ଆଜି ବିଶ୍ୱ ପୋଲିଓ ଦିବସ, ସମସ୍ତଙ୍କୁ ଏହି ଦିବସର ଗୁରୁତ୍ୱ ସଂପର୍କରେ ଜାଣିବା ନିହାତି ଆବଶ୍ୟକ


ଆଜି(ଶନିବାର) ବିଶ୍ୱ ପୋଲିଓ ଦିବସ। ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖକୁ ବିଶ୍ୱ ପୋଲିଓ ଦିବସ ଭାବେ ପାଳନ କରାଯାଇଥାଏ। ଆନ୍ତର୍ଜାତୀୟ ରୋଟାରୀ ଫାଉଣ୍ଡେସନ ପକ୍ଷରୁ ପୋଲିଓ ଭ୍ୟାକସିନ ତିଆରି କରିଥିବା ଜନ ସାଲ୍କଙ୍କ ଜନ୍ମଦିନ ଅବସରରେ ଏହି ଦିବସକୁ ପାଳନ କରାଯାଉଛି । ପୋଲିଓ ମୁକ୍ତ ପାଇଁ ୧୯୮୮ରେ ଗ୍ଲୋବାଲ ପୋଲିଓ ଏରାଡିକସନ ଇନିସିଏଟିଭ ବା ଜିପିଇଆଇ ଗଠନ ହୋଇଥିଲା। ଏଥିରେ ରୋଟାରୀ, ଡବ୍ଲୁଏଚଓ, ୟୁନିସେଫ୍ ଏବଂ ବିଭିନ୍ନ ଦେଶର ସରକାର ସାମିଲ ହୋଇ ବିଶ୍ବକୁ ପୋଲିଓ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲେ । ଏହି ରୋଗ ସାଧାରଣତଃ ୨ ବର୍ଷରୁ କମ ବଯସର ପିଲାଙ୍କୁ ହୋଇଥାଏ । ଏହା ଏକ ଭୂତାଣୁ ଦ୍ଵାରା ହୋଇଥାଏ। ଶରୀରରେ ଅଧିକ ତାପମାତ୍ରା,ଗଳା ସଂକ୍ରମଣ ,ତରଳ ଝାଡା ଆଦି ଏହି ରୋଗର ଲକ୍ଷଣ । ଆକ୍ରାନ୍ତ ଶିଶୁ ଅଳ୍ପ କେତେଦିନରେ ଠିକ ହୋଇଯାଇଥାଏ । ମାତ୍ର ଶରୀରର କିଛି ଅଂଶ ଦୁର୍ବଳ ହୋଇଯାଇପାରେ କିମ୍ବା ପକ୍ଷାଘାତ ହୋଇଯାଇପାରେ । ଆଉ କେତେକ କ୍ଷେତ୍ରରେ ଏପରିକି ଶ୍ବାସକ୍ରିୟା ଉପରେ କୁପ୍ରଭାବ ପଡିପାରେ। ସଂକ୍ରମଣ ୩-୨୧ ଦିନ ମଧ୍ୟରେ ରୋଗର ଲକ୍ଷଣ ଦେଖାଦିଏ।


Share It

Comments are closed.