World Health Day 2026 : ବ୍ରେନ ଷ୍ଟ୍ରୋକରୁ ବର୍ତ୍ତିବା ପାଇଁ ଜାଣିରଖନ୍ତୁ ଜୀବନ ରକ୍ଷାକାରୀ ‘FAST’ ଫର୍ମୁଲା
World Health Day 2026 : ବର୍ତ୍ତମାନର ଖରାପ ଜୀବନଶୈଳୀ ଓ ଅନିୟମିତ ଖାଦ୍ୟପେୟ କାରଣରୁ ଉଚ୍ଚ ରକ୍ତଚାପ, ମଧୁମେହ, ଏବଂ ବ୍ରେନ୍ ଷ୍ଟ୍ରୋକ୍ (Brain Stroke) ଭଳି ମାରାତ୍ମକ ରୋଗର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଷ୍ଟ୍ରୋକ୍ ସେତେବେଳେ ହୁଏ ଯେତେବେଳେ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ ବା ମସ୍ତିଷ୍କର କୌଣସି ରକ୍ତ ନଳୀ ଫାଟିଯାଏ। ଏଭଳି ଜରୁରୀକାଳୀନ ପରିସ୍ଥିତିରେ ପ୍ରତିଟି ମିନିଟ୍ ମୂଲ୍ୟବାନ ହୋଇଥାଏ।
ବ୍ରେନ ଷ୍ଟ୍ରୋକ୍ର ପ୍ରମୁଖ କାରଣ:
ଉଚ୍ଚ ରକ୍ତଚାପ (High Blood Pressure)
ମଧୁମେହ (Diabetes)
ଧୂମପାନ ଏବଂ ମେଦବହୁଳତା
ଶାରୀରିକ ପରିଶ୍ରମର ଅଭାବ
ଲକ୍ଷଣ ଚିହ୍ନିବାର ସହଜ ଉପାୟ: ‘FAST’ ଫର୍ମୁଲା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଷ୍ଟ୍ରୋକ୍ର ଲକ୍ଷଣକୁ ଶୀଘ୍ର ଚିହ୍ନିବା ପାଇଁ ‘FAST’ ଫର୍ମୁଲା ଏକ ସହଜ ଏବଂ ପ୍ରଭାବଶାଳୀ ଉପାୟ:
F (Face/ମୁହଁ): ମୁହଁର ଗୋଟିଏ ପାର୍ଶ୍ୱ ଝୁଲିଯିବା ବା ବଙ୍କା ହୋଇଯିବା। ବ୍ୟକ୍ତିଙ୍କୁ ହସିବାକୁ କହିଲେ ଯଦି ମୁହଁ ଅସ୍ୱାଭାବିକ ଲାଗେ ତେବେ ସତର୍କ ହୋଇଯାନ୍ତୁ।
A (Arms/ବାହୁ ବା ହାତ): ହାତ ଉଠାଇବାରେ କଷ୍ଟ ଅନୁଭବ କରିବା। ଦୁଇ ହାତ ଉଠାଇବାକୁ କହିଲେ ଯଦି ଗୋଟିଏ ହାତ ଆପେଆପେ ତଳକୁ ଖସିଯାଏ, ତେବେ ଏହା ଷ୍ଟ୍ରୋକର ସଙ୍କେତ ହୋଇପାରେ।
S (Speech/କଥାବାର୍ତ୍ତା): କଥା କହିବାରେ ଅସୁବିଧା ହେବା ଏବଂ କଥା ସ୍ପଷ୍ଟ ନଶୁଭିବା।
T (Time/ସମୟ): ଉପରୋକ୍ତ ଲକ୍ଷଣଗୁଡ଼ିକ ଦେଖାଦେଲେ ଆଦୌ ସମୟ ନଷ୍ଟ କରନ୍ତୁ ନାହିଁ। ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନା ନେଇଯାନ୍ତୁ।
ଗୋଲ୍ଡେନ୍ ଆୱାର୍ (Golden Hour) ର ଗୁରୁତ୍ୱ: ଷ୍ଟ୍ରୋକ୍ ଆସିବାର ପ୍ରଥମ କିଛି ସମୟ (Golden Hour) ମଧ୍ୟରେ ଯଦି ରୋଗୀକୁ ସଠିକ୍ ଚିକିତ୍ସା ମିଳିଯାଏ, ତେବେ ମସ୍ତିଷ୍କର କ୍ଷତିକୁ ବହୁ ମାତ୍ରାରେ କମ୍ କରାଯାଇପାରିବ ଏବଂ ରୋଗୀର ଜୀବନ ବଞ୍ଚାଯାଇପାରିବ। ତେଣୁ ସଚେତନ ରୁହନ୍ତୁ ଏବଂ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ।

Comments are closed.