୁଡିକୁ ଶକ୍ତି ପ୍ରଦାନ କରିବା ପାଇଁ ଅନୁମତି ଦେଇ ପ୍ରତିଦିନର ନମନୀୟତା ବୃଦ୍ଧି କରିଥାଏ । ଏହାର କାର୍ଯ୍ୟଦକ୍ଷତା ସ୍ନାପଡ୍ରାଗନ ୭ଏସ ଜେନ ୪ ମୋବାଇଲ ପ୍ଲାଟଫର୍ମ ଦ୍ୱାରା ପରିଚାଳିତ ଯାହା ଚାହିଦାପୂର୍ଣ୍ଣ ଆପଗୁଡିକରେ ସୁଗମ ମଲ୍ଟିଟାସ୍କିଙ୍ଗ ଓ ସ୍ଥିର ପ୍ରଦର୍ଶନ ନିଶ୍ଚିତ କରିଥାଏ ।

ଏହାର ଅନୁଭୂତିର କେନ୍ଦ୍ରରେ ୧୬:୧୦ ଆସ୍‌ପେକ୍ଟ ରେସିଓରେ ଏକ ୩୦.୭୩ ସିଏମ ୨.୫କେ ଡିସ୍‌ପ୍ଲେ ରହିଛି , ଏହା ୧୨୦ଏଚଜେଡ ଆଡାପ୍ଟିଭସିଙ୍କ ସହ କଂଟେଂଟ ଉପଯୋଗ ପାଇଁ ସର୍ବୋତମ ହୋଇଥାଏ, ମୁଭି, ସ୍ପୋର୍ଟସ, ଗେମିଂ ଓ ରିଡିଂରେ ସ୍ପଷ୍ଟ ଭିଜୁଆଲ, ସୁଗମ ଗତି ଓ ନିମଜ୍ଜିତ ଦୃଶ୍ୟତା ପ୍ରଦାନ କରିଥାଏ । ଡଲବି ଭିଜନ କଲର ଓ କଂଟ୍ରାଷ୍ଟ ବୃଦ୍ଧି କରୁଥିବା ବେଳେ ଟିୟୁଭି ଟ୍ରିପଲ ଆଇ ପ୍ରୋଟେକ୍ସନ ଓ ଡିସି ଡିମିଙ୍ଗ ବର୍ଦ୍ଧିତ ବ୍ୟବହାର ସମୟରେ ଆରାମଦାୟକ ଦୃଶ୍ୟତା ନିଶ୍ଚିତ କରିଥାଏ ।

ଏଥିରେ ମନୋରଞ୍ଜନ ଡଲ୍‌ବି ଅଟମୋସ ସହ ଏକ କ୍ୱାଡ-ସ୍ପିକର ସିଷ୍ଟମ ଦ୍ୱାରା ଉନ୍ନତ ହୋଇଥାଏ, ଯାହା ସମୃଦ୍ଧ ଓ ପରିପୂର୍ଣ୍ଣ ସାଉଣ୍ଡ ଦେଇଥାଏ, ଏହା ମିଳିତ ସ୍ଥାନ, ଅନ୍‌ଲାଇନ କ୍ଲାସ ଓ ବିଞ୍ଜ ୱାଚିଙ୍ଗ ପାଇଁ ରେଡ୍‌ମି ପ୍ୟାଡ ୨ ପ୍ରୋକୁ ଉପଯୁକ୍ତ କରିଥାଏ ।

ସାଓମି ହାଇପରଓଏସ ୨ ଉପରେ ପରିଚାଳିତ, ରେଡ୍‌ମି ପ୍ୟାଡ ୨ ପ୍ରୋ , ହୋମ୍ ସ୍କ୍ରିନ+, ସେୟାର୍‌ଡ କ୍ଲିପବୋର୍ଡ, କଲ୍ ସିଙ୍କ ଓ ନେଟ୍‌ୱର୍କ ସିଙ୍କ ଭଳି ଫିଚରଗୁଡିକ ମାଧ୍ୟମରେ ଅନ୍ୟ ସାଓମି ଡିଭାଇସ ସହ ସହଜରେ ସମନ୍ୱିତ ହୋଇଥାଏ, ଯାହା ଏକ ନମନୀୟ କ୍ରସ-ଡିଭାଇସ କାର୍ଯ୍ୟଧାରାକୁ ସକ୍ଷମ କରିଥାଏ । ୫ ବର୍ଷର ସଫ୍ଟୱେୟାର ଅପ୍‌ଡେଟ ଓ ୭ ବର୍ଷର ସିକ୍ୟୁରିଟି ଅପ୍‌ଡେଟ ସମର୍ଥନରେ ଏହି ଟାବଲେଟ ହେଉଛି ସାଓମି ହାଇପରଓଏସ ୩ ପ୍ରସ୍ତୁତ । ଏହା ଉତ୍ପାଦକତା ଓ ଅନ୍ୱେଷଣକୁ ଉନ୍ନତ କରୁଥିବା ଗୁଗଲ ଜେମିନାଇ ଓ ସର୍କଲ ଟୁ ସର୍ଚ୍ଚକୁ ମଧ୍ୟ ସପୋର୍ଟ କରୁଥିବା ବେଳେ ଏହାର ମାଇକ୍ରୋଏସଡି ମାଧ୍ୟମରେ ୨ ଟିବି ପର୍ଯ୍ୟନ୍ତ ଏକ୍ସପାଣ୍ଡେବୁଲ ଷ୍ଟୋରେଜ ମନୋରଞ୍ଜନ, ଡକ୍ୟୁମେଂଟ ଓ କ୍ରିଏଟିଭ ପ୍ରୋଜେକ୍ଟ ପାଇଁ ପର୍ଯ୍ୟାପ୍ତ ସ୍ପେଶ ନିଶ୍ଚିତ କରିଥାଏ ।

ଉତ୍ପାଦକତା ବଢାଉଥିବା ଆକ୍‌ସେସରି
ରେଡ୍‌ମି ସ୍ମାର୍ଟ ପେନ
ରେଡ୍‌ମି ପ୍ୟାଡ ୨ ପ୍ରୋ ସଠିକ ଓ ଲୋ-ଲାଟେନ୍ସି ଇନ୍‌ପୁଟ ପାଇଁ ଡିଜାଇନ କରାଯାଇଥିବା ରେଡ୍‌ମି ସ୍ମାର୍ଟ ପେନ୍‌କୁ ସପୋର୍ଟ କରୁଛି ଯାହା ପ୍ରାକୃତିକ ଓ ପ୍ରତିକ୍ରିୟାଶୀଳ ଅନୁଭବ ହୋଇଥାଏ । ନୋଟ୍ ଲେଖିବା, ଡକ୍ୟୁମେଂଟ ଆନୋଟେଶନ, ସ୍କେଚିଂ ଓ କ୍ରିଏଟିଭ କାମ ପାଇଁ ଉପଯୁକ୍ତ ଏହି ପେନ୍ ଉପଭୋକ୍ତାଙ୍କୁ ବଡ ଡିସ୍‌ପ୍ଲେରେ ଲେଖିବା, ଆଙ୍କିବା ଓ ନାଭିଗେଶନ ମଧ୍ୟରେ ସହଜରେ ଗତି କରିବା ପାଇଁ ଅନୁମତି ଦେଇଥାଏ, ଯାହା ଏହାକୁ ଛାତ୍ରଛାତ୍ରୀ, ପ୍ରଫେସନାଲ ଓ କ୍ରିଏଟରଙ୍କ ପାଇଁ ଏକ ମୂଲ୍ୟବାନ ଟୁଲରେ ପରିଣତ କରୁଛି ।

ରେଡ୍‌ମି ପ୍ୟାଡ୍ ୨ ପ୍ରୋ କୀବୋର୍ଡ

ରେଡ୍‌ମି ପ୍ୟାଡ ୨ ପ୍ରୋ କୀବୋର୍ଡ ଟାବ୍‌ଲେଟକୁ ଏକ ହାଲୁକା ୱର୍କଷ୍ଟେସନରେ ପରିଣତ କରିଥାଏ । ଆରାମଦାୟକ ଟାଇପିଙ୍ଗ ପାଇଁ ଡିଜାଇନ କରାଯାଇଥିବା ଏହି କୀବୋର୍ଡ ଉପଭୋକ୍ତାଙ୍କୁ ଇମେଲ, ଡକ୍ୟୁମେଂଟ, ପ୍ରେଜେଂଟେଶନ ଓ ମଲ୍ଟିଟାସ୍କିଙ୍ଗୁ ଦକ୍ଷତାର ସହ ପରିଚାଳନା କରିବାକୁ ସକ୍ଷମ କରିଥାଏ । ସ୍ପ୍ଲିଟ-ସ୍କ୍ରିନ ସପୋର୍ଟ ଓ ସାଓମି ହାଇପରଓଏସ ଇଂଟରକନେକ୍ଟିଭିଟି ସହ ମିଳିତ ହେବା ପରେ ଏହି କୀବୋର୍ଡ ରେଡ୍‌ମି ପ୍ୟାଡ ୨ ପ୍ରୋକୁ ମନୋରଞ୍ଜନଠାରୁ ଆରମ୍ଭ କରି ଉତ୍ପାଦକତା ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ସମସ୍ତ ପରିବେଶକୁ ସହଜରେ ଗ୍ରହଣ କରିବାରେ ସାହାଯ୍ୟ କକରିଥାଏ ।

ମୂଲ୍ୟ ଓ ଉପଲବ୍ଧତା
ରେଡ୍‌ମି ନୋଟ ୧୫ ୫ଜି ବ୍ଲାକ, ଗ୍ଲାସିୟର ବ୍ଲୁ ଓ ମିଷ୍ଟ ପର୍ପଲ କଲରରେ ଏବଂ ୮ଜିବି+୧୨୮ଜିବି ଓ ୮ଜିବି+୨୫୬ଜିବି ଭଳି ଦୁଇଟି ଷ୍ଟୋରେଜ ଭାରିଆଂଟରେ ଉପଲବ୍ଧ ହେବ ।
ରେଡ୍‌ମି ପ୍ୟାଡ ୨ ପ୍ରୋ ୫ଜି ସିଲ୍‌ଭର ଓ ଗ୍ରାଫାଇଟ ଗ୍ରେ କଲରରେ ଏବଂ ୮ଜିବି+୧୨୮ଜିବି ଓ ୮ଜିବି+୨୫୬ଜିବି ଭଳି ୨ଟି ଷ୍ଟୋରେଜ ଭାରିଆଂଟରେ ଉପଲବ୍ଧ ହେବ ।
ରେଡ୍‌ମି ପ୍ୟାଡ ୨ ପ୍ରୋ(ୱାଇଫାଇ) ୮ଜିବି+୧୨୮ଜିବି ଷ୍ଟୋରେଜ ଭାରିଆଂଟରେ ସିଲ୍‌ଭର ଓ ଗ୍ରାଫାଇଟ ଗ୍ରେ କଲରରେ ଉପଲବ୍ଧ ହେବ ।


Share It

Comments are closed.