ୱିଙ୍କ ମ୍ୟୁଜିକ ପକ୍ଷରୁ ‘ନବରାତ୍ରୀ ନାଇଟ୍‌ସ’ ଅନ୍‌ଲାଇନ୍ କନସର୍ଟର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ ୱିଙ୍କ ମ୍ୟୁଜିକ ପକ୍ଷରୁ ନବରାତ୍ରି ନାଇଟ୍‌ସ ଭଳି ଏକ ସ୍ୱତନ୍ତ୍ର ଅନ୍‌ଲାଇନ କନସର୍ଟ ସିରିଜର ଶୁଭାରମ୍ଭ କରାଯାଇଛି । ଏଥିରେ ମିକା ସିଙ୍ଗ, କିଞ୍ଜଲ ଦେବ, ସଚିନ-ଜିଗରଙ୍କ ସମେତ ଆହୁରି ଅନେକ ବଡ଼ ବଡ଼ ସଂଙ୍ଗୀତ କଳାକାରମାନଙ୍କର ଲାଇଭ ପରଫରମାନ୍ସ ଦେଖିବାକୁ ମିଳିବ । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ନବରାତ୍ରି ନାଇଟସ୍ ଲାଇଭ କାର୍ଯ୍ୟକ୍ରମ ୱିଙ୍କ ମ୍ୟୁଜିକରେ ଆସନ୍ତା ଅକ୍ଟୋବର ୧୭ରୁ ୨୫ ପର୍ଯ୍ୟନ୍ତ ପ୍ରତିଦିନ ରାତି ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲୁରହିବ ଏବଂ ସମଗ୍ର ପରିବାରକୁ ସେମାନଙ୍କ ଘର ମଧ୍ୟରେ ରହି ଗର୍‌ବା ବିଟ୍‌ର ତାଳେ ତାଳେ ଝୁମିବାର ସୁଯୋଗ ଦେବ । ୱିଙ୍କ ମ୍ୟୁଜିକ ଷ୍ଟେଜରେ ନବରାତ୍ରି ନାଇଟ୍‌ସକୁ ପ୍ରସ୍‌ୁତ କରାଯାଇଛି । ଏହି କନସର୍ଟରେ ଉପଭୋକ୍ତାମାନେ ରିୟଲ ଟାଇମରେ ମେସେଜ ପୋଷ୍ଟ କରିପାରିବେ, ସଙ୍ଗ ଅନୁରୋଧ କରିପାରିବେ ଏବଂ କଳାକାରଙ୍କ ସହ ବାର୍ତାଳାପ ମଧ୍ୟ କରିପାରିବେ ।
ୱିଙ୍କ ମ୍ୟୁଜିକରେ ନବରାତ୍ରି ନାଇଟ୍‌ସ ଅଣ ଏୟାରଟେଲ ଗ୍ରାହକଙ୍କ ସମେତ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉଛି । ଏଥିପାଇଁ କେବଳ ୱିଙ୍କ ମ୍ୟୁଜିକ ଆପ୍‌କୁ ଡାଉନଲୋଡ଼ କରିବାକୁ ପଡ଼ିବ । ଏୟାରଟେଲ ଥ୍ୟାଙ୍କ୍‌ସ ଏବଂ ୱିଙ୍କ ମ୍ୟୁଜିକ ପ୍ରିମିୟମ ଗ୍ରାହକମାନେ ମାଗଣା ପହଂଚ ପାଇବେ । ଅଣ-ଏୟାରଟେଲ ଗ୍ରାହକମାନେ ୱିଙ୍କ ମ୍ୟୁଜିକର ପ୍ରିମିୟମ ପାଇଁ ମାସିକ ମାତ୍ର ୨୯ଟଙ୍କାରେ ସମସ୍ତ ୯ଟିଯାକ କନସର୍ଟକୁ ଉପଭୋଗ କରିପାରିବେ । ଏହାଛଡ଼ା ଏହାକୁ ୱେବ୍‌ରେ ଏହି www.wynkmusic.in ରେ ଆକସେସ କରାଯାଇପାରିବ ।

ଭାରତୀ ଏୟାରଟେଲ ଏବଂ ସିଇଓ-ୱିଙ୍କ ମ୍ୟୁଜିକ, ଚିଫ ପ୍ରଡକ୍ଟ ଅଫିସର ଶ୍ରୀ ଆଦର୍ଶ ନାୟର କହିଛନ୍ତି ଯେ, “ଆମେ ନବରାତ୍ରି ନାଇଟସ୍‌କୁ ଅଣ ଏୟାରଟେଲ ଗ୍ରାହକଙ୍କ ସମେତ ସମସ୍ତ ଗ୍ରାହକଙ୍କ ପାଇଁ ପହଂଚଯୋଗ୍ୟ କରାଇ ସମଗ୍ର ଭାରତବାସୀଙ୍କୁ ଏହି ପାର୍ବଣକୁ ପାଳନ କରିବା ପାଇଁ ଆମନ୍ତ୍ରିତ କରୁଅଛୁ ।”


Share It

Comments are closed.