ସାଓମି ପକ୍ଷରୁ ନୂତନ ୪କେ ଟିଭି, ୱାଟର ପ୍ୟୁରିଫାୟର୍ ଓ ସ୍ମାର୍ଟ ବ୍ୟାଣ୍ଡର ଶୁଭାରମ୍ଭ


ଭାରତର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ବା ସ୍ମାର୍ଟ ଟିଭି ବ୍ରାଣ୍ଡ ଭାବେ ଜଣାଶୁଣା ସାଓମି ପକ୍ଷରୁ ନୂତନ ରେଞ୍ଜର ସ୍ମାର୍ଟ ଟିଭି ସହିତ ଏକ ବିସ୍ତୃତ ରେଞ୍ଜର ସ୍ମାର୍ଟ ହୋମ୍ ଉତ୍ପାଦଗୁଡ଼ିକର ଶୁଭାରମ୍ଭ କରାଯାଇଛି । ଏମ୍ଆଇ ଟିଭି ୪ଏକ୍ସ (୬୫) ହେଉଛି ଏମ୍ଆଇ ଟିଭି ୪ଏକ୍ସ ସିରିଜର ଏକ ବଳିଷ୍ଠ ଉତ୍ପାଦ, ଯେଉଁଥିରେ ରହିଛି, ଏକ ବିଶାଳ ୧୬୩.୯ ସେମି ଏଚ୍ଡିଆର୍ ଏଲ୍ଇଡି ଡିସପ୍ଲେ ସହିତ ସାଓମିର ଇନ୍-ହାଉସ୍ ଭିପିଇ (ଭିଭିଡ଼ ପିକ୍ଚର୍ ଇଞ୍ଜିନ୍) ଏବଂ ଆହୁରି ଅନେକ ।
ଏମ୍ଆଇ ଟିଭି ୪ଏକ୍ସ ସିରିଜ୍ ସମସ୍ତଙ୍କ ପାଇଁ ୪କେ ଆଣିବାକୁ ଲକ୍ଷ୍ୟ ରଖିଛି, ଯେଉଁଥିରେ ରହିଛି ଏମ୍ଆଇ ଟିଭି ୪ଏକ୍ସ (୬୫) ସହିତ ଏମ୍ଆଇ ଟିଭି ୪ଏକ୍ସ (୫୦) ଓ ଏମ୍ଆଇ ଟିଭି ୪ଏକ୍ସ (୪୩) । ଏହି ନୂତନ ଏମ୍ଆଇ ଟିଭିଗୁଡ଼ିକ ପୁନଃ ଡିଜାଇନ୍ ହୋଇଥିବା ଭର୍ସନର ପ୍ୟାଚ୍ୱାଲ୍ ସହିତ ଆସୁଛି, ଯାହା ଆଣ୍ଡ୍ରଏଡ଼ ୯ ପାଇ ଉପରେ ଆଧାରିତ । ଏହା ସହିତ ବକ୍ସ ବାହାରେ ନେଟଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ ରହିଛି । ଏହି ସିରିଜ୍ ଗୁଗୁଲ୍ ଡାଟା ସେଭର୍ ମୋଡ଼ ଆଣୁଥିବା ବିଶ୍ୱର ପ୍ରଥମ ସିରିଜ୍ ଅଟେ ।

ଏହାର ବୃଦ୍ଧି ପାଉଥିବା ଇକୋସିଷ୍ଟମ୍ ସୃଙ୍ଖଳର ଏକ ଅଂଶ ଭାବରେ ସାଓମି ଏହାର କାଟାଗୋରୀର ପ୍ରଥମ ବା ଭାରତର ଏକମାତ୍ର ଉତ୍ପାଦ ଏମ୍ଆଇ ସ୍ମାର୍ଟ ୱାଟର ପ୍ୟୁରିଫାୟର୍ (ଆର୍ଓ + ୟୁଭି)ର ଘୋଷଣା କରିଛି, ଯାହା ୱାଟର୍ ପ୍ୟୁରିଫାୟର୍ ବର୍ଗକୁ ଏହାର ପ୍ରବେଶକୁ ଦର୍ଶାଉଛି । ଏହି ସ୍ମାଟର୍ ଲିଭିଂ ୨୦୨୦ର ଶୁଭାରମ୍ଭ ମଧ୍ୟ ଏମ୍ଆଇ ସ୍ମାର୍ଟ ବ୍ୟାଣ୍ଡ ୪ର ଘୋଷଣା କରିଛି, ଯାହା ଉତ୍ତମ ବିକ୍ରି ହେଉଥିବା ସ୍ମାର୍ଟ ୩ ବ୍ୟାଣ୍ଡ ଫିଟନେସ` ୱିଅରେବୁଲର ଅପଗ୍ରେଡ଼ ଅଟେ । ସ୍ମାର୍ଟ ହୋମ୍ ଲାଇଟିଂ ବର୍ଗର ଏକ ନୂତନ ଉତ୍ପାଦ ଭାବେ ଏମ୍ଆଇ ମୋସନ୍କୁ ଘୋଷଣା କରିଛି, ଯାହା ନାଇଟ୍ ଲାଇଟ୍ ୨କୁ ସକ୍ରିୟ କରୁଛି ।

ଋଘୁ ରେଡ୍ଡି, ମୁଖ୍ୟ – କାଟାଗୋରୀ ଓ ଅନ୍ଲାଇନ୍ ବିକ୍ରି, ସାଓମିି ଇଣ୍ଡିଆ ପ୍ରକାଶ କରିଛନ୍ତି, “ସାଓମିରେ ଆମେ ଗୋଟିଏ ଅତ୍ୟାଧୁନିକ ଜ୍ଞାନକୌଶଳ କମ୍ପାନୀ ଏବଂ ବିଶ୍ୱର ସବୁଠାରୁ ବଡ଼ ହାର୍ଡୱାୟାର୍ ଇନ୍କ୍ୟୁବେଟର୍ ହେବା ନିମନ୍ତେ ଆଶା ରଖିଛୁ । ଏହା ଆମକୁ ନୂତନ ଯୁଗର ଉତ୍ପାଦ ସୃଷ୍ଟି କରିବା ସହାୟକ ହେବ, ଯାହା ଦୈନଦିନ ଜୀବନରେ ସଚେତନତା, ସଂଯୋଗତା ଓ ସୁବିଧା ଆଣିବ । ଆମେ କେବଳ ସ୍ମାର୍ଟଫୋନ୍ କମ୍ପାନୀ ନୁହଁ ଏବଂ ଭାରତରେ କାଟାଗୋରୀମାନଙ୍କରେ ଆମର ବିସ୍ତିର୍ଣ୍ଣ ପ୍ରଦାନତା ଏହାକୁ ଦର୍ଶାଉଛି । ସାଓମି ଇଣ୍ଡିଆ ଲଗାତାର ଭାବେ ତ୍ରୈମାସିକମାନଙ୍କରେ ୧ ନମ୍ବର ୱିଅରେବୁଲ୍ ଓ ସ୍ମାର୍ଟ ଟିଭି ବ୍ରାଣ୍ଡ ରହିଆସିଛି ଏବଂ ଆମେ ଆଶା କରୁଛୁ ଯେ, ଶୁଭାରମ୍ଭ ହୋଇଥିବା ଉତ୍ପାଦର ପରବର୍ତ୍ତୀ ସେଟ୍ ଆଜି ଆମର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ ସହାୟକ ହେବ ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଗତବର୍ଷ ସାଓମି ଟିଭି ଇଣ୍ଡଷ୍ଟ୍ରିରେ ବିପ୍ଳବ ଆଣିଛି ଏବଂ ଏମ୍ଆଇ ଟିଭିକୁ ଧନ୍ୟବାଦ । ଅନେକ ଲୋକ ବର୍ତ୍ତମାନ ସେମାନଙ୍କ ଘରେ ଓଟିଟି କଣ୍ଟେଣ୍ଟ ବ୍ୟବହାର କରିବାକୁ ସକ୍ଷମ ହେଉଛନ୍ତି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଆହୁରି ଅଧିକ ୪କେ ବିଷୟ ମାଧ୍ୟମରେ ଆମେ ଏହାକୁ ଅଧିକ ଦର୍ଶକଙ୍କୁ ପ୍ରଦର୍ଶନ କରିବାକୁ ଚାହୁଁଛୁ । ତେଣୁ ଆମେ ୩ଟି ନୂତନ ୪କେ ଟିଭିର ଘୋଷଣା କରିଛୁ । ଆମେ ଏକ ନୂତନ ଉତ୍ପାଦ ଏମ୍ଆଇ ସ୍ମାର୍ଟ ୱାଟର ପ୍ୟୁରିଫାଇଅର୍ର ଶୁଭାରମ୍ଭ କରିଛୁ, ଯାହା ଭାରତରେ ପ୍ରଥମ ବାସ୍ତବିକ ସ୍ମାର୍ଟ ୱାଟର ପ୍ୟୁରିଫାଇଅର୍ । ଏହା ଡିଆଇୱାଇ ଓ ଭାରତର ପ୍ରଥମ ଅଟେ । ଆମେ ସକରାତ୍ମକ ଯେ, ଏହି ନୂତନ ଇକୋସିଷ୍ଟମ୍ ଉତ୍ପାଦଗୁଡ଼ିକ ଆମର ଏମ୍ଆଇ ପ୍ରଶଂସକମାନଙ୍କ ଜୀବନକୁ ବିକଶିତ କରିବାରେ ସାହାଯ୍ୟ କରିବ ଏବଂ ଭାରତକୁ ଆମର ଉନ୍ନତ ମାନର ଜ୍ଞାନକୌଶଳ ଆଣିବ ।”

ସବୁବର୍ଗଙ୍କ ପାଇଁ ଏମ୍ଆଇ ଟିଭି ୪ଏକ୍ସ – ୪କେ

ଏମ୍ଆଇ ଟିଭି ଲଗାତାର ଭାବେ ପାଞ୍ଚଟି ତ୍ରୈମାସିକ ଧରି ବଜାରରେ ପ୍ରମୁଖ ବିକ୍ରେତାଭାବେ ରହିଆସିଛି, ଯାହା ଆଇଡିସି ବିଶ୍ୱସ୍ତରୀୟ ତ୍ରୈମାସିକ ସ୍ମାର୍ଟ ହୋମ୍ ଡିଭାଇସ୍ ଟ୍ରାକର୍, ୨୦୧୯ କ୍ୟୁ ୨ ରିଲିଜ୍ ଅନୁଯାୟୀ ୩୨% ବଜାର ଅଂଶ ପ୍ରଦାନ କରୁଛି । ୧୬୩.୯ ସେମି ଏଲ୍ଇଡ଼ି ଡିସପ୍ଲେଯୁକ୍ତ ଏମ୍ଆଇ ଟିଭି ୪ଏକ୍ସ (୬୫) ସାଓମିର ଇନ୍ ହାଉସ୍ ଭିଭିଡ଼ ପିକ୍ଚର୍ ଇଞ୍ଜିନ୍ ସହିତ ଆସୁଥିବା ପ୍ରଥମ ଟିଭି । ଏଥିରେ ରହିଛି ସମସ୍ତ-ନୂତନ ଫୁଲ୍-ମେଟାଲ୍ ଡିଜାଇନ୍ ସହିତ ଅଲ୍ଟ୍ରା ବ୍ରାଇଟ୍ ଡିସପ୍ଲେ ଧାରଣ କରୁଥିବା ପତଳା ବେଜେଲ୍ । ଏକ ବିସ୍ତିର୍ଣ୍ଣ କଲର୍ ଗାମଟ୍ ସହିତ ଏହା ବାସ୍ତବ ପ୍ରବାହ ଆଣୁଛି, ଯାହାକୁ ଏକ ଉତ୍ସର୍ଗୀକୃତ ଏମ୍ଇଏମ୍ସି ଚିପ୍ ବୋର୍ଡ ସକ୍ରିୟ କରୁଛି । ଏକ୍ଚର୍ ଗୁଣବତ୍ତାକୁ ୨୦ ୱାଟ ଷ୍ଟେରିଓ ସ୍ପିକର୍ ପରିପୂରକତା ପ୍ରଦାନ କରୁଛି, ଯାହା ଡଲ୍ବି ଅଡିଓ ଏବଂ ଡିଟିଏସ୍-ଏଚ୍ଡିକୁ ସମର୍ଥନ କରୁଛି । ଯାହାଫଳରେ ଏହା ଏକାଧିକ-ଚ୍ୟାନେଲ୍ ଅଡିଓ ସହିତ ଚଳଚ୍ଚିତ୍ରଭିତ୍ତକ ଅନୁଭୂତି ପ୍ରଦାନ କରୁଛି ।

ଏମ୍ଆଇ ଟିଭି ୪ଏକ୍ସ (୫୦) ଓ ଏମ୍ଆଇ ଟିଭି ୪ଏକ୍ସ (୪୩) ମଧ୍ୟ ୪କେ ୧୦ ବିଟ୍ ଏଚ୍ଡିଆର୍ ଡିସ୍ପ୍ଲେକୁ ସମର୍ଥନ କରୁଛି, ଯେଉଁଥିରେ ଡିଟିଏସ୍-ଏଚ୍ଡି ସମର୍ଥନ କରୁଥିବା ୨୦ ୱାଟ୍ ଷ୍ଟେରିଓ ସ୍ପିକର୍ ରହିଛି । ଏମ୍ଆଇ ଟିଭି ୪ଏକ୍ସ ସିରିଜ୍ ଭିଇପି କାଲିବ୍ରେସନ୍ ବୈଶିଷ୍ଟ୍ୟତା ପ୍ରଦାନ କରୁଛି, ଯାହା ସାଓମିର ଇନ୍-ହାଉସ୍ ଇମେଜ୍ ପ୍ରୋସେସିଂ ଜ୍ଞାନକୌଶଳ ଅଟେ । ଏହା ଗଭୀର କଣ୍ଟ୍ରାସ୍ ଓ ଚମତ୍କାର କଲର୍ ସହିତ ବାସ୍ତବ ଜୀବନ ଅନୁଭୂତି ପ୍ରଦାନ କରୁଛି । ଭିଇପି ଅନ୍ୟ ଏମ୍ଆଇ ଟିଭି ସିରିଜ୍ମାନଙ୍କରେ ଖୁବ୍ ଶୀଘ୍ର ଉପଲବ୍ଧ ହେଉଛି ।

ପ୍ୟାଚ୍ ୱାଲ୍ + ଆଣ୍ଡ୍ରଏଡ଼ ୯ ଉପରେ ପର୍ଯ୍ୟବେଷିତ ଆଣ୍ଡ୍ରଏଡ଼ ଟିଭି
ନୂତନ ପିଢ଼ିର ଏମ୍ଆଇ ଟିଭି ଏକ ନୂତନ ତଥା ପୁନଃସ୍ଥାପିତ ଭର୍ସନ୍ର ପ୍ୟାଚ୍ ୱାଲ୍ ଦ୍ୱାରା ପରିଚାଳିତ ହେଉଛି, ଯାହା ଆଣ୍ଡ୍ରଏଡ଼ ୯ ପାଇ ଉପରେ ଆଧାରିତ । ଏହାକୁ ସ୍ୱତନ୍ତ୍ର ଭାବେ ଭାରତୀୟ ବଜାର ପାଇଁ ଡିଜାଇନ୍ କରାଯାଇଛି, ଯାହା ବିଶ୍ୱସ୍ତରୀୟ ଭଏସ୍କୁ ସକ୍ରିୟ କରି ଗୁଗୁଲ୍ ଆସିଷ୍ଟାନ୍ସକୁ ସମର୍ଥନ କରୁଛି । ଏକ ନୂତନ ବିଷୟ ଅଂଶୀଦାରକୁ ଆଣିବା ପାଇଁ ପ୍ରତିଶୃତିର ଏକ ଅଂଶ ଭାବେ, ସାଓମିର ନୂତନ ଏମମ୍ଆଇ ଟିଭି ବର୍ତ୍ତମାନ ବକ୍ସ ବାହାରେ ନେଟ୍ଫ୍ଲିକ୍ସ ଓ ଆମାଜୋନ୍ ପ୍ରାଇମ୍କୁ ସମର୍ଥନ କରୁଛି । ପ୍ୟାଚ୍ୱାଲ୍ ବର୍ତ୍ତମାନ ଅତ୍ୟାଧୁନିକ ବିଷୟ, ଯେପରିକି ୧୮ଟି ବିଭିନ୍ନ ବିଷୟ ଅଂଶୀଦାରମାନଙ୍କରେ ଥିବା ଡିଜିଟାଲ୍ ଓ ୪କେ ବିଷୟର ୭୦୦,୦୦୦ରୁ ଉଦ୍ଧ୍ୱର୍ ଘଣ୍ଟାର ବିଶାଳ ସମ୍ଭାର ପ୍ରଦାନ କରୁଛି ।

ଏମ୍ଆଇ ସ୍ମାର୍ଟ ୱାଟର୍ ପ୍ୟୁରିଫାୟର୍ (ଆର୍ଓ + ୟୁଭି)
ଉତ୍ତମ ତଥା ସୁସ୍ଥ ଜୀବନଯାପନକୁ ଦୃଷ୍ଟିରେ ରଖି ସାଓମି ଏମ୍ଆଇ ସ୍ମାର୍ଟ ୱାଟର୍ ପ୍ୟୁରିଫାୟର୍ (ଆର୍ଓ + ୟୁଭି)ର ଶୁଭାରମ୍ଭ କରିଛି, ଯାହା ଏକାର କାଟାଗୋରୀର ପ୍ରଥମ ଅଟେ ଏବଂ ଏହାକୁ ଭାରତୀୟ ଉତ୍ପାଦକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହା ଭାରତର ଏକମାତ୍ର ବାସ୍ତବିକ ଭାବେ ସ୍ମାର୍ଟ ଓ ଡିଆଇୱାଇ ୱାଟର୍ ପ୍ୟୁରିଫାୟର୍ ଅଟେ । ଏହା ଏକ ପରିପୂର୍ଣ୍ଣ ଓ କ୍ଷୁଦ୍ର ଡିଜାଇନ୍ ଆଣୁଛି, ଯାହା ସାଓମିର ଇକୋସିଷ୍ଟମ୍ ଡିଜାଇନ୍ ଭାଷାର ଏକ ସମିଶ୍ରିତ ଅଂଶ ।

ବାସ୍ତବରେ ସୁରକ୍ଷିତ
ଏମ୍ଆଇ ସ୍ମାର୍ଟ ୱାଟର୍ ପ୍ୟୁରିଫାୟର୍ (ଆର୍ଓ + ୟୁଭି) ଏକ ପେଣ୍ଟା ପ୍ୟୁରିଫିକେସନ୍ ପ୍ରକ୍ରିୟା ପ୍ରଦାନ କରୁଛି, ଯାହା ତିନୋଟି ଫିଲ୍ଟର୍ ଯେପରିକି – ପଲି ପ୍ରୋପିଲିନ୍ + ଆକ୍ଟିଭେଟେଡ଼ କାର୍ବନ୍ (ପିପିସି), ଏକ ଇନ୍-ଟ୍ୟାଙ୍କ ୟୁଭି ଲାଇଟ୍ ସହିତ ରିଭର୍ସ ଅସ୍ମୋସିସ୍ (ଆର୍ଓ) ଏବଂ ପୋଷ୍ଟ ଆକ୍ଟିଭେଟେଡ଼ କାର୍ବନ (ପିଏସି) । ପିସିସି ଫିଲ୍ଟର୍ ବୃହତ ଓ ଦେଖାଯାଉଥିବା ଉପାଦାନଗୁଡ଼ିକୁ ବାହାର କରିଥାଏ ଏବଂ ଆର୍ଓ ଫିଲ୍ଟର୍ ୦.୧ ଏନ୍ଏମ୍ ସଠିକତା ସହିତ ଓଜନିଆ ମେଟାଲ୍, ସ୍କେଲ୍ ଓ ଜୈବିକ ପଦାର୍ଥମାନଙ୍କୁ ଅଲଗା କରିଥାଏ । ପିଏସି ଫିଲ୍ଟର୍ ବାହାର ଓ ଜୈବିକ ଉପାଦଦାନଗୁଡ଼ିକୁ ଆହୁରି ଭଲ ଭାବେ ବାହାର କରିଥାଏ । ଏହ ସହିତ ଇନ୍-ଟ୍ୟାଙ୍କ ୟୁଭି ଲାଇଟ୍ ବୀଜାଣୁ ଓ ଭୂତାଣୁମାନଙ୍କୁ ୯୯.୯୯% ସକ୍ଷମତା ସହିତ ମାରିଥାଏ ।

ବାସ୍ତବରେ ସ୍ମାର୍ଟ
ଆଧୁନିକ ବାସ କରିବା ଅନୁଭୂତିକୁ ସକ୍ରିୟ କରିବା ପାଇଁ ଏମ୍ଆଇ ସ୍ମାର୍ଟ ୱାଟର୍ ପ୍ୟୁରିଫାୟର୍ (ଆର୍ଓ + ୟୁଭି) ଏମ୍ଆଇ ହୋମ୍ ଆପ୍କୁ ସଂଯୋଗ କରୁଛି ଏବଂ ଟିଡିଏସ୍ ସ୍ତର ତଥା ତିନୋଟି କ୍ୟାଟ୍ରିଜ୍ର ଫିଲ୍ଟର୍ ଅବଧିକୁ ବାସ୍ତବ ସମୟରେ ଯାଞ୍ଚ କରୁଛି । ଯେତେବେଳେ ପୁନଃସ୍ଥାପନ ଆବଶ୍ୟକ ହେଉଛି, ଏହା ଏକ ନୋଟିଫିକେସନ୍ ପ୍ରେରଣ କରୁଛି, ଯେଉଁଥିରେ କିଣିବା ପାଇଁ ୱାନ୍-କ୍ଲିକ୍ ଅପ୍ସନ୍ ରହୁଛି ।

ଏମ୍ଆଇ ସ୍ମାର୍ଟ ୪ ବ୍ୟାଣ୍ଡ
ଉତ୍ତମ ଭାବେ ବିକ୍ରି ହୋଇଥିବା ଏମ୍ଆଇ ବ୍ୟାଣ୍ଟ ୩ର ଅପ୍ଗ୍ରେଡ଼, ଏମ୍ଆଇ ସ୍ମାର୍ଟ ବ୍ୟାଣ୍ଡ ୪ ଫିଟ୍ନେସ୍ ଟ୍ରାକର୍ ଓ ସ୍ମାର୍ଟ ୱାଚ୍ ମଧ୍ୟରେ ଥିବା ବ୍ୟବଧାନକୁ ଆହୁରି କମ୍ କରୁଛି । ଏମ୍ଆଇ ସ୍ମାର୍ଟ ବ୍ୟାଣ୍ଡ ୪ର ଏକ ଫୁଲ୍ ଟଚ୍ ସ୍କ୍ରିନ୍ କଲର୍ ଆମୋଲିଡ଼ ଡିସ୍ପ୍ଲେ, ନୂତନ ସ୍ମାର୍ଟ ପ୍ରତିକ୍ରିୟା ଓ ୫ଏଟିଏମ୍ ୱାଟର୍ ରେଜିଷ୍ଟାନ୍ସ ଆଦି ବୈଶିଷ୍ଟ୍ୟତା ପ୍ରଦାନ କରୁଛି ।

 

୦.୯୫” କଲର୍ ଆମୋଲିଡ଼ ଡିସ୍ପ୍ଲେ ବର୍ତ୍ତମାନ ନୋଟିଫିକେସ୍ଗୁଡ଼ିକୁ ପ୍ରଦର୍ଶନ କରିବାକୁ ସକ୍ଷମତା ରଖୁଛି । ଏହା ସହିତ ଏହା ଏମ୍ଆଇ ସ୍ମାର୍ଟ ବ୍ୟାଣ୍ଡ ୪ରେ ଅସିମୀତ ୱାଚ୍ ଫେସ୍ ସହିତ ମ୍ୟୁଜିକ୍ ନିୟନ୍ତ୍ରଣକୁ ମଧ୍ୟ ସକ୍ରିୟ କରୁଛି । ଦେଡ଼ିବା ଭଳି କାର୍ଯ୍ୟକଳାପକୁ ଯାଞ୍ଚ କରିବା ବ୍ୟତୀତ ଏମ୍ଆଇ ସ୍ମାର୍ଟ ବ୍ୟାଣ୍ଡ ୪ ବର୍ତ୍ତମାନ ସ୍ୱୟଂ ଭାବେ ଷ୍ଟ୍ରୋକ୍ ଚିହ୍ନଟ ସହିତ ପହଁରିବାକୁ ଯାଞ୍ଚକରିପାରୁଛି ଏବଂ ୨୦ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଅବଧି ପ୍ରଦନ କରୁଛି । ଉଜ୍ଜଳ ଓ କ୍ଷୁଦ୍ର ଡିଜାଇନ ଏମ୍ଆଇ ବ୍ୟାଣ୍ଡ ସିରିଜ୍ର କେନ୍ଦ୍ରବିନ୍ଦୁ ଭାବେ ରହିଆସିଛି, ଯାହା ଏମ୍ଆଇ ସ୍ମାର୍ଟ ବ୍ୟାଣ୍ଡ ୪ ସହିତ ବଜାୟ ରହିଛି । ପୂର୍ବର ଏମ୍ଆଇ ବ୍ୟାଣ୍ଡ ୩ର ଦକ୍ଷତାକୁ ବୃଦ୍ଧି କରଯାଇ ମଧ୍ୟ ଏହା ସହିତ ବ୍ୟବହାର କରାଯାଇପାରିବ ।
ଏମ୍ଆଇ ମୋସନ୍ ଆକ୍ଟିଭେଟେଡ଼ ନାଇଟ୍ ଲାଇଟ୍ ୨
ଏମ୍ଆଇ ମୋସନ୍ ଆକ୍ଟିଭେଟେଡ଼ ନାଇଟ୍ ଲାଇଟ୍ ୨ ହେଉଛି ଏକ ମନୋରମ ନାଇଟ୍ ଲ୍ୟାମ୍ପ, ଯାହା ଗତିକୁ ଚିହ୍ନଟ କରି ସ୍ୱତଃପ୍ରବୃତ ଭାବେ ଜଳିଥାଏ । କ୍ଷୁଦ୍ର ଓ ଚମତ୍କାର ସାଓମି ଡିଜାଇନ୍ ଭାଷା ଏମ୍ଆଇ ମୋସନ୍ ଆକ୍ଟିଭେଟେଡ଼ ନାଇଟ୍ ଲାଇଟ୍ ୨କୁ ଉପଯୁକ୍ତ ଭାବେ ଗୃହ ସାଜସଜ୍ଜା ନିମନ୍ତେ ସକ୍ରିୟ କରିଥାଏ । ଏହା ଦୁଇଟି ବ୍ରାଇଟ୍ନେସ୍ ସେଟିଂକୁ ପରିଚାଳାନା କରିଥାଏ ଏବଂ ଗତି ହେଉ ନ ଥିଲେ ୧୫ ସେକେଣ୍ଡ ମଧ୍ୟରେ ବନ୍ଦ କରାଇ ଶକ୍ତି ସଂରକ୍ଷଣ କରିଥାଏ ।


Share It

Comments are closed.