ଏୟାରଟେଲ୍ ସହ ସାଓମି ଇଣ୍ଡିଆର ସହଭାଗିତା


ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଇଣ୍ଡିଆ ପକ୍ଷରୁ ଏୟାରଟେଲ୍ ସହ ଏହାର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି । ଯାହାଦ୍ୱାରା ଦେଶର ସାଓମି ଓ ରେଡ୍‌ମି ସ୍ମାର୍ଟଫୋନ୍ ଉପଭୋକ୍ତାମାନେ ଉତ୍କୃଷ୍ଟମାନର ‘୫ଜି ପ୍ଲସ୍‌’ ନେଟ୍‌ୱର୍କ ପାଇପାରିବେ । ଏହି ରଣନୈତିକ ସହଭାଗିତାର ଅଂଶ ଭାବେ ଗ୍ରାହକମାନେ କ୍ଲାଉଡ୍‌ରେ ବାଧାମୁକ୍ତ ଭିଡିଓ କଲିଙ୍ଗ୍‌, ଲ୍ୟାଗ୍ ଫ୍ରି ଗେମିଙ୍ଗ୍ ଏବଂ ବିଭିନ୍ନ ବର୍ଗରେ ସମସ୍ତ ସାଓମି ଓ ରେଡ୍‌ମି ୫ଜି ମଡେଲ୍‌ଗୁଡିକରେ ବ୍ଲେଜିଙ୍ଗ୍ ଫାଷ୍ଟ୍ ଡାଟା ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍‌ର ଅଭିଜ୍ଞତା ପାଇପାରିବେ । ଅଲ୍‌ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍ କନେକ୍ଟିଭିଟି ଉପଭୋଗ କରିବା ପାଇଁ ଗ୍ରାହକମାନଙ୍କୁ କେବଳ ନେଟ୍‌ୱର୍କ ସେଟିଙ୍ଗ୍‌କୁ ଯାଇ ନିଜ ପସନ୍ଦର ନେଟ୍‌ୱର୍କକୁ ଏୟାରଟେଲ୍ ୫ଜିକୁ ପରିବର୍ତନ କରିବାକୁ ପଡିବ । ଗତ ଦୁଇ ବର୍ଷ ମଧ୍ୟରେ ସାଓମି ଇଣ୍ଡିଆ ନିଜର ଗ୍ରାହକଙ୍କ ପାଇଁ ଏକ ବାଧାହୀନ ଟ୍ରାଞ୍ଜିସନ ସୁନିଶ୍ଚିତ କରିବା ପାଇଁ ଏୟାରଟେଲ୍ ସହ ସହଭାଗିତାରେ ଏହାର ଡିଭାଇସ୍‌ଗୁଡିକରେ ବିସ୍ତୃତ ପରୀକ୍ଷଣ ପରିଚାଳନା କରିଛି । ଏହି ପରୀକ୍ଷଣଗୁଡିକ ମାଧ୍ୟମରେ କମ୍ପାନୀଗୁଡିକ ସର୍ବୋତମ ସମ୍ଭବ ଫଳାଫଳ ପାଇବା ପାଇଁ ଜଟିଳ ପରିସ୍ଥିତି ଅଧିନରେ ପ୍ରଦର୍ଶନ ଓ ସ୍ଥିରତାକୁ ପ୍ରାଥମିକତା ଦେଇଛନ୍ତି ।
ଏହି ଘୋଷଣା ସମ୍ପର୍କରେ ସାଓମି ଇଣ୍ଡିଆର ଚିଫ୍ ମାର୍କେଟିଙ୍ଗ୍ ଅଫିସର ଅନୁଜ ଶର୍ମା କହିଛନ୍ତି, ‘ଆମର ସମସ୍ତ ୫ଜି ସ୍ମାର୍ଟଫୋନ୍ ପୋର୍ଟଫୋଲିଓ ଆମର ଉପଭୋକ୍ତାଙ୍କୁ ଦେଶବ୍ୟାପୀ ୫ଜି ସେବାଗୁଡିକୁ ଆକ୍‌ସେସ୍ କରିବା ପାଇଁ ସକ୍ଷମ କରୁଛି । ଏୟାରଟେଲ୍ ସହ ସହଭାଗିତାରେ ସର୍ବୋତମ ଶ୍ରେଣୀର ଟେକ୍ନୋଲୋଜି ପ୍ରଦାନ କରିବା ପାଇଁ ସାଓମିର କ୍ଷମତା ଆମର ଉପଭୋକ୍ତାଙ୍କୁ ଭାରତରେ ୫ଜି ବିପ୍ଳବର ଆଗଧାଡିରେ ରହିବାକୁ ଅନୁମତି ଦେବ । ହାଇସ୍ପିଡ୍‌, ଉନ୍ନତ ବିଶ୍ୱସନୀୟତା ଓ କମ୍ ଲାଟେନ୍ସି ସହିତ ୫ଜି ସେବାଗୁଡିକୁ ମୋବାଇଲ ଇକୋସିଷ୍ଟମକୁ ନୂଆ କ୍ଷେତ୍ରକୁ ବିସ୍ତାର କରିବ ।’
ଏହି ସହଭାଗିତା ଉପରେ ମତ ରଖି ଭାରତୀ ଏୟାରଟେଲ୍‌ର ଉପଭୋକ୍ତା ବ୍ୟବସାୟ ବିଭାଗର ନିର୍ଦ୍ଦେଶକ ଶାଶ୍ୱତ ଶର୍ମା କହିଛନ୍ତି, ‘ଏୟାରଟେଲ୍‌ରେ ଆମେ ନିରନ୍ତର ଭାବେ ଶକ୍ତିଶାଳୀ ସହଭାଗିତା ମାଧ୍ୟମରେ ମୋବାଇଲ ଅଭିଜ୍ଞତାକୁ ଉନ୍ନତ କରୁଛୁ ଯାହା ୫ଜି ଗ୍ରହଣୀୟତାକୁ ନୂଆ ସ୍ତରକୁ ନେଉଛି । ଆମେ ୫ଜି ଇକୋସିଷ୍ଟମକୁ ପରିଚାଳନା କରିବା ଜାରି ରଖିବା ପାଇଁ ସାଓମି ସହ ସହଭାଗିତା କରି ଆନନ୍ଦିତ । ଆମର ସମସ୍ତ ବିଦ୍ୟମାନ ୪ଜି ସିମ୍‌ଗୁଡିକ ୫ଜି ସହ ସକ୍ଷମ ଅଟନ୍ତି, ଏହି କାରଣରୁ ଗ୍ରାହକମାନେ ନିଜ ସାଓମି ଓ ରେଡ୍‌ମି ହ୍ୟାଣ୍ଡସେଟ୍‌ରେ ଖୁବ୍ ସହଜରେ ୫ଜି ନେଟ୍‌ୱର୍କ ଚୟନ କରି ବିନା କୌଣସି ଅତିରିକ୍ତ ମୂଲ୍ୟରେ ଅଲ୍‌ଟ୍ରାଫାଷ୍ଟ ୫ଜି ସେବା ଉପଭୋଗ କରିପାରିବେ, କାରଣ ଆମେ ଅଧିକରୁ ଅଧିକ ସହରରେ ୫ଜି ସେବା ଆରମ୍ଭ କରୁଛୁ ।’


Share It

Comments are closed.