ବିଶ୍ୱର ସବୁଠାରୁ ଧନୀ ରାଜା, ଯିଏକି ଜିଉଁଛନ୍ତି ସବୁଠାରୁ ବିଳାସପୂର୍ଣ୍ଣ ଜୀବନ


ବିଶ୍ବରେ ଅନେକ ଦେଶ ଅଛି, ଯେଉଁଠାରେ ରାଜତନ୍ତ୍ର ଏପର୍ଯ୍ୟନ୍ତ କାର୍ଯ୍ୟ କରୁଛି, ଅର୍ଥାତ୍ ରାଜା ହେଉଛନ୍ତି ଦେଶର ମୁଖ୍ୟ। ସେ ଯାହା କୁହନ୍ତି, ସେହିଠାରେ ହିଁ ସେଭଳି ଆଇନ ହୁଏ। ଏଭଳି ଏକ ଦେଶ ହେଉଛି ବ୍ରୁନେଇ, ଯାହା ଇଣ୍ଡୋନେସିଆର ପାଖରେ ଅବସ୍ଥିତ। ଏଠାରେ ଥିବା ସୁଲତାନଙ୍କ ନାମ ହାସନଲ ବୋଲାକିୟା। ତାଙ୍କର ଗଣତି ବିଶ୍ବର କିଛି ଧନୀ ସୁଲତାନଙ୍କ ମଧ୍ୟରେ କରାଯାଏ। ବିଜନେସ୍ ଇନସାଇଡରର ଏକ ରିପୋର୍ଟ ଅନୁଯାୟୀ, ସୁଲତାନ ହାସନଲ ବୋଲକିୟାଙ୍କର ସମ୍ପତ୍ତି ୧୪,୭୦୦ କୋଟି ଟଙ୍କାରୁ ଅଧିକ। ୧୯୮୦ ମସିହା ପର୍ଯ୍ୟନ୍ତ, ସୁଲତାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ତାଙ୍କର ଆୟର ସବୁଠାରୁ ବଡ ଉତ୍ସ ହେଉଛି ତୈଳ ଭଣ୍ଡାର ଏବଂ ପ୍ରାକୃତିକ ଗ୍ୟାସ ।

Image Sources : ListAmaze

ସୁଲତାନ ହସନାଲ ବୋଲାକିୟା ସୁନାରେ ତିଆରି ମହଲରେ ରୁହନ୍ତି, ଯାହାର ନାଁ ଇସ୍ତାନ ନୁରୁଲ ଇମାନ ପାଲେସ। ୨୦ ଲକ୍ଷ ବର୍ଗ ଫୁଟର ଏହି ବଡ ଅଞ୍ଚଳରେ ବ୍ୟାପିଥିବା ମହଲଟି ୧୯୮୪ରେ ତିଆରି ହୋଇଥିଲା। ଇସ୍ତାନା ଇମାନ ପାଲେସର ମୂଲ୍ୟ ଆଜି ୨,୫୫୦ କୋଟି ଟଙ୍କାରୁ ଅଧିକ। ଏହି ମହଲର ଗମ୍ବୁଜରେ ୨୨ କ୍ୟାରେଟ୍ ସୁନା ରହିଛି। ଏହି ମହଲରେ ୧୭୦୦ରୁ ଅଧିକ ରୁମ୍ ରହିଛି। ଏଥିରେ ୨୫୭ଟି ବାଥରୁମ୍ ରହିଛି। ଏହାଛଡା ମହଲରେ ୧୧୦ଟି କାର ଗ୍ୟାରେଜ୍, ୨୦୦ ଘୋଡାଙ୍କ ପାଇଁ ଏୟାର କଣ୍ଡିସନର ଥିବା ଘୋଡାଶାଳା ଓ ୫ଟି ସୁଇମିଂ ପୁଲ୍ ରହିଛି।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସୁଲତାନ ହାସନଲ ବୋଲକିଆଙ୍କ ପାଖରେ ୭୦୦୦ ବିଳାସପୂର୍ଣ୍ଣ କାରର କଲେକସନ୍ ରହିଛି, ଯାହାର ମୂଲ୍ୟ ପ୍ରାୟ ୩୪୧ ବିଲିୟନ । ତାଙ୍କ କାରର କନଭୟରେ ୬୦୦ ରୋଲ୍ସ ରୋଏସ୍ ଏବଂ ୩୦୦ ଫରାରୀ ବ୍ୟତୀତ ବହୁ ଦାମୀ କାର ରହିଛି । ସୁଲତାନ ହାସନଲ ବୋଲକିଆଙ୍କ ପାଖରେ ପ୍ରାଇଭେଟ୍ ଜେଟ୍ ରହିଛି, ଯାହା ଭିତରେ ବୋଇଙ୍ଗ 747-400, ବୋଇଙ୍ଗ 767-200 ଏବଂ ଏୟାରବସ୍ A340-200 ରହିଛି। Bornrich.comର ସୂଚନା ଅନୁସାରେ, ସୁଲତାନଙ୍କ ବୋଇଙ୍ଗ 747-400 କୌଣସି ରାଜମହଲ ତୁଳନାରେ କମ୍ ନୁହେଁ। ସୁନାରେ ସଜ୍ଜିତ ତାଙ୍କ ଜେଟରେ ବେଡରୁମ୍‌ଠାରୁ ନେଇ ଲିଭିଂ ରୁମ୍ ଓ ସବୁ ପ୍ରକାର ସୁବିଧା ରହିଛି।


Share It

Comments are closed.