ଆପଣ ପୃଥିବୀର ସବୁଠାରୁ ଧନୀ ଗାଁ ନାମ ଜାଣିଛନ୍ତି କି !


ସହର ଅପେକ୍ଷା ଗ୍ରାମରେ ବିଭିନ୍ନ ପ୍ରକାରର ଅସୁବିଧା କାରଣରୁ ଏଠାରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମାତ୍ର ପୃଥିବୀରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଲୋକମାନଙ୍କ ମାସିକ ଆୟ ବିଷୟରେ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଏଠାରେ ଲୋକମାନଙ୍କ ମୁଣ୍ଡପିଛା ମାସିକ ଆୟ ୬୦,୪୨୬ ଟଙ୍କା ହୋଇଥିବା ବେଳେ ବାର୍ଷିକ ଆୟ ୮୦ ଲକ୍ଷ ଟଙ୍କା ହୋଇଥିଲା ।
ଚୀନର ଜିୟାଙ୍ଗଜିନ ସହରରେ ରହିଛି ‘ହୁଆକ୍ସି’ ଗ୍ରାମ ଯାହା ପୃଥିବୀର ସବୁଠାରୁ ଧନୀ ଗ୍ରାମର ମାନ୍ୟତା ପାଇଛି । ଏହି ଗ୍ରାମରେ ୨୦୦୦ ହଜାରରୁ ଅଧିକ ଲୋକେ ବସବାସ କରିଥାନ୍ତି ।  ଦୁନିଆରେ ଧନୀ ଗାଁ ଭାବେ ପରିଚିତ ଏହି ଗ୍ରାମର ଅବସ୍ଥା ଏକଦା ଅତ୍ୟନ୍ତ ଶୋଚନୀୟ ଥିଲା । ଏଠାକାର ଲୋକମାନେ ମଧ୍ୟ ଆର୍ଥିକ ଅଭାବରୁ ବହୁ କଷ୍ଟରେ ଜୀବନ ଯାପନ କରୁଥିଲେ । ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ଗ୍ରାମର କମ୍ୟୁନିଷ୍ଟ ପାର୍ଟି କମିଟିର ତତ୍କାଳୀନ ଅଧ୍ୟକ୍ଷ ‘ଉ ରେନୱାଓ’ ଏହି ଗ୍ରାମର ସମସ୍ତ ସମସ୍ୟାକୁ ସମାଧାନ ପୃଥିବୀର ଏକ ଧନୀ ଗ୍ରାମରେ ପରିଣତ କରିଥିଲେ ।

ରେନୱାଓ ଯେତେବେଳେ ଏହି ଗ୍ରାମର କମ୍ୟୁନିଷ୍ଟ କମିଟିର ଅଧ୍ୟକ୍ଷ ହେଲେ ସେତେବେଳେ ସେହି ଗ୍ରାମରେ ଥିବା ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଏଥିନେଇ ଗ୍ରାମର ବିଭିନ୍ନ ସମସ୍ୟାକୁ ଭଲ ଭାବେ ଅନୁଧ୍ୟାନ କରିବାକୁ ପଡିଥିଲା । ଏହା ପରେ ସେ ଗ୍ରାମର ଉନ୍ନତି ପାଇଁ ଏକ ମଲ୍ଟି ସେକ୍ଟର କମ୍ପାନୀ ନିର୍ମାଣ କରିଥିଲେ । ଏହାକୁ ଗଢି ତୋଳିବା ପାଇଁ ତାଙ୍କୁ ବହୁ ସେୟାର ମାର୍କେଟରୁ ଅର୍ଥ ଉଠାଇ ଆଣି ଉକ୍ତ କମ୍ପାନୀରେ ଲଗାଇବାକୁ ପଡିଥିଲା । ଏହା ସହିତ କମ୍ପାନୀର ଉନ୍ନତି ପାଇଁ ବହୁ ଗ୍ରାମବାସୀ ରେନୱାଓଙ୍କୁ ସହାୟତା ମଧ୍ୟ କରିଥିଲେ । ଏଠାକାର ଲୋକ କୃଷି କ୍ଷେତ୍ରରେ କାମ କରିବା ସହ କମ୍ପାନୀରେ ମଧ୍ୟ କାମ କରିଥାନ୍ତି । କମ୍ପାନୀର ଆଧୁନିକରଣ ପାଇଁ ୨୦୧୫ ମସିହାରେ ୯.୬ ଆରବ ଡଲାର ବିନିଯୋଗ କରାଯାଇଥିଲା । ଏବେ ଏହି କମ୍ପାନୀ ଏକ ଉଚ୍ଚମାନର କମ୍ପାନୀ ଭାବେ ଚୀନରେ ବେଶ ପରିଚିତ । କମ୍ପାନୀ ଏହାର କର୍ମଚାରୀଙ୍କୁ ମାଗଣାରେ ଘର, କାର, ଶିକ୍ଷା, ସ୍ୱାସ୍ଥ୍ୟବ୍ୟବସ୍ଥା, ଭ୍ରମଣ କରିବା ଭଳି ସମସ୍ତ ସୁବିଧା ଯୋଗାଇଦେଉଛି ।
ବରିଷ୍ଠ କର୍ମଚାରୀଙ୍କୁ କମ୍ପୀନୀ ପକ୍ଷରୁ ପେନସନ ସହିତ ଆବଶ୍ୟକୀୟ ସୁବିଧା ମିଳିଥାଏ । ବର୍ତ୍ତମାନ ଏହି କମ୍ପାନୀରେ ୨୦ ହଜାରରୁ ଅଧିକ ଲୋକ କାର୍ଯ୍ୟରତ । ଏହି ଗ୍ରାମଟି ହାଇଟେକ ସହର ଭଳି । ଏଠାରେ ସହର ଭଳି ବିଭିନ୍ନ ସୁବିଧା ରହିଛି
ା ନିଜ ଗ୍ରାମର ଉନ୍ନତି ପାଇଁ ଏଠାକାର ଲୋକେ ସର୍ବଦା ତତତ୍ପର ଥାନ୍ତି ।


Share It

Comments are closed.