ଭାରତରେ ସାଓମି ପକ୍ଷରୁ ରେଡମି ନୋଟ ୭ ପ୍ରୋ ଏବଂ ନୋଟ ୭ର ଶୁଭାରମ୍ଭ


ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି ପକ୍ଷରୁ ଏହାର ବହୁ ସଫଳିତ ରେଡମି ଲାଇନ ଅପରେ ନୂତନ ରେଡମି ନୋଟ ୭ ପ୍ରୋ ଏବଂ ରେଡମି ନୋଟ ୭ର ଶୁଭାରମ୍ଭ କରାଯାଇଛି । ରେଡମି ନୋଟ ୭ ପ୍ରୋ ୪୮ ଏମପି ବିଶିଷ୍ଟ ହୋଇଥିବାବେଳେ ଏହା ନେବୁଲା ରେଡ ଏବଂ ନେପଚୁନ ବ୍ଲୁ ରଙ୍ଗ ଭାରିଆଣ୍ଟର ଗ୍ରାଡିଏଣ୍ଟ ଡିଜାଇନ ସହିତ ପ୍ରସ୍ତୁତ ।
ସେହିଭଳି ରେଡମି ନୋଟ ୭, ନନ-ପ୍ରୋ ରେଡମି ନୋଟ ପରିବାର ସ୍ୱରୂପ ୧୨ଏମପି ଏବଂ ୨ଏମପି ଡୁଆଲ ରିଅର କ୍ୟାମେରା ସେଟଅପରେ ପ୍ରଥମ ଡୁଆଲ କ୍ୟାମେରା ଭାବେ ଡେବ୍ୟୁ କରିଛି । ଏହାର ସାନଭାଇ ଭାବେ, ରେଡମି ନୋଟ ୭ରେ ମଧ୍ୟ ସମ୍ମୁଖ ଏବଂ ପଶ୍ଚାତ ଭାଗର ବଡି ଗରିଲା ଗ୍ଲାସ ୫ ସହିତ କଭର ହୋଇଛି ।
୪୦୦୦ ଏମଏଏଚ ବ୍ୟାଟେରୀ ଲାଇଫ ସହିତ ରେଡମି ନୋଟ ୭ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ପ୍ରଦାନ କରିଥାଏ । ଏଥି ସହିତ ଏହା କ୍ୱିକ ଚାର୍ଜ ୪.୦ ପାଇଁ ସମର୍ଥନ ପ୍ରାପ୍ତ ଏବଂ ଜୀବନକାଳ ବୃଦ୍ଧି ପାଇଁ ପି୨ଆଇ-କୋଟଟେ ପ୍ରଦତ୍ତ ।
ଏହି ଫୋନ ବ୍ୟତୀତ, ସାଓମି ପକ୍ଷରୁ ମଧ୍ୟ ଏମଆଇ ଏଲଇଡି ଟିଭି ୪ଏ ପ୍ରୋ (୩୨)ର ଶୁଭାରମ୍ଭ କରାଯାଇଛି ଯାହାମଧ୍ୟରେ ୩୨-ଇଞ୍ଚର (୮୦ସେମି) ଏଚଡି ଡିସପ୍ଲେ ପ୍ୟାନେଲ ରହିଛି ଏବଂ ଆଣ୍ଡ୍ରଏଡ ଟିଭି ପ୍ୟାଚୱାଲରେ କାର୍ଯ୍ୟ କରିବ । ଏହା ଗ୍ରାହକମାନଙ୍କୁ ଇଣ୍ଟରଫେସ ମଧ୍ୟରେ ଦକ୍ଷଭାବେ ଗତି କରିବା ପାଇଁ ଏବଂ ଅନ୍ତର୍ନିହିତ କ୍ରୋମକାଷ୍ଟ ବୈଶିଷ୍ଟ୍ୟକୁ ବ୍ୟବହାର କରିବା ପାଇଁ ସୁଯୋଗ ପ୍ରଦାନ କରିବ ।
ସାଓମି ପକ୍ଷରୁ ଭାରତରେ ପ୍ରଥମଥର ପାଇଁ ବ୍ଲୁଟୁଥ ଇଅରଫୋନ- ଏମଆଇ ସ୍ପୋର୍ଟସ ବ୍ଲୁଟୁଥ ସ୍ପୋର୍ଟସ ବ୍ଲୁଟୁଥ ଇଅରଫୋନ ବେସିକ, ଡାଇନାମିକ ବାସ ଏବଂ ସିଭିସି ଶବ୍ଦ କ୍ୟାନସଲେସନ ସହିତ ଉପଲବ୍ଧ ହେବାକୁ ଯାଉଛି । ୯-ଘଣ୍ଟାର ବ୍ୟାଟେରୀ ଲାଇଫ ସହିତ ଏହା ମଧ୍ୟରେ ଆଇପିଏକ୍ସ୪ର ବୈଶିଷ୍ଟ୍ୟ ସାର୍ଟିଫିକେସନ ରହିଛି ଏହାର ଅର୍ଥ ଏହା ଫ୍ଲାସ ଏବଂ ସ୍ୱେଟ ପ୍ରୁଫ । ବକ୍ସରେ ଛଅଟି ଯୋଡିର ସିଲିକନ ଏୟାରପ୍ଲଗ ବୈ÷ଶିଷ୍ଟ୍ୟ ଯୁକ୍ତ ଏବଂ ଗୁଗୁଲ ଆସିଷ୍ଟାଣ୍ଟର ସମର୍ଥନ ପ୍ରାପ୍ତ ଏହି ଏମଆଇ ସ୍ପୋର୍ଟସ ବ୍ଲୁଟୁଥ ଇଅରଫୋନ ବେସିକ ପ୍ରାୟ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଆରାମଦାୟକ ।

ଏହି ପରିପ୍ରେକ୍ଷୀରେ ସାଓମି, ସାଓମି ଇଣ୍ଡିଆ ଏବଂ ଭିିପିର ଏମଡି ମନ୍ନୁ ଜୈନ କହିଛନ୍ତି ଯେ, “ଆମ୍ଭମାନଙ୍କର ରେଡମି ନୋଟ ଲାଇନ ଅପରେ ରେଡମି ନୋଟ ୭ ସିରିଜ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ । ଏହା ଆମ୍ଭମାନଙ୍କର ମୁଖ୍ୟ ଦିଗଦର୍ଶନ ଇନୋଭେସନ ଫର ଏଭ୍ରିୱାନକୁ ପ୍ରତିଫଳିତ କରୁଛି । ରେଡମି ନୋଟ ୭ ପ୍ରୋରେ ଶକ୍ତିଶାଳୀ ୪୮ଏମପି କ୍ୟାମେରା ସହିତ କ୍ୱାଲକମ ସ୍ନାପଡ୍ରାଗନ ୬୭୫ ବୈଶିଷ୍ଟ୍ୟ ରହିଥିବା ବେଳେ ଏଥିରେ ଆକର୍ଷଣୀୟ ଅଉରା ଡିଜାଇନ ରହିଛି । ଏବଂ ରେଡମି ନୋଟ ୭ ସେହିପରି ବହୁ ପ୍ରକାରର ବୈ÷ଶିଷ୍ଟ୍ୟ ପ୍ରଦାନ କରୁଛି । ଏହିପରି ଅବିଶ୍ୱସନୀୟ ଅଫର ସହିତ ରେଡମି ନୋଟ୭ ସିରିଜ ଏମଆଇ ପ୍ରଶଂସକ ଏବଂ ଗ୍ରାହକମାନଙ୍କ ପାଇଁ ଉପଯୁକ୍ତ ପ୍ୟାକେଜ ଯେଉଁମାନେ ବ୍ୟୟସାପେକ୍ଷ ମୂଲ୍ୟରେ ଶ୍ରେଷ୍ଠ ଗୁଣବତ୍ତାର ଉତ୍ପାଦ ସହିତ ନୂତନ ଉତ୍ପାଦକୁ ଉପଭୋଗ କରିବାକୁ ଇଚ୍ଛା ପ୍ରକାଶ କରିବାକୁ ଚାହିଁଥାନ୍ତି ।”


Share It

Comments are closed.