ଚମୋଲିର ଉଚ୍ଚ ପାହାଡିଆ ଅଞ୍ଚଳରେ ମିଳେ ଦୁନିଆର ସବୁଠାରୁ ଦାମୀ ପୋକ, ଆଉ ଏହାର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ


ଦେବ ଭୂମି ଉତ୍ତରାଖଣ୍ଡ ପୁଣିଥରେ ପ୍ରକୃତି କରାଳ ରୂପ ଦେଖାଇଛି। ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମସ୍ଖଳନ ଯୋଗୁଁ ସବୁ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଘଟଣାରେ ୧୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଯେଉଁ ଅଞ୍ଚଳରେ ଦୁର୍ଘଟଣା ଘଟିଛି ସେଠାରେ ଦୁନିଆର ସବୁଠାରୁ ଦାମୀ ଜଡିବୁଟି ମିଳିଥାଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହା ଅତ୍ୟନ୍ତ ଦାମୀ ପୋକ ବା ଜଡିବୁଟି। ଏହାକୁ ପାଇବା ପାଇଁ ଲୋକେ ଗ୍ଲେସିୟର ଯାଏଁ ପହଞ୍ଚି ଯାଆନ୍ତି ଓ ବରଫ ଖୋଳି ପକାନ୍ତି। ପ୍ରକୃତି ସହ ଏହିଭଳି ଖେଳିବାର ପରିଣତି ବିପର୍ଯ୍ୟୟ ରୂପରେ ସାମ୍ନାକୁ ଆସିଥାଏ। ଏହି ପୋକ ବା ଜଡିବୁଟି କଣ ଜାଣନ୍ତୁ।

ଏହା ବହୁତ ଦାମୀ। ଏହା ମୁଖ୍ୟତଃ ହିମାଳୟର ଦୁର୍ଗମ ଅଞ୍ଚଳରେ ମିଳିଥାଏ। ଏହାକୁ ହିମାଲିୟନ ଭାଏଗ୍ରା ୟାର୍ସାଗୁମ୍ବା କୁହାଯାଏ। ଏହା ଏକ ଛାଞ୍ଚ ଭଳି ଯାହା ପାହାଡର ୩୫୦୦ ମିଟର ଉଚ୍ଚରେ ଉପଲବ୍ଧ ଯେଉଁଠାରେ ଟ୍ରିଲାଇନ ସମାପ୍ତ ହୋଇଯାଇଥାଏ ଅର୍ଥାତ ଯେଉଁଠାରେ ଗଛ ହୁଏନାହିଁ। ଏହା ଏକ କୀଟ ଦ୍ୱାରା ପ୍ରସ୍ତୁତ ହୋଇଥାଏ। କ୍ୟାଟରପିଲରର ପ୍ୟୁଜା ପାଖାପାଖି ୫ ବର୍ଷ ଯାଏଁ ହିମାଳୟ ଓ ତିବ୍ବତ ମାଳଭୂମିରେ ଚାପି ହୋଇ ରହିଥାଏ।

ଏହାର ଶୁଣ୍ଢ ଗଠନ ହେବା ସମୟରେ, ଏହା ଓଫିୟୋକାର୍ଡିସିପିଟ୍ୟାସିୟସ (Ophiocardicipataceous) ବଂଶ ସୃଷ୍ଟି ହୋଇଥାଏ ଯାହା ଧୀରେ ଧୀରେ ଏହାର ଶରୀରରେ ପ୍ରବେଶ କରେ। ପରେ ଏହା ସେହି କୀଟର ଶୁଣ୍ଢରୁ ଶକ୍ତି ସଂଗ୍ରହ କରି କୀଟର ମୁଣ୍ଡରୁ ବାହାରକୁ ବାହାରିଥାଏ। ଏହା ଦେଖିବାକୁ ପୋକ ଭଳି। ସେଥିପାଇଁ ଏହାକୁ ପୋକ ଜଡି ମଧ୍ୟ କୁହାଯାଏ। ଏହାର ଉତ୍ପନ୍ନ ପ୍ରକ୍ରିୟା ବହୁତ ଜଟିଳ ଓ ଲମ୍ବା। ସେଥିପାଇଁ ଏହା ସବୁ ଜାଗାରେ ଉପଲବ୍ଧ ନୁହେଁ।

ଉତ୍ତରାଖଣ୍ଡର ଇକୋ ଟାସ୍କ ଫୋର୍ସର ପୂର୍ବତନ କାମାଣ୍ଡେଣ୍ଟ ଅଫିସର କହିଛନ୍ତି ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ଏଥିରେ ପ୍ରୋଟିନ, ଅମିନୋ ଏସିଡ, ପେପଟାଇଟ୍ସ, ଭିଟାମିନ-ବି୧, ବି୨ ବି୩ ଭଳି ପୋଷାକ ତତ୍ତ୍ୱ ରହିଛି ଯାହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଅନ୍ତରାଷ୍ଟ୍ରୀୟ ସ୍ଥରରେ ଖେଳାଳିଙ୍କ ପାଇଁ ଏହା ବ୍ୟବହାର କରାଯାଇଥାଏ। ଖାସ କଥା ହେଲା ଡପିଙ୍ଗ ଟେଷ୍ଟ ବେଳେ ଏହା ଧରାପଡେ ନାହିଁ।

କିଡନୀ, ଫୁସଫୁସ ଓ ଲିଭର ମଜବୁତ କରିବାରେ ପି ଶୂକ୍ରାଣୁ ଉତ୍ପାଦନରେ ବୃଦ୍ଧି ଓ ରକ୍ତ ଉତ୍ପାଦନ ବୃଦ୍ଧି, ଶକ୍ତି ଓ ଜୀବନ ଶକ୍ତି ବୃଦ୍ଧିରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ। ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ବହୁତ ଅଧିକ। ଆଜିକାଲି ଏହାର ଡାଳ କିଲୋ ପ୍ରତି ପ୍ରାୟ ୫୦ ଲକ୍ଷ ଟଙ୍କା। ସେଥିପାଇଁ ଲୋକେ ଏହାକୁ ପାଇବାକୁ ବରଫ ପାହାଡ ଖୋଳି ପକାନ୍ତି। ଯାହାଫଳରେ ପ୍ରକୃତିର ଅନେକ କ୍ଷତି ହୋଇଥାଏ। ବରଫରେ ୮-୮ ଇଞ୍ଚ ଛିଦ୍ର ହେବାରୁ ବରଫ ତରଳିବା ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଥାଏ ଓ ବିନାଶର କାରଣ ହୋଇଥାଏ।


Share It

Comments are closed.