ସାଓମି ଇଣ୍ଡିଆ ପକ୍ଷରୁ ରଣବୀର ସିଂହଙ୍କ ସହିତ ସହବନ୍ଧିତା


ଭାରତର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଏବଂ ସ୍ମାର୍ଟ ଟି.ଭି ବ୍ରାଣ୍ଡ କମ୍ପାନୀ ସାଓମି ଇଣ୍ଡିଆ ପକ୍ଷରୁ ଏହାର ସ୍ମାର୍ଟଫୋନ ଲାଇନକୁ ସମର୍ଥନ କରିବା ପାଇଁ ବଲିଉଡ ସୁପରଷ୍ଟାର ରଣବୀର ସିଂହଙ୍କ ସହ ସହବନ୍ଧିତା ଘୋଷଣା କରାଯାଇଛି । ରଣବୀର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରି-ସ୍ପ୍ରିଟେଡ ୱେବ ଫିଲ୍ମରେ ‘ରେଡମି-୭’ ଶୁଭାରମ୍ଭ କରିଛନ୍ତି । ରଣବୀର ବର୍ତ୍ତମାନ ସାଓମି ଇଣ୍ଡିଆ ପରିବାରେ ଯୋଗଦେଇଥିବା ସହ ସମସ୍ତ ସାଓମି ସ୍ମାର୍ଟଫୋନ ଶୃଙ୍ଖଳାର ଲୋକପ୍ରିୟତାକୁ ବଢାଇବାରେ ସାହାଯ୍ୟ କରିବେ । ରଣବୀର ଏକ ୱେବ ଫିଲ୍ମ ଜରିଆରେ ଏହାର ଘୋଷଣା କରିଛନ୍ତି । ଯେଉଁଥିରେ ସେ ‘ରେଡମି ନୋଟ ୭’ କୁ ପ୍ରରଦର୍ଶିତ କରାଉଥିବା ସହିତ ‘ମୁଁ ସେକ୍ସି ଏବଂ ମୁଁ ଏହାକୁ ଜାଣିଛି ’ ଗୀତର ତାଳେ ତାଳେ ନାଚୁ ଥିବାର ଦେଖିବାକୁ ମଳିଛି । ଏହି ୱବେ ଫିଲ୍ମର ଶେଷରେ ରଣବୀର ଏବଂ ସାଓମି ଇଣ୍ଡିଆର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ, ମନୂ ଜୈନ ମଧ୍ୟରେ ହୋଇଥିବା ସହଭାଗିତା ସଂପର୍କରେ ଦୃଶ୍ୟମାନ ହୋଇଛି ।
ଏହି ସହଭାଗିତାକୁ ନେଇ ସାଓମିର ଇଣ୍ଡିଆର ମୁଖ୍ୟ ବାଣିଜ୍ୟକ ଅଧିକାରୀ ଅନୁଜ ଶର୍ମା କହିଛନ୍ତି ଯେ, “ଏମ ଆଇ ପ୍ରଶଂସକଙ୍କ ଯୋଗୁଁ ସାଓମି ପ୍ରସ୍ତୁତ ହୋଇପାରିଛି ଏବଂ ରଣବୀରଙ୍କ ସହ ଆମ ପରିବାର ବଢୁଥିବାରୁ ଆମେ ଖୁବ ଉତ୍ସାହିତ । ରଣବୀରଙ୍କର ସମସ୍ତ ସ୍ଥାନ ଏବଂ ଅଞ୍ଚଳ ମାନଙ୍କରେ ତାଙ୍କର ଅଭିନୟ ପାଇଁ ଖୁବ୍ ପରିଚିତ । ପ୍ରତ୍ୟେକଙ୍କୁ ଅତ୍ୟାଧୁନିକତା ଆଣିଦେବାରେ ସାଓମିର ବିଶ୍ୱାସ ସହିତ ରଣବୀରଙ୍କ ଦର୍ଶକ ମାନଙ୍କୁ ଉକ୍ତୃଷ୍ଟତା ଭେଟିଦେବାର ବିଶ୍ୱାସ ସହିତ ସମାନ ।”
ଏହି ପରିପ୍ରେକ୍ଷୀରେ ରଣବୀର ସିଂହ କହିଛନ୍ତିଯେ, “ସାଓମି ହେଉଛି ସର୍ବଶ୍ରେଷ୍ଠ ସ୍ମାର୍ଟଫୋନ ବାଣ୍ଡ । କମ୍ପାନୀ ବଜାରରେ ପ୍ରବେଶ କରିବା ପର ଠାରୁ ନିଜର ପାରଦର୍ଶିତା ଦେଖାଇ ଆସୁଛି । ଆମେ ଆମ ଉପଭୋକ୍ତାଙ୍କ ପାଇଁ ସେହି ସମାନ ପାରଦର୍ଶିତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବା ସହ ବର୍ତ୍ତମାନ ସାଓମି ସହ ମିଶିକରି କିପରି ଏହାର ରେଡମି ନୋଟ୍ ୭ ଓ ସାର୍ଟଫୋନ ଶୃଙ୍ଖଳକୁ ବଜାରୀକରଣ କରିବା ପାଇଁ ଦୃଷ୍ଟି ନିକ୍ଷେପ କରିଛୁ ।”


Share It

Comments are closed.