ସାଓମି ପକ୍ଷରୁ ଭାରତରେ ଏମଆଇ ଏ୨ର ଶୁଭାରମ୍ଭ


ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ସାଓମି ପକ୍ଷରୁ ଅନ୍ୟ ଏକ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଏମଆଇ ଏ୨ର ଶୁଭାରମ୍ଭ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୧୬,୯୯୯ ଟଙ୍କା ରହିଥିବାବେଳେ ଉକ୍ତ ଫୋନଟିର ପ୍ରି-ବୁକିଙ୍ଗ ଅଗଷ୍ଟ୯ରୁ ଏମଆଇ.କମ୍ ଏବଂ ଆମାଜନ.ଇନରେ ଆରମ୍ଭ ହୋଇଛି । ଏହାର ସାପ୍ତାହିକ ବିକ୍ରି ୧୬ ଅଗଷ୍ଟ ଅପରାହ୍ନ ୧୨ରୁ ଏମଆଇ.କମ, ଆମାଜନ.ଇନ ଏବଂ ଏମଆଇର ଘରୋଇ ଷ୍ଟୋରରେ ପ୍ରାରମ୍ଭ ହେବ ।
ଏମଆଇ ଏ୨ ସ୍ମାର୍ଟଫୋନରେ ୧୨ଏମପି ଏବଂ ୨୦ଏମପିର ରିଅର ଏଏଲ ଡୁଆଲ କ୍ୟାମେରା ସହିତ ୨୦ଏମପିର ସମ୍ମୁଖ କ୍ୟାମେରା ରହିଛି । ଉକ୍ତ ଫୋନଟିରେ କ୍ୱାଲକମ ସ୍ନାପଡ୍ରାଗନ ୬୬୦ ଏସଓସି ସହିତ ଶକ୍ତିଶାଳୀ କ୍ୱାଲକମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଜେନ୍ସି (ଏଆଇଇ)ର ବୈଶିଷ୍ଟ୍ୟ ରହିଛି । ଏମଆଇ ଏ୨ର ୪ଜିବି ଏବଂ ୬୪ଜିବି ଆଭ୍ୟନ୍ତରୀଣ ଷ୍ଟୋରେଜ ଏବଂ ୩୦୧୦ଏମଏଏଚର ବ୍ୟାଟେରୀ କ୍ଷମତା ସହିତ ଚାରୋଟି ରଙ୍ଗ ଯେପରିକି ବ୍ଲାକ, ଗୋଲ୍ଡ, ଲେକ ବ୍ଲୁ ଏବଂ ରୋଜ ଗୋଲ୍ଡରେ ଉପଲବ୍ଧ ହେବ । ଏହି ଫୋନଟି ୫.୯୯ ଇଞ୍ଚ ୧୮ ଅନୁପାତ ୯ ସମ୍ପୂର୍ଣ୍ଣ ସ୍କ୍ରିନ ଡିସପ୍ଲେ, ୨.୫ ଡି କର୍ଣ୍ଣିଙ୍ଗ ଗରିଲା ଗ୍ଲାସ ୫ ପ୍ୟାନେଲ ଦ୍ୱାରା ସୁରକ୍ଷିତ । ଏହା ସହିତ ସୁନ୍ଦରଭାବେ ଡିଜାଇନ ହୋଇଥିବା ଆଲୁମିନିୟମ ବଡି ସହିତ ଫୋନଟି କଭର୍ଡ଼ ବ୍ୟାକ ପ୍ୟାନେଲ ଦ୍ୱାରା ଚତୁଃପାଶ୍ୱର୍ରୁ ଆବଦ୍ଧ ।
ଏହି ପରିପ୍ରେକ୍ଷୀରେ ସାଓମି ଇଣ୍ଡିଆର ଉପ ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ, ମନ୍ନୁ ଜୈନ କହିଛନ୍ତି ଯେ, “ଭାରତରେ ଆମ୍ଭମାନଙ୍କର ବହୁ-ପ୍ରତିକ୍ଷିତ ଫୋନ ଏମଆଇ ଏ୨ର ଶୁଭାରମ୍ଭ କରିଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ । ବିଗତ ବର୍ଷ ଏମଆଇ ଏ୧ର ସଫଳତା ପରେ ଆମ୍ଭେମାନେ ବ୍ୟୟସାପେକ୍ଷ ମୂଲ୍ୟରେ ଆଣ୍ଡ୍ରଏଡ ସ୍ତରର ଅନ୍ୟ ଏକ ସ୍ମାର୍ଟଫୋନ ଏମଆଇ ଏ୨ର ଶୁଭାରମ୍ଭର ଘୋଷଣା କରିଛୁ । ଏମଆଇ ପ୍ରଶଂସକ ଏବଂ ଗ୍ରାହକମାନେ ଏମଆଇ ଏ୨ର ସମସ୍ତ ସ୍ୱତନ୍ତ୍ର ବୈଶିଷ୍ଟ୍ୟର ଲାଭ ଉଠାଇପାରିବେ ବୋଲି ଆମ୍ଭମାନଙ୍କର ବିଶ୍ୱାସ ।”


Share It

Comments are closed.